ମୋବାଇଲ ନେଟ୍‌ଓ୍ବର୍କକୁ ଅକ୍ତିଆର କରିପାରିବ କେନ୍ଦ୍ର

ନୂଆଦିଲ୍ଲୀ,୧୯ା୧୨: ଜନସାଧାରଣଙ୍କ ନିରାପତ୍ତା କିମ୍ବା ଜରୁରୀ ସ୍ଥିତିରେ କେନ୍ଦ୍ର ସରକାର ଯେକୌଣସି ଟେଲି ଯୋଗାଯୋଗ ନେଟ୍‌ଓ୍ବର୍କକୁ ସାମୟିକ ଭାବେ ନିଜ ଅକ୍ତିଆରକୁ ନେଇପାରିବେ। କେନ୍ଦ୍ର ଆଣିଥିବା ପ୍ରସ୍ତାବିତ ଟେଲିକମ୍ୟୁନିକେଶନ ଆଇନରେ ଏଭଳି ବ୍ୟବସ୍ଥା ରହିଛି। ପାର୍ଲାମେଣ୍ଟ ସୁରକ୍ଷା ବିଭ୍ରାଟକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଗୃହରେ ଉତ୍ତର ରଖନ୍ତୁ ବୋଲି ବିରୋଧୀ ସଦସ୍ୟମାନେ ଦାବି ଜାରି ରଖିଥିବାବେଳେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଲୋକ ସଭାରେ ଟେଲିକମ୍ୟୁନିକେଶନ୍ସ ବିଲ୍‌,୨୦୨୩ ଉପସ୍ଥାପନ କରିଛନ୍ତି। ଜରୁରୀ ସ୍ଥିତି ଉପୁଜିଲେ […] The post ମୋବାଇଲ ନେଟ୍‌ଓ୍ବର୍କକୁ ଅକ୍ତିଆର କରିପାରିବ କେନ୍ଦ୍ର appeared first on Dharitri Odia News.

