ଯାତ୍ରା ଲୁହା ଗେଟ ଭୁଶୁଡିବା ଘଟଣା : ମ୍ୟାନେଜର ଅଟକ ,ଆହତଙ୍କ ଚାଲିଛି ଚିକିତ୍ସା

କନକ ବ୍ୟୁରୋ:  କଟକ ସାଲେପୁରରେ ଯାତ୍ରା ପାର୍ଟି ଲୁହା ଗେଟ୍ ତୋରଣ ଭୁଶୁଡ଼ିବା ଘଟଣାରେ ଯାତ୍ରା ପାର୍ଟି ମ୍ୟାନେଜର ଅଟକ। ପୋଲିସ ଯାତ୍ରା ପାର୍ଟି ମ୍ୟାନେଜରଙ୍କୁ ଅଟକ ରଖି ପଚରାଉଚରା କରୁଛି । ତୋରଣ ଭୁଶୁଡ଼ିବା ଘଟଣାରେ ୨୫ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି। ସେମାନଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତ ରାତିରେ ସାଲେପୁର ରାଇସୁଙ୍ଗୁଡ଼ା ଶନି ପଡିଆରେ ରାଜାରାଣୀ ରଙ୍ଗମଞ୍ଚର ନାଟକ ମଞ୍ଚସ୍ଥ ହେବାର ଥିଲା। ତେବେ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଲୁହା ଗେଟ୍ ତୋରଣ ଭାଙ୍ଗିଯାଇଥିଲା । ଫଳରେ ଅନେକ ଲୋକେ ତୋରଣ ଗେଟ୍ ତଳେ ଚାପି ହୋଇ ରହିଯାଇଥିଲେ । ଘଟଣାସ୍ଥଳରେ କଟକ ଗ୍ରାମାଞ୍ଚଳ ଏସ୍‌ପି ପ୍ରତୀକ ସିଂ ଏବଂ ସାଲେପୁର ଏସ୍‌ଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । 

ଯାତ୍ରା ଲୁହା ଗେଟ ଭୁଶୁଡିବା ଘଟଣା : ମ୍ୟାନେଜର ଅଟକ ,ଆହତଙ୍କ ଚାଲିଛି ଚିକିତ୍ସା

କନକ ବ୍ୟୁରୋ:  କଟକ ସାଲେପୁରରେ ଯାତ୍ରା ପାର୍ଟି ଲୁହା ଗେଟ୍ ତୋରଣ ଭୁଶୁଡ଼ିବା ଘଟଣାରେ ଯାତ୍ରା ପାର୍ଟି ମ୍ୟାନେଜର ଅଟକ। ପୋଲିସ ଯାତ୍ରା ପାର୍ଟି ମ୍ୟାନେଜରଙ୍କୁ ଅଟକ ରଖି ପଚରାଉଚରା କରୁଛି । ତୋରଣ ଭୁଶୁଡ଼ିବା ଘଟଣାରେ ୨୫ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି। ସେମାନଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି।

ଗତ ରାତିରେ ସାଲେପୁର ରାଇସୁଙ୍ଗୁଡ଼ା ଶନି ପଡିଆରେ ରାଜାରାଣୀ ରଙ୍ଗମଞ୍ଚର ନାଟକ ମଞ୍ଚସ୍ଥ ହେବାର ଥିଲା। ତେବେ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଲୁହା ଗେଟ୍ ତୋରଣ ଭାଙ୍ଗିଯାଇଥିଲା । ଫଳରେ ଅନେକ ଲୋକେ ତୋରଣ ଗେଟ୍ ତଳେ ଚାପି ହୋଇ ରହିଯାଇଥିଲେ । ଘଟଣାସ୍ଥଳରେ କଟକ ଗ୍ରାମାଞ୍ଚଳ ଏସ୍‌ପି ପ୍ରତୀକ ସିଂ ଏବଂ ସାଲେପୁର ଏସ୍‌ଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।