ମୂହୁର୍ତ୍ତ ଟ୍ରେଡିଂ: ବୃଦ୍ଧିରେ ଖୋଲିଲା ଭାରତୀୟ ସେୟାର ବଜାର, ଅଟୋ ଏବଂ ବ୍ୟାଙ୍କିଙ୍ଗ ସେୟାର ଆଗରେ
ମୁମ୍ବାଇ ୧।୧୧: ସମ୍ବତ ୨୦୮୧ର ପ୍ରଥମ ବ୍ୟବସାୟୀକ ଅଧିବେଶନରେ ଭାରତୀୟ ସେୟାର ବଜାରରେ ଉଲ୍ଲେଖନୀୟ ଅଭିବୃଦ୍ଧି ସହ କାରବାର ଆରମ୍ଭ କରିଛି। ବିଶେଷ ଘଣ୍ଟିକିଆ ମୂହୁର୍ତ୍ତ ଟ୍ରେଡିଂରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ସେନସେକ୍ସ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ) ସୂଚକାଙ୍କ ନିଫ୍ଟିରେ ବୃଦ୍ଧି ଦେଖାଯାଇଛି। ସମ୍ବତ ୨୦୮୦ରୁ ନେଇ ସମ୍ବତ ୨୦୮୧ ମଧ୍ୟରେ ଭାରତୀୟ ସେୟାର ବଜାରରେ ନିବେଶକଙ୍କ ସମ୍ପତ୍ତିରେ ୧୨୮ ଲକ୍ଷ କୋଟି ଟଙ୍କା ବୃଦ୍ଧି ଦେଖିବାକୁ ମିଳିଛି। #WATCH | 'Muhurat Trading' and bell ringing ceremony at National Stock Exchange (NSE) in Mumbai, Maharashtra.On this occasion, the star cast of 'The Sabarmati Report' - Raashii Khanna, Riddhi Dogra and Vikrant Massey joined the ceremony. pic.twitter.com/yUOU2yazgh— ANI (@ANI) November 1, 2024ଭାରତୀୟ ସେୟାର ବଜାର ଇତିହାସରେ ନିବେଶକ ସମ୍ବତ ୨୦୮୦ରେ ସବୁଠୁ ଅଧିକ ଆୟ କରିଛନ୍ତି। ଏନଏସଇରେ ମୂହୁର୍ତ୍ତ ଟ୍ରେଡିଂ ପାଇଁ ଶୁକ୍ରବାର ସନ୍ଧ୍ୟାରେ ବିଶେଷ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି। ଏହି ଅବସରରେ ଏନଏସଇ ଏମଡି ତଥା ସିଇଓ ଆଶିଷ ଚୌହାନ ଦୀପବାଳି ଅବସରରେ ନିବେଶକଙ୍କ ଶୁଭକାମନା ଜଣାଇଛନ୍ତି ଓ କହିଛନ୍ତି ନୂଆ ସମ୍ବତ ୨୦୮୧ଗତ ସମ୍ବତ୍ସର ୨୦୮୦ ଅପେକ୍ଷା ଅଧିକ ସମୃଦ୍ଧି ଦାୟକ ହେଉ। Best wishes a
ମୁମ୍ବାଇ ୧।୧୧: ସମ୍ବତ ୨୦୮୧ର ପ୍ରଥମ ବ୍ୟବସାୟୀକ ଅଧିବେଶନରେ ଭାରତୀୟ ସେୟାର ବଜାରରେ ଉଲ୍ଲେଖନୀୟ ଅଭିବୃଦ୍ଧି ସହ କାରବାର ଆରମ୍ଭ କରିଛି। ବିଶେଷ ଘଣ୍ଟିକିଆ ମୂହୁର୍ତ୍ତ ଟ୍ରେଡିଂରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ସେନସେକ୍ସ ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ) ସୂଚକାଙ୍କ ନିଫ୍ଟିରେ ବୃଦ୍ଧି ଦେଖାଯାଇଛି। ସମ୍ବତ ୨୦୮୦ରୁ ନେଇ ସମ୍ବତ ୨୦୮୧ ମଧ୍ୟରେ ଭାରତୀୟ ସେୟାର ବଜାରରେ ନିବେଶକଙ୍କ ସମ୍ପତ୍ତିରେ ୧୨୮ ଲକ୍ଷ କୋଟି ଟଙ୍କା ବୃଦ୍ଧି ଦେଖିବାକୁ ମିଳିଛି।
#WATCH | 'Muhurat Trading' and bell ringing ceremony at National Stock Exchange (NSE) in Mumbai, Maharashtra.
On this occasion, the star cast of 'The Sabarmati Report' - Raashii Khanna, Riddhi Dogra and Vikrant Massey joined the ceremony. pic.twitter.com/yUOU2yazgh— ANI (@ANI) November 1, 2024
ଭାରତୀୟ ସେୟାର ବଜାର ଇତିହାସରେ ନିବେଶକ ସମ୍ବତ ୨୦୮୦ରେ ସବୁଠୁ ଅଧିକ ଆୟ କରିଛନ୍ତି। ଏନଏସଇରେ ମୂହୁର୍ତ୍ତ ଟ୍ରେଡିଂ ପାଇଁ ଶୁକ୍ରବାର ସନ୍ଧ୍ୟାରେ ବିଶେଷ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି। ଏହି ଅବସରରେ ଏନଏସଇ ଏମଡି ତଥା ସିଇଓ ଆଶିଷ ଚୌହାନ ଦୀପବାଳି ଅବସରରେ ନିବେଶକଙ୍କ ଶୁଭକାମନା ଜଣାଇଛନ୍ତି ଓ କହିଛନ୍ତି ନୂଆ ସମ୍ବତ ୨୦୮୧ଗତ ସମ୍ବତ୍ସର ୨୦୮୦ ଅପେକ୍ଷା ଅଧିକ ସମୃଦ୍ଧି ଦାୟକ ହେଉ।
Best wishes and message from our MD & CEO, Shri @ashishchauhan on the auspicious occasion of Diwali 2024. Diwali ki Hardik Shubhkamnaye!#NSE #NSEIndia #NSEDiwali2024 #MuhuratTrading #HappyDiwali #IndianFestivals #Diwali #Diwali2024 @NSEIndia pic.twitter.com/UcOGieoB4k— NSE India (@NSEIndia) November 1, 2024
ସେ ନିବେଶକଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ‘ପଇସା ଆପଣଙ୍କର ଏହାକୁ ଆପଣ ଭଲରେ ନିବେଶ କରନ୍ତୁ’। ସେ ନିବେଶ ପାଇଁ ଗୁଜବ, ହ୍ୱାଟସଆପ୍ ମ୍ୟାସେଜ ଆଦି ଉପରେ ଧ୍ୟାନ ନ ଦେବାକୁ କହିଛନ୍ତି। ସେହିପରି ଯେଉଁ ନିବେଶକଙ୍କର ଡେରିଭେଟିବ ନିବେଶ ସମ୍ପର୍କିତ ଜ୍ଞାନ ନାହିଁ ସେମାନେ ସେଥିରେ ନିବେଶ ନ କରିବାକୁ ଅନୁରୋଧ କରିଛନ୍ତି।