ମୋରମ ଖଣିରେ ଫସିଛି ହାତୀ ଛୁଆ, ଜଗି ରହିଛି ମା’

ପାଖରେ ମା’ ହାତୀ ଏବଂ ହାତୀପଲ ଥିବାରୁ ଉଦ୍ଧାର କାର୍ଯ୍ୟ ହୋଇପାରିନି।

ମୋରମ ଖଣିରେ ଫସିଛି ହାତୀ ଛୁଆ, ଜଗି ରହିଛି ମା’

ମୋରମ ଖଣିରେ ଫସିଲା ହାତୀ ଛୁଆ। ଛୁଆକୁ ଜଗି ରହିଛି ମା’ ହାତୀ। ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡର ପୋକାମୁଣ୍ଡା ଜଙ୍ଗଲରେ ଥିବା ଏକ ମୋରମ ଖାଲରେ ହାତୀ ଛୁଆଟି ଫସି ରହିଛି। ତା’ ଗୋଡ଼ରେ ଆଘାତ ଲାଗିଥିବା କୁହାଯାଉଛି। ପାଖରେ ମା’ ହାତୀ ଏବଂ ହାତୀପଲ ଥିବାରୁ ଉଦ୍ଧାର କାର୍ଯ୍ୟ ହୋଇପାରିନି।

ବନବିଭାଗ ପକ୍ଷରୁ ହାତୀ ଘଉଡ଼ାଇବାକୁ ଉଦ୍ୟମ କରାଯାଉଛି। ହାତୀ ଘଉଡ଼ା ସରିବା ପରେ ରେସ୍କ୍ୟୁ ଅପରେସନ୍ କରିବ ବନ ବିଭାଗ। ଜେସିବି ଓ ବିଭିନ୍ନ ଉପକରଣ ଧରି ବନ ବିଭାଗ ପ୍ରସ୍ତୁତ ଥିଲେ ମଧ୍ୟ ମା’ ହାତୀ ପାଖରେ ଥିବାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରୁନି।

ଯଦି ଦରକାର ପଡେ ମା’ ହାତୀକୁ ଟ୍ରାଙ୍କୁଲାଇଜ୍‌ କରାଯିବ ବୋଲି ବନବିଭାଗ କହିଛି। ମେଡିକାଲ ଟିମୋ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ସେପଟେ ଏହି ହାତୀ ଛୁଆକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ଼ ମଧ୍ୟ ଜମିଛି।