ଯାହା ଧୋନୀ-କୋହଲି କରି ପାରିଲେନି, ତାହା ଅଧିନାୟକ ଗିଲ୍ କରି ପାରିବେ କି ? ୧୮ ବର୍ଷରୁ ହାତ ଖାଲି

ନୂଆଦିଲ୍ଲୀ: କଣ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଇତିହାସ ରଚି ପାରିବେ ଶୁଭମନ ଗିଲ୍ ? କଣ ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କ ଯୁବ ଖେଳାଳିଙ୍କ ସେନା ଇଂଲଣ୍ଡରେ କମାଲ କରି ପାରିବେ। ଶେଷ ଥର ୨୦୦୭ରେ ଇଂଲଣ୍ଡରେ ଟେଷ୍ଟ ସିରିଜ୍ ଜିତିଥିଲା ଭାରତ। ସେ ସମୟରେ ଗମ୍ଭୀର ଥିଲେ ଦଳର ଖେଳାଳି। ଏବେ ସେ ଦଳର କୋଚ୍। କଣ ଏଥର ଇଂଲଣ୍ଡ ମାଟିରେ ସେହି କମାଲ ହେବ ଯାହା ଅଧିନାୟକ ଭାବେ ଏମଏସ ଧୋନୀ ଓ କୋହଲି କରି ପାରି ନ ଥିଲେ। ଇଂଲଣ୍ଡ ଗସ୍ତରେ ଲଣ୍ଡନରେ ପହଞ୍ଚି ସାରିଛି ଭାରତର ନୂଆ ଯୁବ ଟେଷ୍ଟ ଦଳ। ଏହି ଟେଷ୍ଟ ସିରିଜ୍ ଭାରତୀୟ ଦଳ ପାଇଁ ହେବ ଲିଟମସ ଟେଷ୍ଟ। ଶୁଭମନ ଗିଲ୍ଙ୍କ ନେତୃତ୍ଵର ହେବ ଆକଳଣ। ହେଡ୍ କୋଚ ଗମ୍ଭୀରଙ୍କ ପାଇଁ ଏହି ଗସ୍ତ କୌଣସି ଅଗ୍ନି ପରୀକ୍ଷାଠୁ କମ ହେବନି। ଭାରତ ପାଇଁ ଇଂଲଣ୍ଡ ଗସ୍ତ ସର୍ବଦା ଚ୍ୟାଲେଞ୍ଜିଂ ରହି ଆସିଛି। ଏମିତିରେ ପ୍ରଶ୍ନ ଉଠୁଛି କଣ ୧୮ ବର୍ଷ ପରେ ଭାରତୀୟ ଦଳ ଇଂଲଣ୍ଡରେ ସିରିଜ୍ ଜିତି ପାରିବ।Also read: ରାହୁଲ କରିବେ ଓପନିଂ, ଗିଲ୍ ନମ୍ବର ୪ରେ..., ପ୍ରଥମ ଟେଷ୍ଟରେ ଏମିତି ହୋଇପାରେ ଟିମ୍ ଇଣ୍ଡିଆର ପ୍ଲେଇଙ୍ଗ XIଭାରତ ଇଂଲଣ୍ଡରରେ ଶେଷ ଥର ୨୦୦୭ରେ ରାହୁଲ ଦ୍ରାବିଡ଼ଙ୍କ ନେତୃତ୍ଵରେ ଜିତିଥିଲା ଟେଷ୍ଟ ସିରିଜ୍। ତେବେ  ସେହି ସମୟରେ ସିରିଜ୍‌କୁ ୧-୦ରେ କବଜା କରିଥିଲା ଟିମ୍ ଇଣ୍ଡିଆ। ଏହା ପରେ ଚାରି ଥର ଇଂଲଣ୍ଡ ଗସ୍ତ କରି ସାରିଛି ଭାରତୀୟ ଦଳ। ହେଲେ ଥରୁଟିଏ ବି ଦଳ ଜିତି ପାରିନି ସିରିଜ୍

ଯାହା ଧୋନୀ-କୋହଲି କରି ପାରିଲେନି, ତାହା ଅଧିନାୟକ ଗିଲ୍ କରି ପାରିବେ କି ? ୧୮ ବର୍ଷରୁ ହାତ ଖାଲି

ନୂଆଦିଲ୍ଲୀ: କଣ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଇତିହାସ ରଚି ପାରିବେ ଶୁଭମନ ଗିଲ୍ ? କଣ ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କ ଯୁବ ଖେଳାଳିଙ୍କ ସେନା ଇଂଲଣ୍ଡରେ କମାଲ କରି ପାରିବେ। ଶେଷ ଥର ୨୦୦୭ରେ ଇଂଲଣ୍ଡରେ ଟେଷ୍ଟ ସିରିଜ୍ ଜିତିଥିଲା ଭାରତ। ସେ ସମୟରେ ଗମ୍ଭୀର ଥିଲେ ଦଳର ଖେଳାଳି। ଏବେ ସେ ଦଳର କୋଚ୍। କଣ ଏଥର ଇଂଲଣ୍ଡ ମାଟିରେ ସେହି କମାଲ ହେବ ଯାହା ଅଧିନାୟକ ଭାବେ ଏମଏସ ଧୋନୀ ଓ କୋହଲି କରି ପାରି ନ ଥିଲେ। 

