ମ୍ୟାଜିକ ଶୋ’ରେ ବିଜେଡିର ନିର୍ବାଚନ ପ୍ରଚାର
ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ତାରିଖ ଯେତିକି ପାଖେଇ ଆସୁଛି, ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଆରା ପ୍ରଚାର ମାଧ୍ୟମ ଆପଣାଇଛନ୍ତି। ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟଙ୍କ ପାଇଁ ମ୍ୟାଜିକ ଶୋ ମାଧ୍ୟମରେ ପ୍ରଚାର ଚାଲିଛି। ରାଜ୍ୟ ସରକାର ଓ ବିଧାୟକ ଦେବେଶଙ୍କ ଦ୍ୱାରା ହୋଇଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ଉପସ୍ଥିତ ଜନ ସାଧାରଣଙ୍କୁ ଅବଗତ କରାଯାଉଛି। ଏହି ଶୋ […] The post ମ୍ୟାଜିକ ଶୋ’ରେ ବିଜେଡିର ନିର୍ବାଚନ ପ୍ରଚାର appeared first on Dharitri Odia News.
ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ତାରିଖ ଯେତିକି ପାଖେଇ ଆସୁଛି, ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଆରା ପ୍ରଚାର ମାଧ୍ୟମ ଆପଣାଇଛନ୍ତି। ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟଙ୍କ ପାଇଁ ମ୍ୟାଜିକ ଶୋ ମାଧ୍ୟମରେ ପ୍ରଚାର ଚାଲିଛି।
ରାଜ୍ୟ ସରକାର ଓ ବିଧାୟକ ଦେବେଶଙ୍କ ଦ୍ୱାରା ହୋଇଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ଉପସ୍ଥିତ ଜନ ସାଧାରଣଙ୍କୁ ଅବଗତ କରାଯାଉଛି। ଏହି ଶୋ ଦେଖିବା ପାଇଁ ବିଭିନ୍ନ ଗ୍ରାମ ଓ ବସ୍ତି ଅଞ୍ଚଳରେ ପ୍ରବଳ ଜନ ଆଗ୍ରହ ଦେଖିବାକୁ ମିଳୁଥିବା ବେଳେ ଆକର୍ଷଣୀୟ ମଧ୍ୟ ହେଉଛି ।
ଏହି ଅବସରରେ ବରଗାଁ, କଟାପାଲି ବରଡୋଲ ଆଦି ଗ୍ରାମ ସମେତ ବରଗଡ଼ ପୌର ପରିଷଦର ମନାବନ୍ଧପଡ଼ା, ପିଏଚ୍ଡିପଡ଼ା, ନିଲିବନ୍ଧପଡ଼ା, ନଦୀପଡ଼ା ଆଦି ସ୍ଥାନରେ ମ୍ୟାଜିକ ଶୋ ପ୍ରଦର୍ଶନ ସହିତ ପ୍ରଚାରକୁ ଜୋରଦାର କରାଯାଇଛି।
The post ମ୍ୟାଜିକ ଶୋ’ରେ ବିଜେଡିର ନିର୍ବାଚନ ପ୍ରଚାର appeared first on Dharitri Odia News.