ମୃତ୍ୟୁକୁ ମାତ୍ ଦେଲେ ଦମ୍ପତି, ଭୂସ୍ଖଳନର କରାଳ ପ୍ରଭାବରୁ ଅଳ୍ପକେ ବର୍ତ୍ତିଲେ
ମୁମ୍ଵାଇ ୨୮।୦୫: ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଦେଶ ପାପୁଆ ନ୍ୟୁଗିନିର ଏଙ୍ଗା ପ୍ରଦେଶରେ ଶୁକ୍ରବାର ଭୂସ୍ଖଳନ ପରେ ଫସିଥିବା ଲୋକଙ୍କୁ ଉଦ୍ଧାର ଲାଗି ଅବିରତ ଉଦ୍ୟମ ଚାଲିଛି । ଇତିମଧ୍ୟରେ ସେଠାକାର କାଓଲୋକାମ୍ ଗାଁର ଏକ ଦମ୍ପତି ମୃତ୍ୟୁକୁ ମାତ୍ ଦେଇଥିବା ଜଣାପଡ଼ିଛି । ସେମାନେ ହେଲେ ଜନ୍ସନ୍ ଓ ଜ୍ୟାକଲିନ୍ ୟାନ୍ଦାମ । ସୌଭାଗ୍ୟକୁ ସେମାନଙ୍କର ଘର ଭୂସ୍ଖଳନର କରାଳ ପ୍ରଭାବରୁ ଅଳ୍ପକେ ବର୍ତ୍ତି ଯାଇଥିଲା । କିନ୍ତୁ ଘର ଚାରିପଟେ ବଡ଼ ପଥରଖଣ୍ଡ ଗଦା ହୋଇଯାଇଥିଲ। ତା’ ମଧ୍ୟରେ ସେମାନେ ଫସି ରହିଥିଲେ । ଏହି ଘଟଣା ପରେ ଦମ୍ପତି ଉଦ୍ଧାରକାରୀମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ଏହାକୁ ଏକ ଚମତ୍କାର ଭାବେ ବର୍ଣ୍ଣନା କରିଛନ୍ତି । ଏକ ସ୍ଥାନୀୟ ପୋର୍ଟାଲକୁ ଜ୍ୟାକଲିନ୍ କହିଛନ୍ତି, ସେହି ମୂହୁର୍ତ୍ତରେ ଆମର ଜୀବନରକ୍ଷା କରିବା ଯୋଗୁ ଆମେ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଛୁ । ମୃତ୍ୟୁ ସୁନିଶ୍ଚିତ ବୋଲି ଆମେ ଧରିନେଇଥିଲୁ । ଭାଗ୍ୟକୁ ଆଦରି ଏକାଠି ମରିବାକୁ ପ୍ରସ୍ତୁତ ହୋଇଯାଇଥିଲୁ । କିନ୍ତୁ ବଡ଼ ବଡ଼ ପଥରଖଣ୍ଡ ଆମ ଉପରେ ପଡି଼ନଥିଲା । କେବଳ ଘର ଚାରିପାଖରେ ଗଦା ହୋଇଯାଇଥିଲା । ପ୍ରାୟ ୮ ଘଣ୍ଟା ଧରି ସେଭଳି ଅବସ୍ଥାରେ ଫସି ରହିବା ପରେ ଆମକୁ ଉଦ୍ଧାର କରାଯାଇଥିଲା ।ଭୂସ୍ଖଳନ ସମୟରେ ଦମ୍ପତିଙ୍କର ୩ ସନ୍ତାନ କାଓଲୋକାମ୍ ଗାଁରେ ନଥିବାରୁ ସେମାନେ ମଧ୍ୟ ବର୍ତ୍ତିଯାଇଛନ୍ତି । ଏହି ଦମ୍ପତିଙ୍କୁ ଉଦ୍ଧାର କରାଯିବ
