ମୃତ୍ୟୁ ପରେ ଜୀବିତ ହେବା ଇଚ୍ଛା, ଲ୍ୟାବ୍‌ରେ ରଖୁଛନ୍ତି ଶବ

ମୃତ୍ୟୁ ପରେ ମଣିଷ ପୁଣି ଥରେ ଜୀବିତ ହେବା ସମ୍ଭବ ନୁହେଁ। କିନ୍ତୁ ଆମେରିକାରେ ଭବିଷ୍ୟତରେ ଲୋକମାନେ କିଭଳି ହଜାର ହଜାର ବର୍ଷ ଧରି ଜୀବିତ ରହିବେ, ସେହି ଆଶାରେ ସେମାନେ ମୃତ ଶରୀରକୁ ଅତ୍ୟଧିକ ଥଣ୍ଡା ତାପମାତ୍ରାରେ ସଂରକ୍ଷିତ କରି ରଖୁଛନ୍ତି। ସେଥିପାଇଁ ଆମେରିକାରେ ଏକ ଗବେଷଣାଗାର ଖୋଲା ଯାଇଛି। ଯାହାକୁ ଅଲକୋର ଲାଇଫ୍ ଏକ୍ସଟେନସନ ଫାଉଣ୍ଡେସନ ନାମକ କ୍ରାୟୋନିକ୍ସ କମ୍ପାନି ପରିଚାଳିତ କରୁଛି। ଏହା ଶବଗୁଡ଼ିକୁ ଭବିଷ୍ୟତ ପାଇଁ ସୁରକ୍ଷିତ ରଖୁଛି। ତେବେ କ୍ରାୟୋନିକ୍ସ […]

ମୃତ୍ୟୁ ପରେ ଜୀବିତ ହେବା ଇଚ୍ଛା, ଲ୍ୟାବ୍‌ରେ ରଖୁଛନ୍ତି ଶବ
desire to live after death, the body is kept in the lab

ମୃତ୍ୟୁ ପରେ ମଣିଷ ପୁଣି ଥରେ ଜୀବିତ ହେବା ସମ୍ଭବ ନୁହେଁ। କିନ୍ତୁ ଆମେରିକାରେ ଭବିଷ୍ୟତରେ ଲୋକମାନେ କିଭଳି ହଜାର ହଜାର ବର୍ଷ ଧରି ଜୀବିତ ରହିବେ, ସେହି ଆଶାରେ ସେମାନେ ମୃତ ଶରୀରକୁ ଅତ୍ୟଧିକ ଥଣ୍ଡା ତାପମାତ୍ରାରେ ସଂରକ୍ଷିତ କରି ରଖୁଛନ୍ତି। ସେଥିପାଇଁ ଆମେରିକାରେ ଏକ ଗବେଷଣାଗାର ଖୋଲା ଯାଇଛି। ଯାହାକୁ ଅଲକୋର ଲାଇଫ୍ ଏକ୍ସଟେନସନ ଫାଉଣ୍ଡେସନ ନାମକ କ୍ରାୟୋନିକ୍ସ କମ୍ପାନି ପରିଚାଳିତ କରୁଛି। ଏହା ଶବଗୁଡ଼ିକୁ ଭବିଷ୍ୟତ ପାଇଁ ସୁରକ୍ଷିତ ରଖୁଛି। ତେବେ କ୍ରାୟୋନିକ୍ସ ହେଉଛି ଏପରି ଏକ ପଦ୍ଧତି ଯେଉଁଥିରେ ଶରୀରରକୁ ଅତ୍ୟଧିକ ଥଣ୍ଡା ତାପମାତ୍ରାରେ ରଖାଯାଏ। ଏହାଦ୍ବାରା ମୃତ୍ୟୁର ଅନେକ ବର୍ଷ ପରେ ବି ଶରୀରକୁ କୌଣସି ପ୍ରକାର କ୍ଷତି ପହଞ୍ଚି ନଥାଏ। ଏହି କମ୍ପାନିରେ ୧୪୦୦ ଲୋକ କାମ କରୁଛନ୍ତି। ମୁଖ୍ୟତଃ ଧନୀ ଲୋକ ନିଜ ଶରୀରକୁ କ୍ରାୟୋପ୍ରିଜର୍ଭେସନ କରାଇବା ଦିଗରେ ଆଗକୁ ଆସୁଛନ୍ତି।

