ମ୍ୟାନମାରରେ ପୁଣି ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୧

ନାପିଦାଉ,୨୯।୩: ମ୍ୟାନମାରରେ ପୁଣି ଥରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ ରହିଥିଲା। ଏହି ସମୟରେ, ଅନେକ ଅଞ୍ଚଳରେ ଆତଙ୍କର ବାତାବରଣ ଦେଖିବାକୁ ମିଳିଥିଲା। ଏହାର କେନ୍ଦ୍ର ରାଜଧାନୀ ନାୟପିଡା ନିକଟରେ ଅବସ୍ଥିତ ବୋଲି କୁହାଯାଉଛି। ମ୍ୟାନମାରରେ ଦୁଇଥର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହା ବ୍ୟାପକ ଧ୍ୱଂସ ଘଟାଇଥିଲା। ଅନେକ ଅଞ୍ଚଳରେ ଲୋକେ ଭୟଭୀତ ଥିବା ଦେଖିବାକୁ ମିଳିଥିଲା। ଏବେ ହୋଇଥିବା ଭୂମିକମ୍ପ ଯୋଗୁ […] The post ମ୍ୟାନମାରରେ ପୁଣି ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୧ appeared first on Dharitri Odia News.

ମ୍ୟାନମାରରେ ପୁଣି ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୧

ନାପିଦାଉ,୨୯।୩: ମ୍ୟାନମାରରେ ପୁଣି ଥରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ ରହିଥିଲା। ଏହି ସମୟରେ, ଅନେକ ଅଞ୍ଚଳରେ ଆତଙ୍କର ବାତାବରଣ ଦେଖିବାକୁ ମିଳିଥିଲା। ଏହାର କେନ୍ଦ୍ର ରାଜଧାନୀ ନାୟପିଡା ନିକଟରେ ଅବସ୍ଥିତ ବୋଲି କୁହାଯାଉଛି। ମ୍ୟାନମାରରେ ଦୁଇଥର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହା ବ୍ୟାପକ ଧ୍ୱଂସ ଘଟାଇଥିଲା। ଅନେକ ଅଞ୍ଚଳରେ ଲୋକେ ଭୟଭୀତ ଥିବା ଦେଖିବାକୁ ମିଳିଥିଲା। ଏବେ ହୋଇଥିବା ଭୂମିକମ୍ପ ଯୋଗୁ କୌଣସି ବଡ଼ କ୍ଷତି ଦେଖାଯାଇ ନାହିଁ। ପ୍ରଶାସନ ସଜାଗ ଅଛି। ପରିସ୍ଥିତି ଉପରେ ନଜର ରଖାଯାଇଛି। ମ୍ୟାନମାରରେ ଅପରାହ୍ନ ୨:୫୦ (IST) ରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର୍‌ ସିସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତ୪.୭ ମାପ କରାଯାଇଥିଲା।
ସୂଚନା ଅନୁଯାୟୀ, ଶୁକ୍ରବାର ରାତି (ସ୍ଥାନୀୟ ସମୟ) ୧୧:୫୬ ରେ ମ୍ୟାନମାରରେ ରିକ୍ଟର ସ୍କେଲରେ ୪.୨ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। NCS ଅନୁଯାୟୀ, ଏଥର ଭୂମିକମ୍ପଟି ୧୦ କିଲୋମିଟର ଗଭୀରତାରେ ଆସିଥିଲା। ଏହା ପରେ ମଧ୍ୟ, ଭୂମିକମ୍ପର ସମ୍ଭାବନା ଜାରି ରହିଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଗୋଟିଏ ଦିନ ପୂର୍ବରୁ ହୋଇଥିବା ଭୂକମ୍ପରେ ଏପର୍ଯ୍ୟନ୍ତ ୧୦୦୨ ଜଣଙ୍କର ମୃତ୍ୟୁ ହୋଇସାରିଛି। ୧୬୭୦ ଜଣ ଆହତ ହୋଇଛନ୍ତି।

The post ମ୍ୟାନମାରରେ ପୁଣି ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୧ appeared first on Dharitri Odia News.