ମେଣ୍ଟ ପାଲଟୁଛି ବଙ୍କୁଲି ବେଣ୍ଟ
ଭବନେଶ୍ୱର, ୧୮।୩ (ସୁନିତ୍ ମିଶ୍ର): ରାଜ୍ୟ ଭାଜପାରେ ଏବେ ମେଣ୍ଟ ପାଇଁ ଘୋର ବିରୋଧ ସୃଷ୍ଟି ହେଉଛି। ସାଧାରଣ କର୍ମୀ ଚିନ୍ତା କରୁଛନ୍ତି ଯେ, ଆଜି ଏଭଳି ଏକ ମୁହୂର୍ତ୍ତ ପହଞ୍ଚିଛି ଯେଉଁଥିରେ ଓଡ଼ିଶା ଭୋଟର ବିଜେଡି ପ୍ରତି ସମ୍ପୂର୍ଣ୍ଣ ଭାବେ ବିମୁଖ ହୋଇପଡ଼ିଛି। ବିଭିନ୍ନ କାରଣ ଥିବାବେଳେ ମୁଖ୍ୟ କାରଣ ଭାବେ ନବୀନ ପଟ୍ଟନାୟକଙ୍କ ଗୁରୁତ୍ୱକୁ ତାଙ୍କରି ଦଳ ଭିତରେ ହ୍ରାସ କରାଯାଉଛି ବୋଲି ଭାଜପାର କେତେକ ନେତା ମତ ଦେଉଛନ୍ତି। ଏହାର ପ୍ରମାଣ ଭାବେ […] The post ମେଣ୍ଟ ପାଲଟୁଛି ବଙ୍କୁଲି ବେଣ୍ଟ appeared first on Dharitri Odia News.
ଭବନେଶ୍ୱର, ୧୮।୩ (ସୁନିତ୍ ମିଶ୍ର): ରାଜ୍ୟ ଭାଜପାରେ ଏବେ ମେଣ୍ଟ ପାଇଁ ଘୋର ବିରୋଧ ସୃଷ୍ଟି ହେଉଛି। ସାଧାରଣ କର୍ମୀ ଚିନ୍ତା କରୁଛନ୍ତି ଯେ, ଆଜି ଏଭଳି ଏକ ମୁହୂର୍ତ୍ତ ପହଞ୍ଚିଛି ଯେଉଁଥିରେ ଓଡ଼ିଶା ଭୋଟର ବିଜେଡି ପ୍ରତି ସମ୍ପୂର୍ଣ୍ଣ ଭାବେ ବିମୁଖ ହୋଇପଡ଼ିଛି। ବିଭିନ୍ନ କାରଣ ଥିବାବେଳେ ମୁଖ୍ୟ କାରଣ ଭାବେ ନବୀନ ପଟ୍ଟନାୟକଙ୍କ ଗୁରୁତ୍ୱକୁ ତାଙ୍କରି ଦଳ ଭିତରେ ହ୍ରାସ କରାଯାଉଛି ବୋଲି ଭାଜପାର କେତେକ ନେତା ମତ ଦେଉଛନ୍ତି। ଏହାର ପ୍ରମାଣ ଭାବେ ପଦାକୁ ଆସୁଥିବା ନବୀନଙ୍କ ଭିଡିଓଗୁଡ଼ିକୁ ଉଦାହରଣ ଭାବେ ଦେଖାଯାଉଛି। ସେମାନେ କହୁଛନ୍ତି ଯେ, ଏସବୁ ଭିଡିଓ ସାଧାରଣ ଭୋଟରଙ୍କ ମନରେ ନକାରାତ୍ମକ ଭାବନା ସୃଷ୍ଟି କରୁଛି। ସେଥିପାଇଁ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କଠାରୁ ଆରମ୍ଭ କରି ପ୍ରାୟ ଅଧିକାଂଶ ଦଳୀୟ ନେତା ମେଣ୍ଟକୁ ବିରୋଧ କରିବା ସହ ଏକାକୀ ଯିବା ପାଇଁ ପସନ୍ଦ କରୁଛନ୍ତି। ନେତାମାନଙ୍କ ସମର୍ଥନକୁ ଦେଖିଲେ ମନମୋହନ ମଧ୍ୟ ୩ ଥର ମେଣ୍ଟ ହେବନାହିଁ ବୋଲି କହିସାରିଲେଣି।
