ମୁମ୍ୱାଇ ହୋର୍ଡିଂ ଦୁର୍ଘଟଣାରେ ସରକାରଙ୍କ ଆକ୍ସନ, ତଦନ୍ତରେ ଦୋଷୀ ଜଣାପଡ଼ିବା ପରେ ADG କେଶର ଖାଲିଦ ସସପେଣ୍ଡ

ନୂଆଦିଲ୍ଲୀ: ମୁମ୍ୱାଇ ହୋର୍ଡିଂ ଦୁର୍ଘଟଣାରେ ବରିଷ୍ଠ ଆଇପିଏସ ଅଫିସର କେଶର ଖାଲିଦଙ୍କୁ ସସପେଣ୍ଡ କରାଯାଇଛି । ଏଡିଜି ରାଙ୍କର ଅଫିସର କେଶର ଖାଲିଦ ଏହି ଦୁର୍ଘଟଣା ବେଳେ ରେଲୱେ କମିଶନର ଥିଲେ । ମୁମ୍ୱାଇ ଘାଟକୋପର ଅଞ୍ଚଳରେ ହୋଇଥିବା ଏହି ଦୁର୍ଘଟଣାର ତଦନ୍ତରେ ଜଣାପଡ଼ିଥିଲା ଯେ ହୋର୍ଡିଂ ଦୁର୍ଘଟଣା ତାଙ୍କ ଅବେହଳା ଯୋଗୁଁ ହୋଇଥିଲା । ଯେଉଁଥିରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିଲା । ସେ ନିଜେ ହୋର୍ଡିଂ ଲଗାଇବା ପାଇଁ ଆଦେଶ ଦେଇିଥିଲେ ଏବଂ ଏଥିପାଇଁ ଡିଜି ଅଫିସରୁ ଅନୁମତି ନେବାକୁ ନେଇ ଉଚିତ୍ ଭାବି ନଥିଲେ । ତଦନ୍ତ ରିପୋର୍ଟ ସାମନାକୁ ଆସିବା ପରେ ମହାରାଷ୍ଟ୍ର ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।ବିଜେପିର ବରିଷ୍ଠ ନେତା କିରିଟ ସୌମୈୟା ପୂର୍ବରୁ ହିଁ ମୁମ୍ୱାଇ ହୋର୍ଡିଂ ଦୁର୍ଘଟଣା ପାଇଁ ବରିଷ୍ଠ ଆଇପିଏସ କେଶର ଖାଲିଦ ଦାୟୀ ବୋଲି ଦାବି କରିଥିଲେ । କେବଳ ଏତିକି ନୁହେଁ, କେଶର ଖାଲିଦଙ୍କୁ ପଦରୁ ହଟାଇବା ପାଇଁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣଭିସଙ୍କୁ ମଧ୍ୟ ଚିଠି ଲେଖିଥିଲେ । ଏଥିରେ ଦାବି କରିଥିଲେ ଯେ ମେ ୧୩ରେ ମୁମ୍ୱାଇରେ ହୋଇଥିବା ହୋର୍ଡିଂ ଦୁର୍ଘଟଣା ପାଇଁ ଇଗୋ ମିଡିଆ ଲିମିଟେଡ୍ ଦାୟୀ । ସଂସ୍ଥା ହୋର୍ଡିଂ ଲଗାଇବା ପାଇଁ କେଶର ଖାଲିଦଙ୍କ ପତ୍ନୀଙ୍କୁ ମୋଟା ଟଙ୍କା ଦେଇଥିଲେ ।ରାଜ୍ୟ ସରକାରଙ୍କ ତଦନ୍ତରେ ମଧ୍ୟ ଜଣାପଡ଼ିଛି ଯେ ଏହି ହୋର୍ଡିଂ ଲଗାଇବାକୁ ନେଇ କେଶର ଖାଲିଦ ବ୍ୟକ୍ତିଗତ ଇ

ମୁମ୍ୱାଇ ହୋର୍ଡିଂ ଦୁର୍ଘଟଣାରେ ସରକାରଙ୍କ ଆକ୍ସନ, ତଦନ୍ତରେ ଦୋଷୀ ଜଣାପଡ଼ିବା ପରେ ADG କେଶର ଖାଲିଦ ସସପେଣ୍ଡ

