ମୋଦିଙ୍କ ହିନ୍ଦୁ-ମୁସଲମାନ ପ୍ରସଙ୍ଗକୁ କଡ଼ା ସମାଲୋଚନା କଲେ ମେନକା ଗାନ୍ଧୀ, କହିଲେ …

ନୂଆଦିଲ୍ଲୀ,୧୯।୫: ଲୋକ ସଭା ନିର୍ବାଚନରେ ଉତ୍ତରପ୍ରଦେଶର ସୁଲତାନପୁର ଆସନରୁ ମେନକା ଗାନ୍ଧୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି, ଅନେକ ବର୍ଷ ଧରି ସୁଲତାନପୁରର ଲୋକଙ୍କ ସହ ତାଙ୍କର ଏକ ବିଶେଷ ସମ୍ପର୍କ ରହିଛି। ଏଥିସହ ସେ ହିନ୍ଦୁ-ମୁସଲମାନ ପ୍ରସଙ୍ଗ ଉଠାଇ ଭୋଟ ମାଗିବାକୁ ଗଣମାଧ୍ୟମରେ କଡା ସମାଲୋଚନା କରିଛନ୍ତି। ସେ କହିିଛନ୍ତି, ଆମେ ହିନ୍ଦୁ-ମୁସଲମାନ କରି ପ୍ରସଙ୍ଗ ଉଠାଇବା ଆଦୌ ଉଚିତ ନୁହେଁ। ନିର୍ବାଚନ ଏହାଠାରୁ ସମ୍ପୂର୍ଣ୍ଣ […] The post ମୋଦିଙ୍କ ହିନ୍ଦୁ-ମୁସଲମାନ ପ୍ରସଙ୍ଗକୁ କଡ଼ା ସମାଲୋଚନା କଲେ ମେନକା ଗାନ୍ଧୀ, କହିଲେ … appeared first on Dharitri Odia News.

ମୋଦିଙ୍କ ହିନ୍ଦୁ-ମୁସଲମାନ ପ୍ରସଙ୍ଗକୁ କଡ଼ା ସମାଲୋଚନା କଲେ ମେନକା ଗାନ୍ଧୀ, କହିଲେ …

ନୂଆଦିଲ୍ଲୀ,୧୯।୫: ଲୋକ ସଭା ନିର୍ବାଚନରେ ଉତ୍ତରପ୍ରଦେଶର ସୁଲତାନପୁର ଆସନରୁ ମେନକା ଗାନ୍ଧୀ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି। ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି, ଅନେକ ବର୍ଷ ଧରି ସୁଲତାନପୁରର ଲୋକଙ୍କ ସହ ତାଙ୍କର ଏକ ବିଶେଷ ସମ୍ପର୍କ ରହିଛି। ଏଥିସହ ସେ ହିନ୍ଦୁ-ମୁସଲମାନ ପ୍ରସଙ୍ଗ ଉଠାଇ ଭୋଟ ମାଗିବାକୁ ଗଣମାଧ୍ୟମରେ କଡା ସମାଲୋଚନା କରିଛନ୍ତି।

ସେ କହିିଛନ୍ତି, ଆମେ ହିନ୍ଦୁ-ମୁସଲମାନ କରି ପ୍ରସଙ୍ଗ ଉଠାଇବା ଆଦୌ ଉଚିତ ନୁହେଁ। ନିର୍ବାଚନ ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହି ଜିନିଷରେ ଆଦୌ ବିଶ୍ୱାସ କରେ ନାହିଁ । ଏହି ପ୍ରସଙ୍ଗରେ ଆଲୋଚନା କରିବା ଅର୍ଥହୀନ। ରାମ ସମସ୍ତଙ୍କ ହୃଦୟରେ ଅଛନ୍ତି। ସମସ୍ତେ ଖୁସି ଅଛନ୍ତି । ବହୁତ ସୁନ୍ଦର ଓ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯାଇଛି । କିନ୍ତୁ ରାମ ମନ୍ଦିରକୁ ନିର୍ବାଚନୀ ପ୍ରସଙ୍ଗ କରିବା ଉଚିତ ନୁହେଁ।

The post ମୋଦିଙ୍କ ହିନ୍ଦୁ-ମୁସଲମାନ ପ୍ରସଙ୍ଗକୁ କଡ଼ା ସମାଲୋଚନା କଲେ ମେନକା ଗାନ୍ଧୀ, କହିଲେ … appeared first on Dharitri Odia News.