ମୃତ୍ୟୁ ପରେ ମନୋଜ ଛାଡିଗଲେ କୋଟି କୋଟି ଟଙ୍କାର ସମ୍ପତ୍ତି, ବଲିଉଡ୍ ରେ ୫ ଦଶନ୍ଧି ଧରି କରିଥିଲେ ରାଜ୍

ଗୋଟିଏ ପରେ ଗୋଟିଏ  ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିବା ମନୋଜ କୁମାର ଆଉ ଏ ଦୁନିଆରେ ନାହାନ୍ତି ।  ‘ଭାରତ କୁମାର’ ନାମରେ  ସେ  ବେଶ ଜଣାଶୁଣା । ମନୋଜ କୁମାର ଶୁକ୍ରବାର ସକାଳେ ମୁମ୍ବାଇର କୋକିଲାବେନ ଧୀରବାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।  ମନୋଜ କୁମାରଙ୍କ ୮୭ ବର୍ଷ ବୟସରେ ଦେହାନ୍ତ ହୋଇଛି । ମନୋଜଙ୍କ ମୃତ୍ୟୁରେ ବଲିଉଡ ଏବଂ ଦେଶରେ ଶୋକର ଛାୟା ଖେଳିଯାଇଛି। ପ୍ରଶଂସକ ଏବଂ ସେଲିବ୍ରିଟିମାନେ ସୋସିଆଲ […] The post ମୃତ୍ୟୁ ପରେ ମନୋଜ ଛାଡିଗଲେ କୋଟି କୋଟି ଟଙ୍କାର ସମ୍ପତ୍ତି, ବଲିଉଡ୍ ରେ ୫ ଦଶନ୍ଧି ଧରି କରିଥିଲେ ରାଜ୍ appeared first on KNews Odisha.

ମୃତ୍ୟୁ ପରେ ମନୋଜ ଛାଡିଗଲେ କୋଟି କୋଟି ଟଙ୍କାର ସମ୍ପତ୍ତି, ବଲିଉଡ୍ ରେ ୫ ଦଶନ୍ଧି ଧରି କରିଥିଲେ ରାଜ୍
manoj kumar

ଗୋଟିଏ ପରେ ଗୋଟିଏ  ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିବା ମନୋଜ କୁମାର ଆଉ ଏ ଦୁନିଆରେ ନାହାନ୍ତି ।  ‘ଭାରତ କୁମାର’ ନାମରେ  ସେ  ବେଶ ଜଣାଶୁଣା । ମନୋଜ କୁମାର ଶୁକ୍ରବାର ସକାଳେ ମୁମ୍ବାଇର କୋକିଲାବେନ ଧୀରବାଇ ଅମ୍ବାନୀ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।  ମନୋଜ କୁମାରଙ୍କ ୮୭ ବର୍ଷ ବୟସରେ ଦେହାନ୍ତ ହୋଇଛି । ମନୋଜଙ୍କ ମୃତ୍ୟୁରେ ବଲିଉଡ ଏବଂ ଦେଶରେ ଶୋକର ଛାୟା ଖେଳିଯାଇଛି। ପ୍ରଶଂସକ ଏବଂ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ଆଜି ଭେଟେରାନ ଅଭିନେତା ମନୋଜ କୁମାରଙ୍କ ଶେଷକୃତ୍ୟ ସରିଛି । ମୁମ୍ବାଇରେ ପଓ୍ୱନ ହଂସ ଭିଲେ ପାର୍ଲେରେ ତାଙ୍କର ଅନ୍ତ୍ୟେଷ୍ଟି ହୋଇଛି । ମନୋଜ କୁମାରଙ୍କ ପୁଅ ତାଙ୍କୁ ମୁଖାଗ୍ନୀ ଦେଇଛନ୍ତି ।

ମନୋଜ କୁମାର କେବଳ ଜଣେ ମହାନ ଅଭିନେତା ନଥିଲେ ବରଂ ଜଣେ ଚମତ୍କାର ନିର୍ଦ୍ଦେଶକ ମଧ୍ୟ ଥିଲେ ।  ସେ ଅଭିନୟ ଏବଂ ନିର୍ଦ୍ଦେଶନା ଉଭୟ କ୍ଷେତ୍ରରେ ହିଟ୍ ଥିଲେ । ତାଙ୍କର ୫୦ ବର୍ଷର କ୍ୟାରିଅରରେ ମନୋଜ କୁମାର ପ୍ରସିଦ୍ଧି ସହିତ ପ୍ରଚୁର ସମ୍ପତ୍ତି ଅର୍ଜନ କରିଥିଲେ ।  ତେବେ ଆସନ୍ତୁ ଜାଣିବା ମନୋଜ କୁମାର କେତେ କୋଟି ଟଙ୍କାର ସମ୍ପତ୍ତି ଛାଡି ଯାଇଛନ୍ତି  ….