ଇଂଲଣ୍ଡ ଗସ୍ତରେ ଲଣ୍ଡନରେ ପହଞ୍ଚି ସାରିଛି ଭାରତର ନୂଆ ଯୁବ ଟେଷ୍ଟ ଦଳ। ଏହି ଟେଷ୍ଟ ସିରିଜ୍ ଭାରତୀୟ ଦଳ ପାଇଁ ହେବ ଲିଟମସ ଟେଷ୍ଟ। ଶୁଭମନ ଗିଲ୍ଙ୍କ ନେତୃତ୍ଵର ହେବ ଆକଳଣ। ହେଡ୍ କୋଚ ଗମ୍ଭୀରଙ୍କ ପାଇଁ ଏହି ଗସ୍ତ କୌଣସି ଅଗ୍ନି ପରୀକ୍ଷାଠୁ କମ ହେବନି। ଭାରତ ପାଇଁ ଇଂଲଣ୍ଡ ଗସ୍ତ ସର୍ବଦା ଚ୍ୟାଲେଞ୍ଜିଂ ରହି ଆସିଛି। ଏମିତିରେ ପ୍ରଶ୍ନ ଉଠୁଛି କଣ ୧୮ ବର୍ଷ ପରେ ଭାରତୀୟ ଦଳ ଇଂଲଣ୍ଡରେ ସିରିଜ୍ ଜିତି ପାରିବ।

Also read: ରାହୁଲ କରିବେ ଓପନିଂ, ଗିଲ୍ ନମ୍ବର ୪ରେ..., ପ୍ରଥମ ଟେଷ୍ଟରେ ଏମିତି ହୋଇପାରେ ଟିମ୍ ଇଣ୍ଡିଆର ପ୍ଲେଇଙ୍ଗ XI

ଭାରତ ଇଂଲଣ୍ଡରରେ ଶେଷ ଥର ୨୦୦୭ରେ ରାହୁଲ ଦ୍ରାବିଡ଼ଙ୍କ ନେତୃତ୍ଵରେ ଜିତିଥିଲା ଟେଷ୍ଟ ସିରିଜ୍। ତେବେ  ସେହି ସମୟରେ ସିରିଜ୍‌କୁ ୧-୦ରେ କବଜା କରିଥିଲା ଟିମ୍ ଇଣ୍ଡିଆ। ଏହା ପରେ ଚାରି ଥର ଇଂଲଣ୍ଡ ଗସ୍ତ କରି ସାରିଛି ଭାରତୀୟ ଦଳ। ହେଲେ ଥରୁଟିଏ ବି ଦଳ ଜିତି ପାରିନି ସିରିଜ୍। ଦୁଇ ଥର ୨୦୧୧ ଓ ୨୦୧୪ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ଵରେ ଇଂଲଣ୍ଡ ଗସ୍ତ କରିଥିଲା ଭାରତୀୟ ଟିମ୍। ଦୁଇ ଥର ଯାକ ସିରିଜ୍ ହାରିଥିଲା ଧୋନୀ ବାହିନୀ। ୨୦୧୧ରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୦-୪ରେ ହାରିଥିଲା ଭାରତ। ପୁଣି ୨୦୧୪ରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୧-୩ରେ ଦଳ ପରାଜୟ ଭୋଗିଥିଲା। 

 ପୁଣି ୨୦୧୮ ଓ ୨୦୨୨ରେ କୋହଲିଙ୍କ ନେତୃତ୍ଵରେ ଇଂଲଣ୍ଡ ଗସ୍ତ କରିଥିବା ଟିମ୍ ଇଣ୍ଡିଆ। ୨୦୧୮ରେ ଦଳକୁ ପରାଜୟ ମିଳିଥିବା ବେଳେ ୨୦୨୨ରେ ସିରିଜ୍ ୨-୨ରେ ରହିଥିଲା ବରାବର। ଏହା ପୂର୍ବରୁ ୨୦୧୮ ଗସ୍ତରେ ୧-୪ରେ ଶୋଚନୀୟ ଭାବେ ହାରିଥିଲା ବିରାଟ କୋହଲିଙ୍କ ଟିମ୍ ଇଣ୍ଡିଆ। 


