ମୋଦିଙ୍କୁ ଭେଟିଲେ ଆମେରିକାର ଉପରାଷ୍ଟ୍ରପତି: ବସିବ ବଡ଼ ବୈଠକ
ନୂଆଦିଲ୍ଲୀ,୨୧।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପରିବାର ସହିତ ଭାରତ ଗସ୍ତରେ ଅଛନ୍ତି। ସୋମବାର ସନ୍ଧ୍ୟାରେ ଜେଡି ଭାନ୍ସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଲୋକ କଲ୍ୟାଣ ମାର୍ଗରେ ଜେଡି ଭାନ୍ସ ଏବଂ ତାଙ୍କ ପରିବାରକୁ ସ୍ବାଗତ କରିଥିଲେ। ଏହା ପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ନୂଆଦିଲ୍ଲୀର ପାଲମ ଏୟାରବେସରେ ଅବତରଣ କରିଥିଲେ। ସେ ଭାରତକୁ ୪ ଦିନିଆ ଗସ୍ତରେ ଆସିଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ, […] The post ମୋଦିଙ୍କୁ ଭେଟିଲେ ଆମେରିକାର ଉପରାଷ୍ଟ୍ରପତି: ବସିବ ବଡ଼ ବୈଠକ appeared first on Dharitri Odia News.
ନୂଆଦିଲ୍ଲୀ,୨୧।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ତାଙ୍କ ପରିବାର ସହିତ ଭାରତ ଗସ୍ତରେ ଅଛନ୍ତି। ସୋମବାର ସନ୍ଧ୍ୟାରେ ଜେଡି ଭାନ୍ସ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଲୋକ କଲ୍ୟାଣ ମାର୍ଗରେ ଜେଡି ଭାନ୍ସ ଏବଂ ତାଙ୍କ ପରିବାରକୁ ସ୍ବାଗତ କରିଥିଲେ। ଏହା ପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ନୂଆଦିଲ୍ଲୀର ପାଲମ ଏୟାରବେସରେ ଅବତରଣ କରିଥିଲେ। ସେ ଭାରତକୁ ୪ ଦିନିଆ ଗସ୍ତରେ ଆସିଛନ୍ତି।
ଦିଲ୍ଲୀରେ ପହଞ୍ଚିବା ପରେ, ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ, ତାଙ୍କ ପତ୍ନୀ ଉଷା ଭାନ୍ସ ଏବଂ ସେମାନଙ୍କ ପିଲାମାନେ ଦିଲ୍ଲୀରେ ଅବସ୍ଥିତ ପ୍ରସିଦ୍ଧ ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଥିଲେ। ଆମେରିକା ଉପରାଷ୍ଟ୍ରପତିଙ୍କ ପିଲାମାନେ ଅନାରକଲି ସୁଟ, କୁର୍ତ୍ତା ଏବଂ ପାଇଜାମା ସମେତ ପାରମ୍ପରିକ ଭାରତୀୟ ପୋଷାକ ପିନ୍ଧିଥିବାର ଦେଖାଯାଇଥିଲା।
ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ଉପରାଷ୍ଟ୍ରପତିଙ୍କ ବାସଭବନରେ ତାଙ୍କ ସହ ସାକ୍ଷାତ କରିବେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାନ୍ସ ପାରସ୍ପରିକ ବାଣିଜ୍ୟ ଏବଂ ଶୁଳ୍କ, ଆଞ୍ଚଳିକ ସୁରକ୍ଷା, ଦୁଇ ଦେଶ ମଧ୍ୟରେ ସମ୍ପର୍କ ଇତ୍ୟାଦି ବିଷୟରେ ଆଲୋଚନା କରିବେ। ଏହା ପରେ, ପ୍ରଧାନମନ୍ତ୍ରୀ ମୋଦି ଜେଡି ଭାନ୍ସଙ୍କ ପାଇଁ ରାତ୍ରୀଭୋଜନର ଆୟୋଜନ କରିବେ। ଭାନ୍ସଙ୍କ ସହିତ ଆମେରିକୀୟ ସରକାରୀ ଅଧିକାରୀଙ୍କ ଏକ ବରିଷ୍ଠ ପ୍ରତିନିଧିମଣ୍ଡଳୀ ମଧ୍ୟ ଆସିଛି। ଭାରତ ପକ୍ଷରୁ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଏନଏସଏ ଅଜିତ ଡୋଭାଲ, ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଇତ୍ୟାଦି ଏହି ବୈଠକରେ ଅଂଶଗ୍ରହଣ କରିବେ।
The post ମୋଦିଙ୍କୁ ଭେଟିଲେ ଆମେରିକାର ଉପରାଷ୍ଟ୍ରପତି: ବସିବ ବଡ଼ ବୈଠକ appeared first on Dharitri Odia News.