ମୋବାଇଲ ନେଟ୍‌ଓ୍ବର୍କକୁ ଅକ୍ତିଆର କରିପାରିବ କେନ୍ଦ୍ର

ନୂଆଦିଲ୍ଲୀ,୧୯ା୧୨: ଜନସାଧାରଣଙ୍କ ନିରାପତ୍ତା କିମ୍ବା ଜରୁରୀ ସ୍ଥିତିରେ କେନ୍ଦ୍ର ସରକାର ଯେକୌଣସି ଟେଲି ଯୋଗାଯୋଗ ନେଟ୍‌ଓ୍ବର୍କକୁ ସାମୟିକ ଭାବେ ନିଜ ଅକ୍ତିଆରକୁ ନେଇପାରିବେ। କେନ୍ଦ୍ର ଆଣିଥିବା ପ୍ରସ୍ତାବିତ ଟେଲିକମ୍ୟୁନିକେଶନ ଆଇନରେ ଏଭଳି ବ୍ୟବସ୍ଥା ରହିଛି। ପାର୍ଲାମେଣ୍ଟ ସୁରକ୍ଷା ବିଭ୍ରାଟକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଗୃହରେ ଉତ୍ତର ରଖନ୍ତୁ ବୋଲି ବିରୋଧୀ ସଦସ୍ୟମାନେ ଦାବି ଜାରି ରଖିଥିବାବେଳେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଲୋକ ସଭାରେ ଟେଲିକମ୍ୟୁନିକେଶନ୍ସ ବିଲ୍‌,୨୦୨୩ ଉପସ୍ଥାପନ କରିଛନ୍ତି। ଜରୁରୀ ସ୍ଥିତି ଉପୁଜିଲେ କିମ୍ବା ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଯଦି କେନ୍ଦ୍ର କିମ୍ବା ରାଜ୍ୟ ସରକାର ଅଥବା ଉଭୟ ସରକାରଙ୍କ ତରଫରୁ ସ୍ବତନ୍ତ୍ର ଭାବେ ଅଧିକୃତ କୌଣସି ଅଧିକାରୀ ଅନୁଭବ କରନ୍ତି ଯେ, ମୋବାଇଲ ନେଟ୍‌ଓ୍ବର୍କକୁ ସାମୟିକ ଭାବେ ଅକ୍ତିଆର କରିବାକୁ ହେବ, ତେବେ ସେମାନେ ବିଜ୍ଞପ୍ତି ଦେଇ ତାହା କରିପାରିବେ। ସେହିପରି ଜାତୀୟ ସୁରକ୍ଷା କାରଣରୁ ପ୍ରସାରଣ ନିଷିଦ୍ଧ ହୋଇ ନ ଥିଲେ ସ୍ବୀକୃତିପ୍ରାପ୍ତ ଖବରଦାତାଙ୍କ ବାର୍ତ୍ତାକୁ ଅବରୋଧ କରାଯିବ ନାହିଁ । ଚିଠା ବିଲ୍‌ର ଧାରା (କ) ଏବଂ ଉପଧାରା(୨)ରେ ସେମାନଙ୍କ ପ୍ରସାରଣକୁ ନିଷିଦ୍ଧ କରାଯାଇ ନ ଥିଲେ ଭାରତରେ ପ୍ରକାଶିତ ହେବାକୁ ଥିବା ପ୍ରେସ୍‌ ବାର୍ତ୍ତା, କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ସ୍ବୀକୃତିପ୍ରାପ୍ତ ଖବରଦାତାଙ୍କ ବାର୍ତ୍ତାକୁ ଅଟକାଯିବ ନାହିଁ। ଜନସୁରକ୍ଷା ଦୃଷ୍ଟିରୁ ସରକାର ଯେକୌଣସି ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବାର୍ତ୍ତାକୁ ସିଧାସଳଖ ଅବରୋଧ କରିପାରିବେ। ସେହିପରି ଟେଲି ଯୋଗାଯୋଗ ନେଟ୍‌ଓ୍ବର୍କକୁ ସ୍ଥଗିତ ରଖିବା କ୍ଷମତା ସରକାରଙ୍କୁ ଦିଆଯାଇଛି।
ବିଲ୍‌ରେ ଉଲ୍ଲେଖ ରହିଛି ଯେ, ଭାରତର ସାର୍ବଭୌମତ୍ୱ ଓ ସଂହତି ଦୃଷ୍ଟିରୁ, ରାଷ୍ଟ୍ରର ପ୍ରତିରକ୍ଷା ଓ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଯେକୌଣସି ବ୍ୟକ୍ତି ବା ବ୍ୟକ୍ତିସମୂହଙ୍କ ମଧ୍ୟରେ ବାର୍ତ୍ତା ଯେକୌଣସି ଟେଲି ଯୋଗାଯୋଗ ଉପକରଣରୁ କୌଣସି ନିର୍ଦ୍ଦିଷ୍ଟ ବିଷୟ ଉପରେ କୌଣସି ଟେଲିକମ୍ୟୁନିକେଶନ ସେବା ବା ନେଟ୍‌ଓ୍ବର୍କ ଦ୍ୱାରା ପ୍ରସାରଣ ହେବାକୁ ଆସିଥିଲେ ବା ହୋଇଥିଲେ କିମ୍ବା ନେଟ୍‌ଓ୍ବର୍କ ଏହାକୁ ଗ୍ରହଣ କରିଥିଲେ ତାହାକୁ ପ୍ରସାରଣ କରାଯିବ ନାହିଁ କିମ୍ବା ଅଟକ ରଖାଯିବ ଅଥବା ଗୋଇନ୍ଦା ଅଧିକାରୀଙ୍କୁ ଅବଗତ କରାଯିବ। ବାର୍ତ୍ତାକୁ ବେଆଇନ ଭାବେ ଅବରୋଧ କରାଗଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ୨ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଅଥବା ଉଭୟ ଦଣ୍ଡ ବ୍ୟବସ୍ଥା ରହିଛି। ଚିଠା ଆଇନରେ ଟେଲିକମ୍‌ ବିବାଦ ସମାଧାନ ଓ ଆପିଲେଟ୍‌ ଟ୍ରିବ୍ୟୁନାଲର ବ୍ୟବସ୍ଥା ମଧ୍ୟ ରହିଛି।

The post ମୋବାଇଲ ନେଟ୍‌ଓ୍ବର୍କକୁ ଅକ୍ତିଆର କରିପାରିବ କେନ୍ଦ୍ର appeared first on Dharitri Odia News.