ମୋଦି ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଖାର୍ଗେ

ନୂଆଦିଲ୍ଲୀ,୨୧।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଦଳର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ହୋଇଯାଇଛି। କଂଗ୍ରେସ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ନାହିଁ ବୋଲି ଶାସକ ଦଳ ଏହା କରିଛନ୍ତି। ଗୁରୁବାର କଂଗ୍ରେସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ଖାର୍ଗେ କହିଛନ୍ତି, ଆମକୁ ଗଣତନ୍ତ୍ରକୁ ବଞ୍ଚାଇବାକୁ ପଡିବ ଏବଂ ସମସ୍ତଙ୍କୁ ସମାନ ସୁଯୋଗ ମିଳିବା ଉଚିତ। ଦେଶର ସମ୍ବଳ, ଗଣମାଧ୍ୟମ ଏବଂ ସାମ୍ବିଧାନିକ ତଥା ନ୍ୟାୟିକ […] The post ମୋଦି ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଖାର୍ଗେ appeared first on Dharitri Odia News.

ମୋଦି ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଖାର୍ଗେ

ନୂଆଦିଲ୍ଲୀ,୨୧।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଦଳର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ହୋଇଯାଇଛି। କଂଗ୍ରେସ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ନାହିଁ ବୋଲି ଶାସକ ଦଳ ଏହା କରିଛନ୍ତି। ଗୁରୁବାର କଂଗ୍ରେସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ଖାର୍ଗେ କହିଛନ୍ତି, ଆମକୁ ଗଣତନ୍ତ୍ରକୁ ବଞ୍ଚାଇବାକୁ ପଡିବ ଏବଂ ସମସ୍ତଙ୍କୁ ସମାନ ସୁଯୋଗ ମିଳିବା ଉଚିତ। ଦେଶର ସମ୍ବଳ, ଗଣମାଧ୍ୟମ ଏବଂ ସାମ୍ବିଧାନିକ ତଥା ନ୍ୟାୟିକ ଅନୁଷ୍ଠାନ ଉପରେ ସରକାରଙ୍କ ନିୟନ୍ତ୍ରଣ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି।
ଖାର୍ଗେ ଆହୁରି ମଧ୍ୟ କହିଛନ୍ତି, ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ଭାରତ ଜଣାଶୁଣା। ପ୍ରତ୍ୟେକ ନାଗରିକ ଭୋଟ ଦେବାକୁ ଆଗ୍ରହୀ ଅଟନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରତ୍ୟେକ ରାଜନୈତିକ ଦଳ ସମାନ ସୁଯୋଗ ପାଇବା ଉଚିତ୍‌। ଶାସକ ବିଜେପି ସରକାର ସମ୍ବଳ, ଗଣମାଧ୍ୟମ, ସାମ୍ବିଧାନିକ ଏବଂ ନ୍ୟାୟିକ ଅନୁଷ୍ଠାନଗୁଡ଼ିକୁ କବଜା କରିଛି। ସମସ୍ତ ଦଳ ସମାନ ସୁଯୋଗ ପାଇ ନ ସେ ଅଭିଯୋଗ କରିଛନ୍ତି।
କଂଗ୍ରେସ ସଭାପତି ଅଭିଯୋଗ କରିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଗ୍ରହଣ କରାଯାଇଥିବା ନିର୍ବାଚନ ବଣ୍ଡର ବିବରଣୀ ଆଶ୍ଚର୍ଯ୍ୟଜନକ ଏବଂ ଲଜ୍ଜାଜନକ। ଏହି କାରଣରୁ ଦେଶର ଭାବମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଛି। ଗତ ୭୦ ବର୍ଷ ମଧ୍ୟରେ ନ୍ୟାୟପୂର୍ଣ୍ଣ ନିର୍ବାଚନ ହୋଇଛି। ଏକ ସୁସ୍ଥ ଗଣତନ୍ତ୍ରର ପ୍ରତିଛବି ସୃଷ୍ଟି ହୋଇଥିଲା, କିନ୍ତୁ ଆଜି ଏହା ଉପରେ ଏକ ପ୍ରଶ୍ନ ଚିହ୍ନ ଉଠିଛି।
ସେ କହିଛନ୍ତି ଯେ, ବର୍ତ୍ତମାନର ସରକାର ନିଜ ଆକାଉଣ୍ଟକୁ ହଜାରେ କୋଟି ଟଙ୍କାରେ ପୂରଣ କରିଛନ୍ତି। ଅନ୍ୟପକ୍ଷରେ ଆମର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ହୋଇଯାଇଥିଲା, ଯାହାଦ୍ୱାରା ଟଙ୍କା ଅଭାବରୁ ଆମେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରି ପାରୁ। ଏହା ଶାସକ ଦଳର ଏକ ବିପଜ୍ଜନକ ଖେଳ। ଏହାର ସୁଦୂରପ୍ରସାରୀ ପ୍ରଭାବ ରହିବ। ଗଣତନ୍ତ୍ରକୁ ବଞ୍ଚାଇବାକୁ ପଡିବ ଏବଂ ସମସ୍ତଙ୍କୁ ସମାନ ସୁଯୋଗ ମିଳିବା ଉଚିତ୍‌।

The post ମୋଦି ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଖାର୍ଗେ appeared first on Dharitri Odia News.