ମେଗା ଲିଫ୍ଟ ପ୍ରକଳ୍ପର ସ୍ଥିତି ପରଖିଲେ ବିଧାୟକ

ଅମରପାଲି,୧ା୧୦: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ମେଗା ଲିପ୍ଟ ପଏଣ୍ଟରେ ଥିବା ବିଭିନ୍ନ ସମସ୍ୟା ନେଇ ସୋମବାର ସ୍ଥାନୀୟ ବିଧାୟକ ରଘୁନାଥ ଜଗଦଳା ପ୍ରକଳ୍ପ ସ୍ଥିତି ପରଖି ଚାଷୀ ଏବଂ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ସୂଚନାନୁସାରେ, ଉକ୍ତ ପ୍ରକଳ୍ପ ଅଧିନସ୍ଥ ଚାଷୀମାନେ ପ୍ରକଳ୍ପରୁ ପରୀକ୍ଷାମୂଳକ ଭାବେ ପାଣି ଛାଡ଼ି ଥିବା ବେଳେ ବିଭିନ୍ନ ସ୍ଥାନକୁ ପାଣି ପହଞ୍ଚି ପାରୁ ନ ଥିବା ଅଭିଯୋଗ କରିଥିଲେ। ଅଭିଯୋଗକୁ ନେଇ ବୀରମହାରାଜପୁର ବିଧାୟକ ଇଂ […] The post ମେଗା ଲିଫ୍ଟ ପ୍ରକଳ୍ପର ସ୍ଥିତି ପରଖିଲେ ବିଧାୟକ appeared first on Dharitri Odia News.

ମେଗା ଲିଫ୍ଟ ପ୍ରକଳ୍ପର ସ୍ଥିତି ପରଖିଲେ ବିଧାୟକ

ଅମରପାଲି,୧ା୧୦: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ମେଗା ଲିପ୍ଟ ପଏଣ୍ଟରେ ଥିବା ବିଭିନ୍ନ ସମସ୍ୟା ନେଇ ସୋମବାର ସ୍ଥାନୀୟ ବିଧାୟକ ରଘୁନାଥ ଜଗଦଳା ପ୍ରକଳ୍ପ ସ୍ଥିତି ପରଖି ଚାଷୀ ଏବଂ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି।
ସୂଚନାନୁସାରେ, ଉକ୍ତ ପ୍ରକଳ୍ପ ଅଧିନସ୍ଥ ଚାଷୀମାନେ ପ୍ରକଳ୍ପରୁ ପରୀକ୍ଷାମୂଳକ ଭାବେ ପାଣି ଛାଡ଼ି ଥିବା ବେଳେ ବିଭିନ୍ନ ସ୍ଥାନକୁ ପାଣି ପହଞ୍ଚି ପାରୁ ନ ଥିବା ଅଭିଯୋଗ କରିଥିଲେ। ଅଭିଯୋଗକୁ ନେଇ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଳା ପ୍ରକଳ୍ପ ବୁଲିବା ସହିତ ବିଭିନ୍ନ ସ୍ଥାନରେ ଥିବା ସମସ୍ୟାକୁ ନେଇ ବିଭାଗୀୟ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ବାଗବର ମେଗା ଲିପ୍ଟ ପଏଣ୍ଟଟି ୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବେଳେ ଏହି ପ୍ରକଳ୍ପ ସୂଚାରୁ ରୂପେ କାର୍ଯ୍ୟ କଲେ ୧୫୨୧ ହେକ୍ଟର ଚାଷଜମି ଜଳସେଚନ ହେବ କିନ୍ତୁ ନିର୍ମାଣ ଦାୟିତ୍ୱରେ ଥିବା ଏଲ ଆଣ୍ଡ୍‌ ଟି କମ୍ପାନୀ ଠିକାସଂସ୍ଥା ନିଜ ମନ ଇଚ୍ଛା କାମ କରିଥିବାରୁ ଚାଷୀ ପାଣି ପାଇବାରୁ ବଞ୍ଚିତ ହେବେ ବୋଲି ଅଭିଯୋଗ ହେଉଛି। ବିଧାୟକ ଅଧିକାରୀଙ୍କ ସହିତ ଏନେଇ ଆଲୋଚନା କରିଛନ୍ତି। କ୍ଷେତ୍ର ପରିଦର୍ଶନ ବେଳେ ବିଧାୟକଙ୍କ ସମେତ ବିଭାଗୀୟ କର୍ମଚାରୀ ସ୍ଥାନୀୟ ଚାଷୀ, ସତ୍ୟବ୍ରତ ମିଶ୍ର, ଏକଲବ୍ୟ ବେହେରା, ପ୍ରଭାସ ପଣ୍ଡା, ବିପିନ ପଣ୍ଡା, ସପନ ପଧାନଙ୍କ ସମେତ ଅନେକ ବ୍ୟକ୍ତି ଉପସ୍ଥିତ ଥିଲେ।

The post ମେଗା ଲିଫ୍ଟ ପ୍ରକଳ୍ପର ସ୍ଥିତି ପରଖିଲେ ବିଧାୟକ appeared first on Dharitri Odia News.