ଗମ୍ଭୀରଙ୍କ ପାଇଁ ଏହି ଟେଷ୍ଟ ସିରିଜ୍ ଏଥିପାଇଁ ଅଗ୍ନି ପରୀକ୍ଷା ହେବ କାରଣ ଅଷ୍ଟ୍ରେଲିଆ ଗସ୍ତରେ ୧-୩ରେ ସିରିଜ୍ ହାରିଥିଲା ଭାରତ। ଏହି ସିରିଜରେ ରବିଚନ୍ଦ୍ରନ ଅଶ୍ଵିନ ଟେଷ୍ଟ କ୍ରିକେଟରୁ ଅବସର ଗ୍ରହଣ କରିଥିଲେ। ଆଉ ନିକଟରେ ଲାଲ ବଲ୍ କ୍ରିକେଟ୍‌କୁ ଅଲବିଦା କହିଛନ୍ତି ରୋହିତ ଶର୍ମା ଓ ବିରାଟ କୋହଲି। ଏମିତିରେ ନୂଆ ଅଧିନାୟକ ଶୁଭମନ ଗିଲ୍‌ଙ୍କୁ ନିଜକୁ ସାବ୍ୟସ୍ତ କରିବାକୁ ପଡ଼ିବ। 

ଭାରତୀୟ ଦଳ ପାଖରେ ଅନେକ ପ୍ରତିଭାଶାଳୀ ଖେଳାଳି ଅଛନ୍ତି। ମାତ୍ର ଇଂଲଣ୍ଡ ପରିସ୍ଥିତିରେ ଟେଷ୍ଟ କ୍ରିକେଟ୍ ଖେଳିବା ସର୍ବଦା ମୁସ୍କିଲ ରହି ଅସିଛି। ସୁଇଙ୍ଗ ଓ ସିମ ହେଉଥିବା ପିଚ୍‌ରେ ବାଉନ୍ସ ଭାରତୀୟ ବ୍ୟାଟରଙ୍କ କଡ଼ା ପରୀକ୍ଷା ହେବ। ଗିଲ୍‌ଙ୍କ ପାଇଁ ଅଧିନାୟକ ସହ ବ୍ୟାଟିଂରେ ମଧ୍ୟ ଚାପ ରହିବ। କାରଣ ତାଙ୍କ ନିକଟରେ ଇଂଲଣ୍ଡରେ ଖେଳିବାର ଅଧିକ ଅନୁଭବ ନାହିଁ। ଇଂଲଣ୍ଡରେ ସେ ୨୦୨୧-୨୦୨୩ରେ ୩ଟି ଟେଷ୍ଟର ୬ଟି ଇନିଂସରେ କରିଛନ୍ତି ମାତ୍ର ୬୬ ରନ। ସେ ପୁଣି ୧୪.୬୬ ହାରରେ। ତାଙ୍କର ସର୍ବୋଚ୍ଚ ସ୍କୋର ହେଉଛି ୨୮। 

ଭାରତ ଓ ଇଂଲଣ୍ଡର ଟେଷ୍ଟ ସିରିଜ୍‌ର ଇତିହାସ ଉପରେ ନଜର ପକାଇଲେ, ଦୁଇ ଦଳ ମଧ୍ୟରେ ଏ ପର୍ଯ୍ୟନ୍ତ ଖେଳା ଯାଇଛି ମୋଟ୍ ୧୩୬ଟି ଟେଷ୍ଟ। ଏଥିରୁ ଭାରତ ୩୫ଟି ଜିତିଥିବା ବେଳେ ଇଂଲଣ୍ଡ ଜିତିଛି ୫୧ଟି ମ୍ୟାଚ୍। ଡ୍ର ରହିଛି ୫୦ଟି ମ୍ୟାଚ୍। ତେବେ ଇଂଲଣ୍ଡ ମାଟିରେ ଭାରତ ମୋଟ୍ ୬୭ଟି ଟେଷ୍ଟ ଖେଳିଛି। ଏଥିରୁ ଦଳ ମାତ୍ର ୯ଟି ଜିତିଥିବା ବେଳେ ଇଂଲଣ୍ଡ ଜିତିଛି ୩୬ଟି ଟେଷ୍ଟ। ଡ୍ର ରହିଛି ୨୨ଟି ମ୍ୟାଚ୍। ସେହିପରି ଭାରତ ମାଟିରେ ଦୁଇ ଦେଶ ମଧ୍ୟରେ ଖେଳା ଯାଇଛି ମୋଟ୍ ୬୯ଟି ଟେଷ୍ଟ। ଭାରତ ୨୬ଟି ଜିତିଥିବା ବେଳେ ଇଂଲଣ୍ଡ ଜିତିଛି ୧୫ଟି ଟେଷ୍ଟ। ଆଉ ଡ୍ର ରହିଛି ୨୮ଟି। 

ଏଥିରୁ ସ୍ପଷ୍ଟ ଟିମ୍ ଇଣ୍ଡିଆର ନୂଆ ଟେଷ୍ଟ ଅଧିନାୟକ ଶୁଭମନ ଗିଲ୍‌ଙ୍କ ସାମ୍ନାରେ ରହିବ ବଡ଼ ଚ୍ୟାଲେଞ୍ଜ। ତାଙ୍କୁ ଏବେ ସେହି କାମ କରିବାକୁ ପଡ଼ିବ ଯାହାକୁ ଏମଏସ ଧୋନୀ ଓ ବିରାଟ କୋହଲିଙ୍କ ପରି ବରିଷ୍ଠ ଅଧିନାୟକ କରି ପାରି ନ ଥିଲେ।