ମେଡିସିନ୍ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭୁବନେଶ୍ୱର ୨୯।୦୧ : ମେଡିସିନ୍‌ ଗୋଦାମରେ ଅଗ୍ନିକାଣ୍ଡ । ଭୁବନେଶ୍ୱର ରୁଦ୍ରପୁର ସ୍ଥିତ ମେଡିସିନ ଗୋଦାମରେ ଘଟିଛି ଅଗ୍ନିକାଣ୍ଡ । ଯେଉଁଥିରେ ଲକ୍ଷାଧିକ ଟଙ୍କାର ମେଡିସିନ ପୋଡି ପାଉଁଶ ହୋଇଯାଇଛି । ଖବର ଅନୁଯାୟୀ, ଭୁବନେଶ୍ୱର ରୁଦ୍ରପୁର ସିମ୍ଫୋନୀ ମଲ୍‌ ନିକଟରେ ଏକ ମେଡିସିନ୍‌ ଗୋଦାମ ରହିଛି । ବୁଧବାର ଦିନ ସକାଳ ସମୟରେ ମେଡିସିନ କମ୍ପାନୀରୁ ହଠାତ୍‌ ଧୁଆଁ ବାହାରୁଥିବାର କର୍ମଚାରୀ ଏବଂ ସ୍ଥାନୀୟଲୋକେ ଦେଖିଥିଲେ । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଅଗ୍ନିଶମ ବାହିନୀ ପକ୍ଷରୁ ତିନୋଟି ଗାଡି ନିୟୋଜିତ କରାଯାଇଛି। ସମସ୍ତ କର୍ମଚାରୀ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। 

ମେଡିସିନ୍ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭୁବନେଶ୍ୱର ୨୯।୦୧ : ମେଡିସିନ୍‌ ଗୋଦାମରେ ଅଗ୍ନିକାଣ୍ଡ । ଭୁବନେଶ୍ୱର ରୁଦ୍ରପୁର ସ୍ଥିତ ମେଡିସିନ ଗୋଦାମରେ ଘଟିଛି ଅଗ୍ନିକାଣ୍ଡ । ଯେଉଁଥିରେ ଲକ୍ଷାଧିକ ଟଙ୍କାର ମେଡିସିନ ପୋଡି ପାଉଁଶ ହୋଇଯାଇଛି । 

ଖବର ଅନୁଯାୟୀ, ଭୁବନେଶ୍ୱର ରୁଦ୍ରପୁର ସିମ୍ଫୋନୀ ମଲ୍‌ ନିକଟରେ ଏକ ମେଡିସିନ୍‌ ଗୋଦାମ ରହିଛି । ବୁଧବାର ଦିନ ସକାଳ ସମୟରେ ମେଡିସିନ କମ୍ପାନୀରୁ ହଠାତ୍‌ ଧୁଆଁ ବାହାରୁଥିବାର କର୍ମଚାରୀ ଏବଂ ସ୍ଥାନୀୟଲୋକେ ଦେଖିଥିଲେ । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ଅଗ୍ନିଶମ ବାହିନୀ ପକ୍ଷରୁ ତିନୋଟି ଗାଡି ନିୟୋଜିତ କରାଯାଇଛି। ସମସ୍ତ କର୍ମଚାରୀ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।