ତେବେ ଏହି ଲୋକମାନଙ୍କ କହିବା ଅନୁସାରେ, ଯଦି ଭବିଷ୍ୟତରେ ଏଭଳି କିଛି ଟେକ୍ନିକ୍‌ ଆସେ ଯଦ୍ବାରା ମୃତ ଲୋକଙ୍କୁ ପୁନଃଜୀବିତ କରାଯାଇ ପାରିବ, ତେବେ ସେମାନଙ୍କ ଶବ ପୁଣି ଥରେ ଜୀବନ ପାଇପାରେ। ଏହି ପ୍ରକ୍ରିୟାରେ ମୃତ ଶରୀରକୁ ମାଇନସ୍‌ ୧୯୬ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଥଣ୍ଡା ତାପମାତ୍ରାରେ ସାଇତି ରଖାଯାଇ ଲିକ୍ୟୁଡ୍‌ ନାଇଟ୍ରୋଜେନ୍ ଭାକ୍ୟୁମ୍ ଇନ୍‌ସୁଲେଟେଡ୍ ଧାତୁ ବାକ୍ସରେ ସଂରକ୍ଷିତ କରି ରଖାଯାଏ। ତା’ସହ ଜୀବିତ କୋଷ ତଥା ଜୈବିକ ସାମଗ୍ରୀକୁ ଶୂନରୁ ନିମ୍ନ ତାପମାତ୍ରାରେ ସଂରକ୍ଷିତ କରି ରଖାଯାଏ।। ତେବେ ବୟସ୍କ ଲୋକେ ତଥା ରୋଗ ଯୋଗୁଁ ମୃତ୍ୟୁ ଆଶଙ୍କା କରୁଥିବା ଲୋକମାନେ ଏହି ଟେକ୍ନିକ୍‌କୁ ଅଧିକ ଆପଣାଉଛନ୍ତି। ଏବେ ସୁଦ୍ଧା କେବଳ ଆମେରିକାର ୨୩୦ ମୃତ ଶରୀରକୁ ଏହି ପ୍ରକ୍ରିୟା ମାଧ୍ୟମରେ ସଂରକ୍ଷିତ କରି ରଖାଯାଇଥିବା ବେଳେ ବିଶ୍ବରେ ପ୍ରାୟ ୫୦୦ ଲୋକଙ୍କ ମୃତଦେହ ଭବିଷ୍ୟତ ପାଇଁ ସଂରକ୍ଷିତ କରି ରଖିଛନ୍ତି। ପୂରା ଶରୀରକୁ କ୍ରାୟୋପ୍ରିଜରଭେସନ କରିବା ପାଇଁ ୧.୮ କୋଟି ଟଙ୍କା ଖର୍ଚ୍ଚ କରିବାକୁ ହୋଇଥାଏ। ଅନ୍ୟ ପକ୍ଷରେ କେବଳ ମସ୍ତିଷ୍କକୁ ସଂରକ୍ଷିତ ରଖିବା ପାଇଁ ୬୬ ଲକ୍ଷ ଖର୍ଚ୍ଚ କରିବାକୁ ହୋଇଥାଏ। ଅନ୍ୟପଟେ ବୈଜ୍ଞାନିକମାନେ ଏବର ସମୟରେ ବିଜ୍ଞାନ ସହ ଜଡ଼ିତ ଏହି ପ୍ରକ୍ରିୟାକୁ ଏକ କାହାଣୀ ବୋଲି ସ୍ପଷ୍ଟ କରିଛନ୍ତି।