ମେକ୍ସିକୋ ସୀମାରେ ଶକ୍ତିଶାଳୀ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୪
ନୂଆଦିଲ୍ଲୀ: ମେକ୍ସିକୋ ଓ ଗୁଆଟେମାଲା ସୀମାରେ ଶକ୍ତିଶାଳୀ ଭୂକମ୍ପ। ଏହାର ପ୍ରକୋପ ଏତେ ମାତ୍ରାରେ ଥିଲା ସ୍ଥାନୀୟ ଲୋକେ ଭୟରେ ଘରୁ ବାହାରି ଚାଲିଆସିଥିଲେ। ମେକ୍ସିକୋର ସୀମାନ୍ତ ସହର ସୁଚିଏଟ୍ ନିକଟରେ ଏହାର ତୀବ୍ରତା ଅଧିକ ଥିଲା। ଯେଉଁଠାରେ ଗୋଟିଏ ନଦୀ ଦୁଇ ଦେଶକୁ ବିଭକ୍ତ କରିଛି।ଭୂକମ୍ପ କେନ୍ଦ୍ର ପ୍ରଶାନ୍ତ ଉପକୂଳଠାରୁ ବ୍ରିସାସ୍ ବାରା ଦେ ସୁଚିଏଟ୍ ଠାରୁ ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଦିଗ ୧୦ ମାଇଲ (୧୬କିଲୋମିଟର) ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ। ଯେଉଁଠାରେ ନଦୀ ସମୁଦ୍ର ସହ ଲୀନ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ ଭୂଭାଗରୁ ୪୭ ମାଇଲ ବା ୭୫ କିଲୋମିଟର ଗଭୀରତାରେ ଏହି ଭୂକମ୍ପର ତୀବ୍ରତା ୬.୪ ଥିଲା। ମେକ୍ସିକୋରେ କ୍ଷୟକ୍ଷତିର ଖବର ମିଳିନାହିଁ। କିନ୍ତୁ ସୀମାର ଅଧିକ ପର୍ବତ, ଦୁର୍ଗମ ଅଞ୍ଚଳ ଥିବାରୁ ଭୂସ୍ଖଳନ ହେବାର ସମ୍ଭାବନା ରହିଛି।ସୀମା ଆରପାର୍ଶ୍ୱରେ ରାଜପଥରେ ଛୋଟ ଭୂସ୍ଖଳନ ଏବଂ ସାନ ମାର୍କୋସର ଏକ ଡାକ୍ତରଖାନାର କାନ୍ଥରେ ବଡ଼ ବଡ଼ ଖାଲ ହୋଇଥିବା ନେଇ ଗୁଆଟେମାଲାର ଜାତୀୟ ବିପର୍ଯ୍ୟୟ ନିରାକରଣ ଏଜେନ୍ସି ଏହାର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛି, କିନ୍ତୁ ମୃତ୍ୟୁ ଖବରର ସୂଚନା ମିଳନାହିଁ।
ନୂଆଦିଲ୍ଲୀ: ମେକ୍ସିକୋ ଓ ଗୁଆଟେମାଲା ସୀମାରେ ଶକ୍ତିଶାଳୀ ଭୂକମ୍ପ। ଏହାର ପ୍ରକୋପ ଏତେ ମାତ୍ରାରେ ଥିଲା ସ୍ଥାନୀୟ ଲୋକେ ଭୟରେ ଘରୁ ବାହାରି ଚାଲିଆସିଥିଲେ। ମେକ୍ସିକୋର ସୀମାନ୍ତ ସହର ସୁଚିଏଟ୍ ନିକଟରେ ଏହାର ତୀବ୍ରତା ଅଧିକ ଥିଲା। ଯେଉଁଠାରେ ଗୋଟିଏ ନଦୀ ଦୁଇ ଦେଶକୁ ବିଭକ୍ତ କରିଛି।
ଭୂକମ୍ପ କେନ୍ଦ୍ର ପ୍ରଶାନ୍ତ ଉପକୂଳଠାରୁ ବ୍ରିସାସ୍ ବାରା ଦେ ସୁଚିଏଟ୍ ଠାରୁ ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଦିଗ ୧୦ ମାଇଲ (୧୬କିଲୋମିଟର) ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ। ଯେଉଁଠାରେ ନଦୀ ସମୁଦ୍ର ସହ ଲୀନ ହୋଇଛି।
ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ ଭୂଭାଗରୁ ୪୭ ମାଇଲ ବା ୭୫ କିଲୋମିଟର ଗଭୀରତାରେ ଏହି ଭୂକମ୍ପର ତୀବ୍ରତା ୬.୪ ଥିଲା। ମେକ୍ସିକୋରେ କ୍ଷୟକ୍ଷତିର ଖବର ମିଳିନାହିଁ। କିନ୍ତୁ ସୀମାର ଅଧିକ ପର୍ବତ, ଦୁର୍ଗମ ଅଞ୍ଚଳ ଥିବାରୁ ଭୂସ୍ଖଳନ ହେବାର ସମ୍ଭାବନା ରହିଛି।
ସୀମା ଆରପାର୍ଶ୍ୱରେ ରାଜପଥରେ ଛୋଟ ଭୂସ୍ଖଳନ ଏବଂ ସାନ ମାର୍କୋସର ଏକ ଡାକ୍ତରଖାନାର କାନ୍ଥରେ ବଡ଼ ବଡ଼ ଖାଲ ହୋଇଥିବା ନେଇ ଗୁଆଟେମାଲାର ଜାତୀୟ ବିପର୍ଯ୍ୟୟ ନିରାକରଣ ଏଜେନ୍ସି ଏହାର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛି, କିନ୍ତୁ ମୃତ୍ୟୁ ଖବରର ସୂଚନା ମିଳନାହିଁ।