ନୂଆଦିଲ୍ଲୀ: ମୁମ୍ୱାଇ ହୋର୍ଡିଂ ଦୁର୍ଘଟଣାରେ ବରିଷ୍ଠ ଆଇପିଏସ ଅଫିସର କେଶର ଖାଲିଦଙ୍କୁ ସସପେଣ୍ଡ କରାଯାଇଛି । ଏଡିଜି ରାଙ୍କର ଅଫିସର କେଶର ଖାଲିଦ ଏହି ଦୁର୍ଘଟଣା ବେଳେ ରେଲୱେ କମିଶନର ଥିଲେ । ମୁମ୍ୱାଇ ଘାଟକୋପର ଅଞ୍ଚଳରେ ହୋଇଥିବା ଏହି ଦୁର୍ଘଟଣାର ତଦନ୍ତରେ ଜଣାପଡ଼ିଥିଲା ଯେ ହୋର୍ଡିଂ ଦୁର୍ଘଟଣା ତାଙ୍କ ଅବେହଳା ଯୋଗୁଁ ହୋଇଥିଲା । ଯେଉଁଥିରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିଲା । ସେ ନିଜେ ହୋର୍ଡିଂ ଲଗାଇବା ପାଇଁ ଆଦେଶ ଦେଇିଥିଲେ ଏବଂ ଏଥିପାଇଁ ଡିଜି ଅଫିସରୁ ଅନୁମତି ନେବାକୁ ନେଇ ଉଚିତ୍ ଭାବି ନଥିଲେ । ତଦନ୍ତ ରିପୋର୍ଟ ସାମନାକୁ ଆସିବା ପରେ ମହାରାଷ୍ଟ୍ର ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ବିଜେପିର ବରିଷ୍ଠ ନେତା କିରିଟ ସୌମୈୟା ପୂର୍ବରୁ ହିଁ ମୁମ୍ୱାଇ ହୋର୍ଡିଂ ଦୁର୍ଘଟଣା ପାଇଁ ବରିଷ୍ଠ ଆଇପିଏସ କେଶର ଖାଲିଦ ଦାୟୀ ବୋଲି ଦାବି କରିଥିଲେ । କେବଳ ଏତିକି ନୁହେଁ, କେଶର ଖାଲିଦଙ୍କୁ ପଦରୁ ହଟାଇବା ପାଇଁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣଭିସଙ୍କୁ ମଧ୍ୟ ଚିଠି ଲେଖିଥିଲେ । ଏଥିରେ ଦାବି କରିଥିଲେ ଯେ ମେ ୧୩ରେ ମୁମ୍ୱାଇରେ ହୋଇଥିବା ହୋର୍ଡିଂ ଦୁର୍ଘଟଣା ପାଇଁ ଇଗୋ ମିଡିଆ ଲିମିଟେଡ୍ ଦାୟୀ । ସଂସ୍ଥା ହୋର୍ଡିଂ ଲଗାଇବା ପାଇଁ କେଶର ଖାଲିଦଙ୍କ ପତ୍ନୀଙ୍କୁ ମୋଟା ଟଙ୍କା ଦେଇଥିଲେ ।

ରାଜ୍ୟ ସରକାରଙ୍କ ତଦନ୍ତରେ ମଧ୍ୟ ଜଣାପଡ଼ିଛି ଯେ ଏହି ହୋର୍ଡିଂ ଲଗାଇବାକୁ ନେଇ କେଶର ଖାଲିଦ ବ୍ୟକ୍ତିଗତ ଇଚ୍ଛା ପ୍ରକାଶ କରିଥିଲେ । ଏପରିକି ସେ ଏହି ହୋର୍ଡିଂ ଲଗାଇବା ପାଇଁ ଡିଜି ଅଫିସକୁ ମଧ୍ୟ ସୂଚନା ଦେଇନଥିଲେ । ଉଲ୍ଲେଖଯୋଗ୍ୟ ଯେ ଏହି ଦୁର୍ଘଟଣାରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିଲା, ଅନ୍ୟପଟେ ୭୦ରୁ ଅଧିକ ଲୋକ ଆହତ ହୋଇଥିଲେ ।