ମୁମ୍ଵାଇ ୨୮।୦୫: ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଦେଶ ପାପୁଆ ନ୍ୟୁଗିନିର ଏଙ୍ଗା ପ୍ରଦେଶରେ ଶୁକ୍ରବାର ଭୂସ୍ଖଳନ ପରେ ଫସିଥିବା ଲୋକଙ୍କୁ ଉଦ୍ଧାର ଲାଗି ଅବିରତ ଉଦ୍ୟମ ଚାଲିଛି । ଇତିମଧ୍ୟରେ ସେଠାକାର କାଓଲୋକାମ୍ ଗାଁର ଏକ ଦମ୍ପତି ମୃତ୍ୟୁକୁ ମାତ୍ ଦେଇଥିବା ଜଣାପଡ଼ିଛି । ସେମାନେ ହେଲେ ଜନ୍ସନ୍ ଓ ଜ୍ୟାକଲିନ୍ ୟାନ୍ଦାମ । ସୌଭାଗ୍ୟକୁ ସେମାନଙ୍କର ଘର ଭୂସ୍ଖଳନର କରାଳ ପ୍ରଭାବରୁ ଅଳ୍ପକେ ବର୍ତ୍ତି ଯାଇଥିଲା । କିନ୍ତୁ ଘର ଚାରିପଟେ ବଡ଼ ପଥରଖଣ୍ଡ ଗଦା ହୋଇଯାଇଥିଲ। ତା’ ମଧ୍ୟରେ ସେମାନେ ଫସି ରହିଥିଲେ ।
ଏହି ଘଟଣା ପରେ ଦମ୍ପତି ଉଦ୍ଧାରକାରୀମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ଏହାକୁ ଏକ ଚମତ୍କାର ଭାବେ ବର୍ଣ୍ଣନା କରିଛନ୍ତି । ଏକ ସ୍ଥାନୀୟ ପୋର୍ଟାଲକୁ ଜ୍ୟାକଲିନ୍ କହିଛନ୍ତି, ସେହି ମୂହୁର୍ତ୍ତରେ ଆମର ଜୀବନରକ୍ଷା କରିବା ଯୋଗୁ ଆମେ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଛୁ । ମୃତ୍ୟୁ ସୁନିଶ୍ଚିତ ବୋଲି ଆମେ ଧରିନେଇଥିଲୁ । ଭାଗ୍ୟକୁ ଆଦରି ଏକାଠି ମରିବାକୁ ପ୍ରସ୍ତୁତ ହୋଇଯାଇଥିଲୁ । କିନ୍ତୁ ବଡ଼ ବଡ଼ ପଥରଖଣ୍ଡ ଆମ ଉପରେ ପଡି଼ନଥିଲା । କେବଳ ଘର ଚାରିପାଖରେ ଗଦା ହୋଇଯାଇଥିଲା । ପ୍ରାୟ ୮ ଘଣ୍ଟା ଧରି ସେଭଳି ଅବସ୍ଥାରେ ଫସି ରହିବା ପରେ ଆମକୁ ଉଦ୍ଧାର କରାଯାଇଥିଲା ।
ଭୂସ୍ଖଳନ ସମୟରେ ଦମ୍ପତିଙ୍କର ୩ ସନ୍ତାନ କାଓଲୋକାମ୍ ଗାଁରେ ନଥିବାରୁ ସେମାନେ ମଧ୍ୟ ବର୍ତ୍ତିଯାଇଛନ୍ତି । ଏହି ଦମ୍ପତିଙ୍କୁ ଉଦ୍ଧାର କରାଯିବା ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି କହିଛନ୍ତି, ଜ୍ୟାକଲିନ୍ଙ୍କ ଘର ଚାରିପଟେ ବିରାଟ ପଥରଖଣ୍ଡ ସବୁ ଜମା ହୋଇଯାଇଥିଲା । ତେଣୁ ଗୋଡ଼ି ଓ ମାଟିର ଅତିରିକ୍ତ ଧ୍ୱଂସାବଶେଷ ଆଉ ସେମାନଙ୍କ ଘର ଉପରେ ପଡ଼ିଲା ନାହିଁ । ଯଦି ସେମାନଙ୍କୁ ଠିକ୍ ସମୟରେ ଉଦ୍ଧାର କରାଯାଇନଥାନ୍ତା ତା’ହେଲେ ସେମାନେ ନିଶ୍ଚିତ ଭାବେ କ୍ଷୁଧା ଓ ତୃଷ୍ଣା ଯୋଗୁ ମରିଯାଇଥାନ୍ତେ ।