ମୋହନ ସରକାରଙ୍କୁ ପ୍ରଶଂସାରେ ପୋତିପକାଇଲେ ଧର୍ମେନ୍ଦ୍ର: କହିଲେ, ଓଡ଼ିଶାରେ ଚାଲିଛି…

ଭୁବନେଶ୍ୱର,୩୦।୬: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ଦ୍ୱାରା ଆୟୋଜିତ ଏକ ସମାରୋହରେ ମୋହନ ମାଝି ସରକାରଙ୍କୁ ପ୍ରଶଂସା କରିଛନ୍ତି। ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହି ସରକାର ଭଗବାନ ଜଗନ୍ନାଥ, ଭଗବାନ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ପରି। ରାଜ୍ୟର ବିକାଶର ଦାୟିତ୍ୱ ସମସ୍ତଙ୍କ କାନ୍ଧରେ ଅଛି। ନୂତନ ଓଡ଼ିଶା ବିକଶିତ ଭାରତର ସ୍ବପ୍ନକୁ ସାକାର କରିବାରେ ସାହାଯ୍ୟ କରିବ। ଏହି ଅବସରରେ କେନ୍ଦ୍ର […] The post ମୋହନ ସରକାରଙ୍କୁ ପ୍ରଶଂସାରେ ପୋତିପକାଇଲେ ଧର୍ମେନ୍ଦ୍ର: କହିଲେ, ଓଡ଼ିଶାରେ ଚାଲିଛି… appeared first on Dharitri Odia News.

ମୋହନ ସରକାରଙ୍କୁ ପ୍ରଶଂସାରେ ପୋତିପକାଇଲେ ଧର୍ମେନ୍ଦ୍ର: କହିଲେ, ଓଡ଼ିଶାରେ ଚାଲିଛି…

ଭୁବନେଶ୍ୱର,୩୦।୬: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ଦ୍ୱାରା ଆୟୋଜିତ ଏକ ସମାରୋହରେ ମୋହନ ମାଝି ସରକାରଙ୍କୁ ପ୍ରଶଂସା କରିଛନ୍ତି। ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହି ସରକାର ଭଗବାନ ଜଗନ୍ନାଥ, ଭଗବାନ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ପରି। ରାଜ୍ୟର ବିକାଶର ଦାୟିତ୍ୱ ସମସ୍ତଙ୍କ କାନ୍ଧରେ ଅଛି। ନୂତନ ଓଡ଼ିଶା ବିକଶିତ ଭାରତର ସ୍ବପ୍ନକୁ ସାକାର କରିବାରେ ସାହାଯ୍ୟ କରିବ। ଏହି ଅବସରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ।
ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଭାଜପାର ଏହି ବିଜୟର ହକଦାର ସାଢେ ୪ କୋଟି ଓଡ଼ିଶାବାସୀ। ଓଡ଼ିଶା ଲୋକଙ୍କ ଆଶୀର୍ବାଦ କାରଣରୁ ଏବେ ଜାତୀୟ ରାଜନୀତିରେ ଓ କେନ୍ଦ୍ରବିନ୍ଦୁ ପାଲଟିଛଏ ସରକାର କଠିନ ପରିଶ୍ରମ କରିବ । ଏ ସରକାର ପଛରେ ପ୍ରଧାନମନ୍ତ୍ରୀଙ୍କ ଭଳି ନେତୃତ୍ୱ ଛିଡା ହୋଇଛନ୍ତି । ଆମର ଯେପରି ଭୁଲ ନହେଉ ସେନେଇ ମହାପ୍ରଭୁ ଆଶୀର୍ବାଦ କରନ୍ତୁ ।
ନିକଟରେ ଶେଷ ହୋଇଥିବା ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ଓଡିଶାରେ ଭାଜପା ୭୮ଟି ବିଧାୟକ ଏବଂ ୨୦ ଜଣ ଏମ୍‌ପି ଜିତିଛି। ଏହି କାରଣରୁ ରାଜ୍ୟରେ ଏକ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା।

The post ମୋହନ ସରକାରଙ୍କୁ ପ୍ରଶଂସାରେ ପୋତିପକାଇଲେ ଧର୍ମେନ୍ଦ୍ର: କହିଲେ, ଓଡ଼ିଶାରେ ଚାଲିଛି… appeared first on Dharitri Odia News.