ମୋ ବସ ଅଗ୍ନିକାଣ୍ଡ ଘଟଣାର ତନାଘନା ଆରମ୍ଭ

କଟକ,୧୫ା୧୨: ମଧୁପାଟଣା ଥାନା ଅଧୀନ ଲିଙ୍କ୍‌ରୋଡ୍‌ ଛକରେ ଶନିବାର ରାତି ଏକ ମୋ ବସ୍‌ (ନଂ.ଓଡ଼ି୩୩ୟୁ-୭୧୧୧) ରେ ନିଆଁ ଲାଗି ଜଳି ଯାଇଥିଲା। ରବିବାର ବିଭାଗ ପକ୍ଷରୁ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ପରିବହନ ବିଭାଗ ଡେପୁଟି କମିଶନରଙ୍କ ନେତୃତ୍ୱରେ ଗଠିତ ଏକ କମିଟି ଘଟଣାର ତଦନ୍ତ କରିବ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଯାନ୍ତ୍ରିକ ତ୍ରୁଟି ଯୋଗୁ ମୋ ବସ୍‌ ଅପରାହ୍ନ ପ୍ରାୟ ୪ଟାରୁ ସେଠାରେ ଅଟକି ରହିଥିଲା। ଏହି ବାଟ ଦେଇ ଲୋକମାନେ ସ୍ବାଭାବିକ […] The post ମୋ ବସ ଅଗ୍ନିକାଣ୍ଡ ଘଟଣାର ତନାଘନା ଆରମ୍ଭ appeared first on Dharitri Odia News.

ମୋ ବସ ଅଗ୍ନିକାଣ୍ଡ ଘଟଣାର ତନାଘନା ଆରମ୍ଭ

କଟକ,୧୫ା୧୨: ମଧୁପାଟଣା ଥାନା ଅଧୀନ ଲିଙ୍କ୍‌ରୋଡ୍‌ ଛକରେ ଶନିବାର ରାତି ଏକ ମୋ ବସ୍‌ (ନଂ.ଓଡ଼ି୩୩ୟୁ-୭୧୧୧) ରେ ନିଆଁ ଲାଗି ଜଳି ଯାଇଥିଲା। ରବିବାର ବିଭାଗ ପକ୍ଷରୁ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ପରିବହନ ବିଭାଗ ଡେପୁଟି କମିଶନରଙ୍କ ନେତୃତ୍ୱରେ ଗଠିତ ଏକ କମିଟି ଘଟଣାର ତଦନ୍ତ କରିବ।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଯାନ୍ତ୍ରିକ ତ୍ରୁଟି ଯୋଗୁ ମୋ ବସ୍‌ ଅପରାହ୍ନ ପ୍ରାୟ ୪ଟାରୁ ସେଠାରେ ଅଟକି ରହିଥିଲା। ଏହି ବାଟ ଦେଇ ଲୋକମାନେ ସ୍ବାଭାବିକ ଭାବେ ଯାତାୟାତ କରୁଥିଲେ। ହେଲେ ହଠାତ୍‌ ବସ୍‌ଟି ଜଳିବାକୁ ଲାଗିଲା। ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ବା ବେଳକୁ ବସ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ହେଲେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଡ. ଏନ୍‌. ଥିରୁମାଲା ନାଏକ, ଜେନେରାଲ ମ୍ୟାନେଜର(ଅପରେଶନ ଆଣ୍ଡ୍‌ ମେଣ୍ଟନାନ୍ସ) ସଞ୍ଜୟ ବିଶ୍ୱାଳ ଘଟଣାସ୍ଥଳ ପରିଦର୍ଶନ କରିଥିବା ବେଳେ ପରିବହନ ବିଭାଗର ଡେପୁଟି କମିଶନରଙ୍କ ନେତୃତ୍ୱରେ ତଦନ୍ତ ପାଇଁ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି।

The post ମୋ ବସ ଅଗ୍ନିକାଣ୍ଡ ଘଟଣାର ତନାଘନା ଆରମ୍ଭ appeared first on Dharitri Odia News.