ମୁହାଣରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ହରିପୁର ମୁହାଣରେ ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ନୂଆ ଗୋଳାବନ୍ଦ ଗ୍ରାମର ୟୁ ଧନୁଶ (୧୩) ବୋଲି ଜଣାପଡ଼ିଛି। ସୂଚନାନୁସାରେ ରଙ୍ଗେଇଲୁଣ୍ଡା ବ୍ଲକ ଅଧିନସ୍ଥ ନୂଆ ଗୋଳାବନ୍ଦ ଗ୍ରାମ ୟୁ ଧନୁଶ ଗତ ଚାରି ବର୍ଷ ହେଲା ହରିପୁରସ୍ଥିତ ଅଜାଙ୍କ ଘରେ ରହି ପାଠ ପଢ଼ୁଥିଲେ। ମଙ୍ଗଳବାର ସକାଳେ ଧନୁଶ କିଛି ସାଙ୍ଗଙ୍କ ସହ ହରିପୁର ମୁହାଣକୁ ଗାଧୋଇବାକୁ ଯାଇଥିଲେ। ଧନୁଶଙ୍କ ସମେତ […] The post ମୁହାଣରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା appeared first on Dharitri Odia News.

ମୁହାଣରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ହରିପୁର ମୁହାଣରେ ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ନୂଆ ଗୋଳାବନ୍ଦ ଗ୍ରାମର ୟୁ ଧନୁଶ (୧୩) ବୋଲି ଜଣାପଡ଼ିଛି।

ସୂଚନାନୁସାରେ ରଙ୍ଗେଇଲୁଣ୍ଡା ବ୍ଲକ ଅଧିନସ୍ଥ ନୂଆ ଗୋଳାବନ୍ଦ ଗ୍ରାମ ୟୁ ଧନୁଶ ଗତ ଚାରି ବର୍ଷ ହେଲା ହରିପୁରସ୍ଥିତ ଅଜାଙ୍କ ଘରେ ରହି ପାଠ ପଢ଼ୁଥିଲେ। ମଙ୍ଗଳବାର ସକାଳେ ଧନୁଶ କିଛି ସାଙ୍ଗଙ୍କ ସହ ହରିପୁର ମୁହାଣକୁ ଗାଧୋଇବାକୁ ଯାଇଥିଲେ। ଧନୁଶଙ୍କ ସମେତ ୩ ଜଣ ଗଭୀର ପାଣିକୁ ଚାଲି ଯାଇଥିଲେ। ସ୍ଥାନୀୟ ଲୋକେ ଦେଖି ଦୁଇ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଧନୁଶ ପାଣି ଭିତରେ ରହିଯାଇଥିଲେ। ଗ୍ରାମବାସୀ କନିସି ତହସିଲଦାର ପ୍ରଳୟାନନ୍ଦ ଶତପଥୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପରେ ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀ ଓ ଓଡିଆରଏଫ୍‌ ଟିମ୍‌ ଖୋଜାଖୋଜି କରିଥିଲେ ମଧ୍ୟ ଟେର୍‌ ପାଇ ନ ଥିଲେ। ବୁଧବାର ସକାଳେ ପୁଣି ଅଗ୍ନିଶମ ଓ ଓଡିଆରଏଫ୍‌ ଟିମ୍‌ ଖୋଜାଖୋଜି କରିବା ପରେ ଧନୁଶ ଏକ ଡଙ୍ଗା ତଳେ ଚାପି ହୋଇ ରହିଯାଇଥିଲେ। ମୃତଦେହ ଉଦ୍ଧାର କରିଥିଲେ। ଖବର ପାଇ ଚମାଖଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିଲେ। ଏ ନେଇ କେସ୍‌ ନଂ ୪/୨୪ରେ ଏକ ଅପମୃତ୍ୟୁ ପୋଲିସ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି l ମୃତ ଧନୁଶ ଅଷ୍ଟମ ଶ୍ରେଣୀ ଛାତ୍ର ଥିଲେ ବୋଲି ଜଣାପଡ଼ିଛି।

The post ମୁହାଣରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା appeared first on Dharitri Odia News.