ଯାହା କିଛି ଘଟିଗଲା, ସେଥିପାଇଁ ଅନୁତପ୍ତ; ରାଜ୍ୟବାସୀଙ୍କୁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ବିରେନ ସିଂହ
ନୂଆଦିଲ୍ଲୀ: ବିଦାୟୀ ବର୍ଷରେ ଘଟିଥିବା ଘଟଣାକ୍ରମ ଉପରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍.ବିରେନ ସିଂହ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ରାଜ୍ୟବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, 'ପୂରା ବର୍ଷ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ରହିଛି । ମୁଁ ଅତ୍ୟନ୍ତ ମର୍ମାହତ । ରାଜ୍ୟବାସୀଙ୍କୁ କହିବାକୁ ଚାହୁଁଛି ଯେ ମେ ୩ ପରଠୁ ଆଜି ଯାଏ ଯାହା କିଛି ଘଟିଛି, ସେଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ।' ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣାରେ ଅନେକ ଲୋକ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି । ଅନେକ ଲୋକଙ୍କୁ ନିଜ ଘର ଛାଡ଼ିବାକୁ ପଡ଼ିଛି । ସିଏମ୍ କହିଛନ୍ତି, 'ଏହି ସବୁ ଘଟଣା ପାଇଁ ମୁଁ ଅନୁତପ୍ତ । ମୁଁ ସମସ୍ତଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି ।'ତେବେ ଗତ ୩ରୁ ୪ ମାସ ହେଲା ରାଜ୍ୟରେ ଶାନ୍ତି ସ୍ଥାପନ ଦିଗରେ ସକାରାତ୍ମକ ପ୍ରଗତି ହୋଇଛି । ଏହାସହ ୨୦୨୫ରେ ମଣିପୁରରେ ସମ୍ପୂର୍ଣ୍ଣ ଶାନ୍ତି ସ୍ଥାପନ ସହ ସ୍ଥିତି ସ୍ୱାଭାବିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଭରାସା ଦେଇଛନ୍ତି । ସିଏମ୍ ବିରେନ ସିଂହ ଲୋକଙ୍କୁ ଅପିଲ୍ କରି କହିଛନ୍ତି, 'ଯାହା ହେବାର ଥିଲା, ତାହା ହୋଇଗଲା । ଆମେ ଏବେ ଅତୀତର ଭୁଲକୁ ଭୁଲି ପୁଣି ଥରେ ନୂଆ ଆରମ୍ଭ କରିବାକୁ ହେବ । ଏକ ଶାନ୍ତିପୂର୍ଣ୍ଣ ମଣିପୁର, ଏକ ସମୃଦ୍ଧ ମଣିପୁର, ଆମ ସମସ୍ତେ ଏକ ହୋଇ ରହିବା ଦରକାର ।'#WATCH | Imphal: Manipur CM N Biren Singh says
ନୂଆଦିଲ୍ଲୀ: ବିଦାୟୀ ବର୍ଷରେ ଘଟିଥିବା ଘଟଣାକ୍ରମ ଉପରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍.ବିରେନ ସିଂହ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ରାଜ୍ୟବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, 'ପୂରା ବର୍ଷ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ରହିଛି । ମୁଁ ଅତ୍ୟନ୍ତ ମର୍ମାହତ । ରାଜ୍ୟବାସୀଙ୍କୁ କହିବାକୁ ଚାହୁଁଛି ଯେ ମେ ୩ ପରଠୁ ଆଜି ଯାଏ ଯାହା କିଛି ଘଟିଛି, ସେଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ।' ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣାରେ ଅନେକ ଲୋକ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି । ଅନେକ ଲୋକଙ୍କୁ ନିଜ ଘର ଛାଡ଼ିବାକୁ ପଡ଼ିଛି । ସିଏମ୍ କହିଛନ୍ତି, 'ଏହି ସବୁ ଘଟଣା ପାଇଁ ମୁଁ ଅନୁତପ୍ତ । ମୁଁ ସମସ୍ତଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି ।'
ତେବେ ଗତ ୩ରୁ ୪ ମାସ ହେଲା ରାଜ୍ୟରେ ଶାନ୍ତି ସ୍ଥାପନ ଦିଗରେ ସକାରାତ୍ମକ ପ୍ରଗତି ହୋଇଛି । ଏହାସହ ୨୦୨୫ରେ ମଣିପୁରରେ ସମ୍ପୂର୍ଣ୍ଣ ଶାନ୍ତି ସ୍ଥାପନ ସହ ସ୍ଥିତି ସ୍ୱାଭାବିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଭରାସା ଦେଇଛନ୍ତି । ସିଏମ୍ ବିରେନ ସିଂହ ଲୋକଙ୍କୁ ଅପିଲ୍ କରି କହିଛନ୍ତି, 'ଯାହା ହେବାର ଥିଲା, ତାହା ହୋଇଗଲା । ଆମେ ଏବେ ଅତୀତର ଭୁଲକୁ ଭୁଲି ପୁଣି ଥରେ ନୂଆ ଆରମ୍ଭ କରିବାକୁ ହେବ । ଏକ ଶାନ୍ତିପୂର୍ଣ୍ଣ ମଣିପୁର, ଏକ ସମୃଦ୍ଧ ମଣିପୁର, ଆମ ସମସ୍ତେ ଏକ ହୋଇ ରହିବା ଦରକାର ।'
#WATCH | Imphal: Manipur CM N Biren Singh says "This entire year has been very unfortunate. I feel regret and I want to say sorry to the people of the state for what is happening till today, since last May 3. Many people lost their loved ones. Many people left their homes. I… pic.twitter.com/tvAxInKPdg— ANI (@ANI) December 31, 2024
ହିଂସା ମୁକାବିଲାରେ ବିଫଳକୁ ନେଇ ବିରୋଧୀଙ୍କ ଟାର୍ଗେଟକୁ ଆସିଥିବା ବିରେନ ସିଂହ ଇମ୍ଫାଲରେ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟକୁ ଶାନ୍ତି ଫେରୁଛି ବୋଲି ଦୃଢତାର ସହ କହିଛନ୍ତି । ବିରେନ କହିଛନ୍ତି, 'ମଣିପୁରରେ ଶାନ୍ତି ସ୍ଥାପନ ହେଉଛି ଏବଂ ଏହାର ଏକମାତ୍ର ସମାଧାନ ହେଉଛି ଚର୍ଚ୍ଚା ଏବଂ ଆଲୋଚନା । କେନ୍ଦ୍ର ସରକାର ପୂର୍ବରୁ ଏକ ଦିଗରେ ଉଦ୍ୟମ ଆରମ୍ଭ କରିସାରିଛନ୍ତି ।' ଉଲ୍ଲେଖଯୋଗ୍ୟ ଯେ ମଣିପୁରରେ ୨୦୨୩ ମେ ୩ଠାରୁ ବହୁସଂଖ୍ୟାକ ମୈତେଇ ଏବଂ କୁକିଙ୍କ ମଧ୍ୟରେ ସଂରକ୍ଷଣକୁ ନେଇ ଜାରି ହିଂସା ଏବେ ବି ଥମି ନାହିଁ । ଏହି ଜାତିଗତ ହିଂସାରେ ୨୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି ।