ମୋ ପୁଅ ହେବ ମୁଖ୍ୟମନ୍ତ୍ରୀ: କହୁ କହୁ କହିଦେଲେ ଫଡନଭିସଙ୍କ ମା’

ନୂଆଦିଲ୍ଲୀ,୨୩।୧୧: ୨୦୨୪ ମହାରାଷ୍ଟ୍ର ନିର୍ବାଚନରେ ବମ୍ପର ବିଜୟ ହାସଲ କରିଛି ମହାୟୁତି। ବର୍ତ୍ତମାନ ପ୍ରାୟ ସ୍ପଷ୍ଟ ହୋଇଛି, ଭାଜପା ସର୍ବବୃହତ ଦଳ ଭାବରେ ଉଭା ହୋଇଛି। ଦେବେନ୍ଦ୍ର ଫଡନଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି। ଫଳାଫଳ ଆସିବା ଫଡନଭିସ ପ୍ରଥମେ ତାଙ୍କ ମା’ଙ୍କୁ ଫୋନରେ ଫଳାଫଳ ବିଷୟରେ କହିଥିଲେ। ସେ କହିଥିଲେ,ମା’ ମୁଁ ସମସ୍ତ କାମ ସାରି ସନ୍ଧ୍ୟା ସୁଦ୍ଧା ତୁମ ପାଖକୁ ଆସୁଛି । ଫଡନଭିସ ମୂଳତଃ ନାଗପୁରର ବାସିନ୍ଦା। […] The post ମୋ ପୁଅ ହେବ ମୁଖ୍ୟମନ୍ତ୍ରୀ: କହୁ କହୁ କହିଦେଲେ ଫଡନଭିସଙ୍କ ମା’ appeared first on Dharitri Odia News.

ମୋ ପୁଅ ହେବ ମୁଖ୍ୟମନ୍ତ୍ରୀ: କହୁ କହୁ କହିଦେଲେ ଫଡନଭିସଙ୍କ ମା’

ନୂଆଦିଲ୍ଲୀ,୨୩।୧୧: ୨୦୨୪ ମହାରାଷ୍ଟ୍ର ନିର୍ବାଚନରେ ବମ୍ପର ବିଜୟ ହାସଲ କରିଛି ମହାୟୁତି। ବର୍ତ୍ତମାନ ପ୍ରାୟ ସ୍ପଷ୍ଟ ହୋଇଛି, ଭାଜପା ସର୍ବବୃହତ ଦଳ ଭାବରେ ଉଭା ହୋଇଛି। ଦେବେନ୍ଦ୍ର ଫଡନଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି। ଫଳାଫଳ ଆସିବା ଫଡନଭିସ ପ୍ରଥମେ ତାଙ୍କ ମା’ଙ୍କୁ ଫୋନରେ ଫଳାଫଳ ବିଷୟରେ କହିଥିଲେ। ସେ କହିଥିଲେ,ମା’ ମୁଁ ସମସ୍ତ କାମ ସାରି ସନ୍ଧ୍ୟା ସୁଦ୍ଧା ତୁମ ପାଖକୁ ଆସୁଛି । ଫଡନଭିସ ମୂଳତଃ ନାଗପୁରର ବାସିନ୍ଦା। ସେ ନାଗପୁର ପଶ୍ଚିମ ଆସନରୁ ଏକ ବମ୍ପର ବିଜୟ ହାସଲ କରିଛନ୍ତି।

ଭାଜପାର ବିଜୟ ପରେ ଫଡନଭିସଙ୍କ ମା’ ସରିତା ଫଡନଭିସ୍‌ଙ୍କ ମା’ କହିଛନ୍ତି, ମେ ପୁଅ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବ। ସେ ୨୪ ଘଣ୍ଟା ପରିଶ୍ରମ କରୁଥିଲା। ଏବେ ସେ ରାଜ୍ୟର ଏକ ବଡ଼ ନେତା।

ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଅନୁଯାୟୀ, ଭାଜପା ନେତୃତ୍ୱାଧୀନ ମହାୟୁତି କ୍ଷମତା ବଜାୟ ରଖିଛି। ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ମଧ୍ୟରୁ ୨୦୪ରେ ମହାୟୁତି ଆଗୁଆ ରହିଛି। ବିରୋଧୀ ମହା ବିକାଶ ଅଗାଡି କେବଳ ୪୭ଟି ଆସନରେ ଆଗୁଆ ଥିବା ଜଣାପଡିଛି।

The post ମୋ ପୁଅ ହେବ ମୁଖ୍ୟମନ୍ତ୍ରୀ: କହୁ କହୁ କହିଦେଲେ ଫଡନଭିସଙ୍କ ମା’ appeared first on Dharitri Odia News.