ଯମ ଯନ୍ତ୍ରଣା ଦେଉଛି କୋହଲା ପାଗ; ୨୩ ଓ ୨୪ରେ ବଢ଼ିବ ବର୍ଷା!
ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ଲାଗି ରହିବା ସହିତ ପାଗ କୋହଲା ରହିଛି। ଆଉ କେତେ ସ୍ଥାନରେ କୁହୁଡି ମଧ୍ୟ ଦେଇଛି। ଯେଉଁଥିପାଇଁ ଯିବା ଆସିବାରେ ବ୍ୟାଘାତ ଘଟିଛି।
ଗୁରୁଚାପ ବଳୟ ସକ୍ରିୟ ରହିଥିବାରୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ତେବେ ୨୩ ଓ ୨୪ ତାରିଖରେ ଉପକୂଳ ଓଡ଼ିଶା ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ବୃଷ୍ଟିପାତର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ୨୫ ତାରିଖ ମଧ୍ୟାହ୍ନ ଯାଏଁ କେତେକ ଜିଲ୍ଲାରେ କୋହୋଲା ପାଗ ରହିବ। ସେଥିପାଇଁ ସତର୍କ ସୂଚନା ଜାରି କରାଯାଇଛି। ତେବେ ୨୬ ତାରିଖରୁ ପାଗ ବଦଳିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ସେପଟେ ଦେଖିବାକୁ ଗଲେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ କେତେକ ସ୍ଥାନରେ ବର୍ଷା ଲାଗି ରହିବା ସହିତ ପାଗ କୋହଲା ରହିଛି। ଆଉ କେତେ ସ୍ଥାନରେ କୁହୁଡି ମଧ୍ୟ ଦେଇଛି। ଯେଉଁଥିପାଇଁ ଯିବାଆସିବାରେ ବ୍ୟାଘାତ ଘଟିଛି। ଦେଖିବାକୁ ଗଲେ ସର୍ବାଧିକ ବର୍ଷା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳଠାରେ ରେକର୍ଡ କରାଯାଇଛି। ସେଠାରେ ୪୭ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ଭୁବନରେ ୨୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ୫.୧ ମିଲିମିଟର ବର୍ଷା ହୋଇଥିବା ବେଳେ କଟକରେ ୩.୮ ମିଲିମିଟର ହୋଇଥିବା ପାଣିପାଗ ବିଜ୍ଞାନୀ କହିଛନ୍ତି।