ମେରୁଯାତ୍ରା ଦେଖିବାକୁ ଆସି ଝାମ୍ପି ନେଇଥିଲେ ସୁନା ହାର
ବ୍ରହ୍ମପୁର,୧୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବିଜିପୁରରେ ଗତ ରବିବାର ମେରୁଯାତ୍ରା ଦେଖିବାକୁ ଆସିଥିବା କେ. ଜୟନ୍ତୀଙ୍କ ବେକରୁ ସୁନା ହାର ଝାମ୍ପି ନେଇଥିବା ଜଣେ ମହିଳାଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୋଲିସ ଜିମା ଦେଇଥିଲେ। ସେ ହେଲେ ପଶ୍ଚିମବଙ୍ଗ ହୁଗୁଳିର ସୁରେନ୍ଦ୍ର ସ୍ବାମୀଙ୍କ ସ୍ତ୍ରୀ ଶିବାନୀ ସ୍ବାମୀ। ପୋଲିସ ତାଙ୍କ ନିକଟରୁ ୧୫ ଗ୍ରାମର ସୁନା ଅଳଙ୍କାର ଜବତ କରିଛି। ଏନେଇ ମାମଲା ନଂ. ୪୪/୨୪ରେ ଶିବାନୀଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି। ପ୍ରକାଶ ଯେ, ଜୟନ୍ତୀ […] The post ମେରୁଯାତ୍ରା ଦେଖିବାକୁ ଆସି ଝାମ୍ପି ନେଇଥିଲେ ସୁନା ହାର appeared first on Dharitri Odia News.
ବ୍ରହ୍ମପୁର,୧୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବିଜିପୁରରେ ଗତ ରବିବାର ମେରୁଯାତ୍ରା ଦେଖିବାକୁ ଆସିଥିବା କେ. ଜୟନ୍ତୀଙ୍କ ବେକରୁ ସୁନା ହାର ଝାମ୍ପି ନେଇଥିବା ଜଣେ ମହିଳାଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୋଲିସ ଜିମା ଦେଇଥିଲେ। ସେ ହେଲେ ପଶ୍ଚିମବଙ୍ଗ ହୁଗୁଳିର ସୁରେନ୍ଦ୍ର ସ୍ବାମୀଙ୍କ ସ୍ତ୍ରୀ ଶିବାନୀ ସ୍ବାମୀ। ପୋଲିସ ତାଙ୍କ ନିକଟରୁ ୧୫ ଗ୍ରାମର ସୁନା ଅଳଙ୍କାର ଜବତ କରିଛି।
ଏନେଇ ମାମଲା ନଂ. ୪୪/୨୪ରେ ଶିବାନୀଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି। ପ୍ରକାଶ ଯେ, ଜୟନ୍ତୀ ବିଜିପୁର କାଳୀ ମନ୍ଦିରରେ ମେରୁଯାତ୍ରା ଦେଖୁଥିବାବେଳେ ତାଙ୍କ ପଛରେ ଠିଆ ହୋଇଥିବା ଶିବାନୀ ସୁନାହାର ଛିଡାଇଥିଲେ। ତେବେ ଜୟନ୍ତୀଙ୍କ ହାତରେ ଅଧା ହାର ରହିଯାଇଥିବା ବେଳେ ଆଉ ଅଧା ଶିବାନୀ ଧରି ଚମ୍ପଟ ମାରିଥିଲେ।ଜୟନ୍ତୀଙ୍କ ଚିତ୍କାର ଶୁଣି ଲୋକେ ଶିବାନୀଙ୍କୁ କାବୁ କରିଥିଲେ।
The post ମେରୁଯାତ୍ରା ଦେଖିବାକୁ ଆସି ଝାମ୍ପି ନେଇଥିଲେ ସୁନା ହାର appeared first on Dharitri Odia News.