ମୋରଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଘନଘନ ବୈଠକ, ମିଶ୍ରଣ ପର୍ବ
ମୋରଡ଼ା,୨୭ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ମୋରଡ଼ା ନିର୍ବାଚନମଣ୍ଡଳୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳ ତଥା ବିଶେଷକରି ବିଜୁ ଜନତା ଦଳ ଓ କଂଗ୍ରେସ ପ୍ରତିଦିନ ବୈଠକ, ମିଶ୍ରଣ ପର୍ବ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ପ୍ରଭାସକର ମହାପାତ୍ର ସଂଗଠନ ସୁଦୃଢ଼ କରିବାରେ ଲାଗିଛନ୍ତି। ନିର୍ବାଚନମଣ୍ଡଳୀର ଶୁଳିଆପଦା ବ୍ଲକ ଅଧୀନ କାଣିମହୁଲି ପଞ୍ଚାୟତର କପିଳେଶ୍ୱର ମହାଦେବ ପଡ଼ିଆରେ ଏକ ବୁଥ୍ସ୍ତରୀୟ କର୍ମୀ ବୈଠକ […] The post ମୋରଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଘନଘନ ବୈଠକ, ମିଶ୍ରଣ ପର୍ବ appeared first on Dharitri Odia News.
ମୋରଡ଼ା,୨୭ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ମୋରଡ଼ା ନିର୍ବାଚନମଣ୍ଡଳୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳ ତଥା ବିଶେଷକରି ବିଜୁ ଜନତା ଦଳ ଓ କଂଗ୍ରେସ ପ୍ରତିଦିନ ବୈଠକ, ମିଶ୍ରଣ ପର୍ବ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ପ୍ରଭାସକର ମହାପାତ୍ର ସଂଗଠନ ସୁଦୃଢ଼ କରିବାରେ ଲାଗିଛନ୍ତି। ନିର୍ବାଚନମଣ୍ଡଳୀର ଶୁଳିଆପଦା ବ୍ଲକ ଅଧୀନ କାଣିମହୁଲି ପଞ୍ଚାୟତର କପିଳେଶ୍ୱର ମହାଦେବ ପଡ଼ିଆରେ ଏକ ବୁଥ୍ସ୍ତରୀୟ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ମହାପାତ୍ର ଯୋଗଦେଇ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ବାବଦରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇବା ପରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ୫୩ ନମ୍ବର ଜୋନ୍ର ଜେଏମ୍ଏମ୍ର ଜିଲା ପରିଷଦ ପ୍ରାର୍ଥୀ ସଲମା କିସ୍କୁ ତାଙ୍କର କର୍ମୀମାନଙ୍କୁ ନେଇ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଇଥିଲେ। ଉକ୍ତ ବୈଠକରେ ଉପସ୍ଥିତ ଥିଲେ ବରିଷ୍ଠ କଂଗ୍ରେସ ନେତା ଶୋଭାକର ମୁଖୀ,ପଞ୍ଚାୟତ ସଭାପତି ଖଗେଶ୍ୱର ନାଏକ,ଶୈଳେନ୍ଦ୍ର ମହାନ୍ତ,ମଞ୍ଜୁତା ବେହେରା, ଦ୍ୱାରିକାନାଥ ଧୀର, ଧ୍ରୁବେନ୍ଦ୍ରନାଥ ସି, ରଞ୍ଜିତା ଧଳ, ଶୈଳେନ୍ଦ୍ର ମହାନ୍ତ, ନବୀନ ବିନ୍ଧାଣୀ, ସନ୍ତୋଷ ଦେଓ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଆଜି ମୋରଡ଼ା ବ୍ଲକ ଅଧୀନ କଲରାଫୁଲିଆଠାରେ ଥିବା କଂଗ୍ରେସ କାର୍ଯ୍ୟାଳୟରେ ମୋରଡ଼ା ପଞ୍ଚାୟତର ୪ ଜଣ ନିର୍ଦ୍ଦଳୀୟ ଓ୍ବାର୍ଡ ସଭ୍ୟା ସଭ୍ୟ କଂଗ୍ରେସରେ ଯୋଗଦେଇଛନ୍ତି। ଓ୍ବାର୍ଡସଭ୍ୟା ଭାରତୀ ପାତ୍ର, ସଭ୍ୟ ରଥ ସୋରେନ, ଧୀରେନ ମଢେଇ, ମିଲନ ସିଂଙ୍କ ସହିତ ପୂର୍ବତନ ସରପଞ୍ଚ ପ୍ରାର୍ଥୀ କର୍ମା ସିଂ, କୁନା ସେଠୀ, ଗୌରମୋହନ ପାତ୍ର ପ୍ରମୁଖ କଂଗ୍ରେସରେ ସାମିଲ ହୋଇଛନ୍ତି। ଏହାପରେ ପାକଟିଆ ପଞ୍ଚାୟତରେ ମଧ୍ୟ ବିଦ୍ୟାଧର ଦେଓଙ୍କ ନେତୃତ୍ୱରେ କଂଗ୍ରେସର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ।
The post ମୋରଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଘନଘନ ବୈଠକ, ମିଶ୍ରଣ ପର୍ବ appeared first on Dharitri Odia News.