ମୃତ୍ୟୁକୁ ୩ ଦିନ ବିତିଲାଣି,ଅପରିଚିତ ବ୍ୟକ୍ତିଙ୍କ ପରିଚୟ ଖୋଜୁଛି ଭଞ୍ଜନଗର ପୋଲିସ
ଭଞ୍ଜନଗର,୨୫।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଆଜକୁ କିଛିଦିନ ହେବ ତାତି ବଢ଼ିଯାଇଛି। ପୂର୍ବାହ୍ନ ୧୦ ଟା ହେଲେ ଲୋକେ ଆଉ ଘରୁ ବାହାରିବାକୁ ଭୟ କରୁଛନ୍ତି। ଏହିଭଳି ପରିସ୍ଥିତିରେ ଜଣେ ବ୍ୟକ୍ତି ବୁଧବାର ମଧ୍ୟାହ୍ନରେ ମରାଠି ସାହି ଆଡ଼େ ଯାଇଥିଲେ। ଏହାପରେ ଉକ୍ତ ସାହିର ଏକ ରାସ୍ତାକଡ଼ରେ ଖରାରେ ସେ ଶୋଇପଡ଼ିଥିଲେ। ଦିନସାରା ରାସ୍ତାକଡ଼ରେ ଖରାରେ ଶୋଇ ରହିବା ଯୋଗୁ ବୃଦ୍ଧଜଣକ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି। କିନ୍ତୁ ବୃଦ୍ଧଙ୍କ ସାର୍ଟରେ କିଛି ରକ୍ତ ଛିଟା […] The post ମୃତ୍ୟୁକୁ ୩ ଦିନ ବିତିଲାଣି,ଅପରିଚିତ ବ୍ୟକ୍ତିଙ୍କ ପରିଚୟ ଖୋଜୁଛି ଭଞ୍ଜନଗର ପୋଲିସ appeared first on Dharitri Odia News.
ଭଞ୍ଜନଗର,୨୫।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଆଜକୁ କିଛିଦିନ ହେବ ତାତି ବଢ଼ିଯାଇଛି। ପୂର୍ବାହ୍ନ ୧୦ ଟା ହେଲେ ଲୋକେ ଆଉ ଘରୁ ବାହାରିବାକୁ ଭୟ କରୁଛନ୍ତି। ଏହିଭଳି ପରିସ୍ଥିତିରେ ଜଣେ ବ୍ୟକ୍ତି ବୁଧବାର ମଧ୍ୟାହ୍ନରେ ମରାଠି ସାହି ଆଡ଼େ ଯାଇଥିଲେ। ଏହାପରେ ଉକ୍ତ ସାହିର ଏକ ରାସ୍ତାକଡ଼ରେ ଖରାରେ ସେ ଶୋଇପଡ଼ିଥିଲେ। ଦିନସାରା ରାସ୍ତାକଡ଼ରେ ଖରାରେ ଶୋଇ ରହିବା ଯୋଗୁ ବୃଦ୍ଧଜଣକ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି। କିନ୍ତୁ ବୃଦ୍ଧଙ୍କ ସାର୍ଟରେ କିଛି ରକ୍ତ ଛିଟା ଲାଗିଥିବା ଯୋଗୁ ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ମଧ୍ୟ ଥାଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି।
ଉକ୍ତ ଦିନ ଅପରାହ୍ନରେ ଭଞ୍ଜନଗର ପୋଲିସ ମୃତଦେହଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲା। ବୃଦ୍ଧ ଜଣକର ପରିଚୟ ମିଳି ନ ଥିବା ଯୋଗୁ ପୋଲିସ ବୃଦ୍ଧଙ୍କ ମରଶରୀରକୁ ଶବ ସଂରକ୍ଷିତ ଗୃହରେ ରଖିଛି। ୭୨ ଘଣ୍ଟା ମଧ୍ୟରେ ଯଦି ପରିଚୟ ନ ମିଳେ ତେବେ ତାଙ୍କ ମୃତଦେହକୁ ସତ୍କାର କରାଯିବ। ବୃଦ୍ଧଜଣକ ଅଂଶୁଘାତରେ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି। ଅପରପକ୍ଷେ ଭଞ୍ଜନଗର ଥାନା ଅଧିକାରୀ ଜିବନାନନ୍ଦ ଜେନା ଙ୍କୁ ବୃଦ୍ଧ ସାର୍ଟ ରେ ରକ୍ତ ଛିଟା ଲାଗିଥିବା ନେଇ ପଚାରିବାରୁ ସେ ଏଠାରେ କହିଛନ୍ତି ଯେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ। ଆସନ୍ତା କାଲି ଯଦି ଉକ୍ତ ବ୍ୟକ୍ତିଙ୍କ ଠିକଣା ନ ମିଳେ ତେବେ ତାଙ୍କର ଅନ୍ତିମ ସତ୍କାର ସରକାରୀ ନିୟମ ଅନୁସାରେ କରାଯିବ।
The post ମୃତ୍ୟୁକୁ ୩ ଦିନ ବିତିଲାଣି,ଅପରିଚିତ ବ୍ୟକ୍ତିଙ୍କ ପରିଚୟ ଖୋଜୁଛି ଭଞ୍ଜନଗର ପୋଲିସ appeared first on Dharitri Odia News.