ମନୋଜ କୁମାରଙ୍କ ଜନ୍ମ ୨୪ ଜୁଲାଇ ୧୯୩୭ରେ ପାକିସ୍ତାନର ଆବୋଟାବାଦରେ ହୋଇଥିଲା।  ମନୋଜ କୁମାରଙ୍କ ପ୍ରକୃତ ନାମ ହରିକିଶନ ଗିରି ଗୋସ୍ୱାମୀ। କିନ୍ତୁ ପରେ ସେ ତାଙ୍କ ନାମ ପରିବର୍ତ୍ତନ କରିଥିଲେ।

ମନୋଜ କୁମାର ଚଳଚ୍ଚିତ୍ର ଜଗତ ମାଧ୍ୟମରେ ଭଲ ଟଙ୍କା ରୋଜଗାର  କରିଥିଲେ ।  ଗଣମାଧ୍ୟମ ରିପୋର୍ଟ ଅନୁସାରେ  ମନୋଜ କୁମାର ୨୦ ନିୟୁତ ଆମେରିକୀୟ ଡଲାର (ପ୍ରାୟ ୧୭୦ କୋଟି ଟଙ୍କା) ମୂଲ୍ୟର ସମ୍ପତ୍ତି ଛାଡିଯାଇଛନ୍ତି ।  ତାଙ୍କର ସମ୍ପତ୍ତି ସୁପରଷ୍ଟାର ଗୋବିନ୍ଦାଙ୍କ ଠାରୁ ଅଧିକ।  ଗଣମାଧ୍ୟମ ରିପୋର୍ଟ ଅନୁସାରେ ଗୋବିନ୍ଦାଙ୍କ ସମ୍ପତ୍ତି ପ୍ରାୟ ୧୫୦ କୋଟି ଟଙ୍କା ।

ମନୋଜ କୁମାର ଜଣେ ଅଭିନେତା ଏବଂ ନିର୍ଦ୍ଦେଶକ ଭାବରେ ହିନ୍ଦୀ ସିନେମାକୁ ଅନେକ ମହାନ ଚଳଚ୍ଚିତ୍ର ଉପହାର ସ୍ବରୁପ ଦେଇଛନ୍ତି । ତାଙ୍କର ସ୍ମରଣୀୟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ‘ଦଶ ନମ୍ବରି, ‘କ୍ରାନ୍ତି’, ‘ରୋଟି କପଡା ଅର ମକାନ’, ‘ ବେଇମାନ’, ‘ଗୁମ୍ନାମ୍’, ‘ସହିଦ’, ‘ଉପକାର’, ‘ଦ  ବେହେନ ‘ ଏବଂ ଅନ୍ୟାନ୍ୟ ଚଳଚ୍ଚିତ୍ର ରହିଛି ।  ୧୯୭୬ ମସିହାରେ ମୁକ୍ତିଲାଭ କରିଥିବା ‘ଦଶ ନମ୍ବରି’ ତାଙ୍କ କ୍ୟାରିଅରର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ।  କ୍ରାନ୍ତି (୧୯୮୧) ଦ୍ୱିତୀୟ ସ୍ଥାନରେ ଅଛି ।

Also read: ମନୋଜ କୁମାରଙ୍କ ଶେଷକୃତ୍ୟରେ ଶ୍ମଶାନରେ ପହଞ୍ଚିଲେ ଅମିତାଭ ବଚ୍ଚନ ଓ ଅନ୍ୟ ଅଭିନେତା

 

The post ମୃତ୍ୟୁ ପରେ ମନୋଜ ଛାଡିଗଲେ କୋଟି କୋଟି ଟଙ୍କାର ସମ୍ପତ୍ତି, ବଲିଉଡ୍ ରେ ୫ ଦଶନ୍ଧି ଧରି କରିଥିଲେ ରାଜ୍ appeared first on KNews Odisha.