‘ମୋ ସରକାର ନିରପେକ୍ଷତାର ସହ କାମ କରିବ’
ଭୁବନେଶ୍ୱର,୨୨ା୭: ସୋମବାର ଆରମ୍ଭ ହୋଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ରାଜ୍ୟପାଳ ରଘୁବର ଦାସ ଅଧିବେଶନ ଆରମ୍ଭରେ ଅଭିଭାଷଣ ଦେଇଛନ୍ତି। ରାଜ୍ୟପାଳ କହିଛନ୍ତି, ମୋର ସରକାର ନିରପେକ୍ଷତାର ସହ କାମ କରିବ। ଯୁବକଙ୍କୁ ରୋଜଗାର ଦେବା ମୋ ସରକାରର ପ୍ରାଥମିକତା ଅଟେ। ଯେଉଁ ପ୍ରତିଶ୍ରୁତି ସବୁ ଦିଆଯାଇଛି ତାହା ପୂରଣ କରାଯିବ। ସରକାର ଗଠନ ହେବା ମାତ୍ରେ କିଛି ପ୍ରତିଶ୍ରୁତି ପୂରଣ ହୋଇଛି। ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଅସ୍ମିତା ପାଇଁ କାମ କରିବୁ। ବିକଶିତ ଓଡ଼ିଶା ଗଠନ […] The post ‘ମୋ ସରକାର ନିରପେକ୍ଷତାର ସହ କାମ କରିବ’ appeared first on Dharitri Odia News.
ଭୁବନେଶ୍ୱର,୨୨ା୭: ସୋମବାର ଆରମ୍ଭ ହୋଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ। ରାଜ୍ୟପାଳ ରଘୁବର ଦାସ ଅଧିବେଶନ ଆରମ୍ଭରେ ଅଭିଭାଷଣ ଦେଇଛନ୍ତି। ରାଜ୍ୟପାଳ କହିଛନ୍ତି, ମୋର ସରକାର ନିରପେକ୍ଷତାର ସହ କାମ କରିବ। ଯୁବକଙ୍କୁ ରୋଜଗାର ଦେବା ମୋ ସରକାରର ପ୍ରାଥମିକତା ଅଟେ। ଯେଉଁ ପ୍ରତିଶ୍ରୁତି ସବୁ ଦିଆଯାଇଛି ତାହା ପୂରଣ କରାଯିବ। ସରକାର ଗଠନ ହେବା ମାତ୍ରେ କିଛି ପ୍ରତିଶ୍ରୁତି ପୂରଣ ହୋଇଛି। ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଅସ୍ମିତା ପାଇଁ କାମ କରିବୁ। ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ। ମୋ ସରକାର ଏକ ବିକଶିତ ଓଡ଼ିଶା ଗଠନ କରିବାକୁ ଚାହୁଁଛି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ସ୍ବପ୍ନ ପୂରଣ କରିବା ଆମ ଲକ୍ଷ୍ୟ। କୃଷକ, ଶ୍ରମିକ, ଜନଜାତି, ଯୁବଶକ୍ତି, ଅନ୍ନ-ଦାତାଙ୍କୁ ଗୁରୁତ୍ବ ଦିଆଯିବ। ପ୍ରଯୁକ୍ତି ବିଦ୍ୟା ଜରିଆରେ ଓଡ଼ିଶାକୁ ପୂର୍ବ ଭାରତର ଶକ୍ତିଶାଳି ରାଜ୍ୟ କରାଯିବ ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି।
The post ‘ମୋ ସରକାର ନିରପେକ୍ଷତାର ସହ କାମ କରିବ’ appeared first on Dharitri Odia News.