ଗୋଟିଏ ପଟେ ରାଜ୍ୟ ଶାଖାର ଏଭଳି ମନ୍ତବ୍ୟ ଜୋର୍ ଧରୁଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କର ତାଙ୍କ ନିର୍ବାଚନ ପରବର୍ତ୍ତୀ ସମୟ ପାଇଁ ଏନ୍ଡିଏର ଭାବମୂର୍ତ୍ତିକୁ ଶକ୍ତିଶାଳୀ କରିବାକୁ ଚାହୁଁଥିବା ଭଳି ମନେହେଉଛି। ଏପରିସ୍ଥଳେ ଆନ୍ଧ୍ର ପ୍ରଦେଶର ଏନ୍. ଚନ୍ଦ୍ରାବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍ ସହିତ ଭାଜପାର ମେଣ୍ଟ ହୋଇଯାଇଛି। ସେହିଭଳି ଭାବେ ଓଡ଼ିଶାରେ ନବୀନ ପଟ୍ଟନାୟକ ଓ ତାଙ୍କ ବିଜୁ ଜନତା ସହିତ ମେଣ୍ଟ ହେଲେ ଏନ୍ଡିଏ ଗ୍ରହଣୀୟତା ପରବର୍ତ୍ତୀ ସମୟରେ ବୃଦ୍ଧି ପାଇବ ବୋଲି ଭାଜପା କେନ୍ଦ୍ର ନେତୃତ୍ୱ ଭାବୁଥିବାର ଲକ୍ଷଣ ଦେଖାଯାଉଛି। ଉତ୍ତର ଓ ପଶ୍ଚିମ ଭାରତରେ ଭାଜପାର ଅନ୍ତର୍ଦ୍ୱନ୍ଦ୍ୱ ପଦାକୁ ଆସିବା ଫଳରେ ଅନେକ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ହରିୟାଣା ମୁଖ୍ୟମନ୍ତ୍ରୀ ଥିବା ମନୋହରଲାଲ୍ ଖଟ୍ଟରଙ୍କୁ ବିଦା କରାଯାଇ ଅନ୍ୟ ଜଣଙ୍କୁ ସେହି ସ୍ଥାନରେ ଅବସ୍ଥାପିତ କରିବା ବିଷୟକୁ ଉଦାହରଣ ଭାବେ ଦର୍ଶାଯାଉଛି। ସେହିଭଳି ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ଲୋକପ୍ରିୟତା ବୃଦ୍ଧି ପାଇବା ଫଳରେ ଭାଜପାର କେନ୍ଦ୍ର ନେତୃତ୍ୱ ଚିନ୍ତାମଗ୍ନ ହୋଇପଡ଼ିଛନ୍ତି ବୋଲି କେତେକ ମହଲରେ ଆଲୋଚନା କରାଯାଉଛି। ସବୁ ପର୍ଯ୍ୟବେକ୍ଷକ ଏକମତ ହେଉଛନ୍ତି ଯେ, ୨୦୨୪ ଲୋକ ସଭା ନିର୍ବାଚନ ଫଳାଫଳ ପୂର୍ବରୁ ଯେଉଁଭଳି ଭାବେ ଚିନ୍ତା କରାଯାଉଥିଲା ସେଥିରେ ପରିବର୍ତ୍ତନ ଘଟିପାରେ। ତେଣୁ ଓଡ଼ିଶା ଭାଜପାରେ ତୀବ୍ର ବିରୋଧ ଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ମେଣ୍ଟ ସମ୍ପର୍କରେ କୌଣସି ସ୍ପଷ୍ଟ ମତ ଦଳର କେନ୍ଦ୍ର ନେତୃତ୍ୱ ଦେଉନାହାନ୍ତି, ଯାହାକି ଗୁଜବ ସୃଷ୍ଟିକାରୀଙ୍କୁ ଖୋରାକ ଯୋଗାଉଛି।
The post ମେଣ୍ଟ ପାଲଟୁଛି ବଙ୍କୁଲି ବେଣ୍ଟ appeared first on Dharitri Odia News.