ଯବାନଙ୍କୁ ବଡ଼ ସଫଳତା, ଏନକାଉଣ୍ଟରରେ ଟଳିଲେ ୧୧ ମାଓବାଦୀ

ମାଲକାନଗିରି: ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ମଙ୍ଗଳବାର ବଡ ଧରଣର ମାଓ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ଯବାନଙ୍କ ଗୁଳିରେ ୧୧ ଜଣ ମାଓବାଦୀ ପ୍ରାଣ ହରାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗମାଣ୍ଡି ଏବଂ କୁରେୱାଇ ଗ୍ରାମ ଜଙ୍ଗଲ ମଧ୍ୟରେ ସୁରକ୍ଷା ବାହିନୀ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଘଟଣାରେ  ୧୧ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ଏବେ ମଧ୍ୟ ଏନକାଉଣ୍ଟର ଜାରି ରହିଥିବା ସହ ସମସ୍ତ ଯବାନ ସୁରକ୍ଷିତ ରହିଥିବା ବସ୍ତର ଆଇଜି ସୂଚନା ଦେଇଛନ୍ତି ।

ଯବାନଙ୍କୁ ବଡ଼ ସଫଳତା, ଏନକାଉଣ୍ଟରରେ ଟଳିଲେ ୧୧ ମାଓବାଦୀ

ମାଲକାନଗିରି: ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ମଙ୍ଗଳବାର ବଡ ଧରଣର ମାଓ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ଯବାନଙ୍କ ଗୁଳିରେ ୧୧ ଜଣ ମାଓବାଦୀ ପ୍ରାଣ ହରାଇଥିବା ଜଣାପଡିଛି । 

ସୂଚନା ଅନୁଯାୟୀ ଗମାଣ୍ଡି ଏବଂ କୁରେୱାଇ ଗ୍ରାମ ଜଙ୍ଗଲ ମଧ୍ୟରେ ସୁରକ୍ଷା ବାହିନୀ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଘଟଣାରେ  ୧୧ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ଏବେ ମଧ୍ୟ ଏନକାଉଣ୍ଟର ଜାରି ରହିଥିବା ସହ ସମସ୍ତ ଯବାନ ସୁରକ୍ଷିତ ରହିଥିବା ବସ୍ତର ଆଇଜି ସୂଚନା ଦେଇଛନ୍ତି ।