ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଆତ୍ମହତ୍ୟା କଲେ ୭ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ତେଲେଙ୍ଗାନା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଆତ୍ମହତ୍ୟା କଲେ ୭ ଛାତ୍ରଛାତ୍ରୀ। ଏମାନଙ୍କ ମଧ୍ୟରେ ଦୁଇ ଜଣ ଛାତ୍ରୀ ଥିବା ସୂଚନା ମିଳିଛି। ବୁଧବାର ତେଲେଙ୍ଗାନା ବୋର୍ଡ ଇଣ୍ଟରମିଡିଏଟ୍‌ ପବ୍ଲିକ୍‌ ଏକ୍‌ଜାମିନେସନ ୨୦୨୪ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଏହାର ୪୮ ଘଣ୍ଟା ମଧ୍ୟରେ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।ମେହବୁବାବାଦ ଏସ୍‌ପିଙ୍କ ସୂଚନା ଅନୁସାରେ, ପରୀକ୍ଷାରେ ଫେଲ୍ ହେବାରୁ ଦୁଇ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ହାଇଦ୍ରାବଦର ନିକଟରେ ଥିବା ରାଜେନ୍ଦ୍ରନଗର, ଖାମ୍ମାମ, ମେହେବୁବାବାଦ ଓ କୋଲ୍ଲୁରରେ ଏହିସବୁ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଦି ଇଣ୍ଡିଆନ ଏକ୍ସପ୍ରେସ୍‌ର ଖବର ଅନୁସାରେ, ମଞ୍ଚେରିଆଲ ଜିଲ୍ଲାର ପ୍ରଥମ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଥିଲା। ୧୬ ବର୍ଷୀୟ ଛାତ୍ର ନିଜ ଘରେ ଫାସୀ ଦେଇ ଆତ୍ମହତ୍ୟା କରିଥିଲେ। ଏହି ଛାତ୍ର ଜଣଙ୍କ ୪ଟି ବିଷୟରେ ଫେଲ୍ ହୋଇଥିଲେ। ଯେଉଁ ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା କରିଛନ୍ତି ସେମାନଙ୍କର ବୟସ ୧୬-୧୭ ବର୍ଷ ମଧ୍ୟରେ ହେବ। କିଏ ଫାସୀ ଲଗାଇ ଆତ୍ମହତ୍ୟା କରିଛି ତ କିଏ କୂଅ କିମ୍ବା ପୋଖରିକୁ ଡେଇଁ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ପଢ଼ନ୍ତୁ- ଦରଭଙ୍ଗାରେ ଭୀଷଣ ଅଗ୍ନିକାଣ୍ଡ; ଗ୍ୟାସ୍ ସିଲିଣ୍ଡର ଫାଟି ୬ମୃତ, ଅନେକ ଆହତଚଳିତ ବର୍ଷ ୯.୮ ଲକ୍ଷ ଛାତ୍ରଛାତ୍ରୀ ଇଣ୍ଟରମିଡିଏଟ ପରୀକ୍ଷା

ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଆତ୍ମହତ୍ୟା କଲେ ୭ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ତେଲେଙ୍ଗାନା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଆତ୍ମହତ୍ୟା କଲେ ୭ ଛାତ୍ରଛାତ୍ରୀ। ଏମାନଙ୍କ ମଧ୍ୟରେ ଦୁଇ ଜଣ ଛାତ୍ରୀ ଥିବା ସୂଚନା ମିଳିଛି। ବୁଧବାର ତେଲେଙ୍ଗାନା ବୋର୍ଡ ଇଣ୍ଟରମିଡିଏଟ୍‌ ପବ୍ଲିକ୍‌ ଏକ୍‌ଜାମିନେସନ ୨୦୨୪ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଏହାର ୪୮ ଘଣ୍ଟା ମଧ୍ୟରେ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ମେହବୁବାବାଦ ଏସ୍‌ପିଙ୍କ ସୂଚନା ଅନୁସାରେ, ପରୀକ୍ଷାରେ ଫେଲ୍ ହେବାରୁ ଦୁଇ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ହାଇଦ୍ରାବଦର ନିକଟରେ ଥିବା ରାଜେନ୍ଦ୍ରନଗର, ଖାମ୍ମାମ, ମେହେବୁବାବାଦ ଓ କୋଲ୍ଲୁରରେ ଏହିସବୁ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି ବୋଲି ଏସ୍‌ପି ସୂଚନା ଦେଇଛନ୍ତି। 

ଦି ଇଣ୍ଡିଆନ ଏକ୍ସପ୍ରେସ୍‌ର ଖବର ଅନୁସାରେ, ମଞ୍ଚେରିଆଲ ଜିଲ୍ଲାର ପ୍ରଥମ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଥିଲା। ୧୬ ବର୍ଷୀୟ ଛାତ୍ର ନିଜ ଘରେ ଫାସୀ ଦେଇ ଆତ୍ମହତ୍ୟା କରିଥିଲେ। ଏହି ଛାତ୍ର ଜଣଙ୍କ ୪ଟି ବିଷୟରେ ଫେଲ୍ ହୋଇଥିଲେ। ଯେଉଁ ଛାତ୍ରଛାତ୍ରୀମାନେ ଆତ୍ମହତ୍ୟା କରିଛନ୍ତି ସେମାନଙ୍କର ବୟସ ୧୬-୧୭ ବର୍ଷ ମଧ୍ୟରେ ହେବ। କିଏ ଫାସୀ ଲଗାଇ ଆତ୍ମହତ୍ୟା କରିଛି ତ କିଏ କୂଅ କିମ୍ବା ପୋଖରିକୁ ଡେଇଁ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। 

ପଢ଼ନ୍ତୁ- ଦରଭଙ୍ଗାରେ ଭୀଷଣ ଅଗ୍ନିକାଣ୍ଡ; ଗ୍ୟାସ୍ ସିଲିଣ୍ଡର ଫାଟି ୬ମୃତ, ଅନେକ ଆହତ

ଚଳିତ ବର୍ଷ ୯.୮ ଲକ୍ଷ ଛାତ୍ରଛାତ୍ରୀ ଇଣ୍ଟରମିଡିଏଟ ପରୀକ୍ଷା ଦେଇଥିଲେ।ଏଥିରୁ ପାଖାପାଖି ୬୧.୦୬ ପ୍ରତିଶତ(୨.୮୭ ଲକ୍ଷ) ପ୍ରଥମ ବର୍ଷରେ(କ୍ସାସ୍ ୧୧), ଓ  ୬୯.୪୬ ପ୍ରତିଶତ(୩.୨୨ ଲକ୍ଷ) ଦ୍ୱିତୀୟ ବର୍ଷର ପିଲା ପାସ୍ କରିଛନ୍ତି। ସୂଚନା ଥାଉକି ୨୦୧୯ରେ ଇଣ୍ଟରମିଡିଏଟ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ୨୨ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ। ଏଥର ୨୦୨୪ରେ ଏପର୍ଯ୍ୟନ୍ତ ୭ ଜଣ ଆତ୍ମହତ୍ୟା କରିସାରିଛନ୍ତି। 

ଦେଶରେ ମୋଟ ଛାତ୍ରଛାତ୍ରୀ ଆତ୍ମହତ୍ୟା ଘଟଣାରେ କେବଳ ତେଲେଙ୍ଗାନାରୁ ୫ ପ୍ରତିଶତ ଛାତ୍ରଛାତ୍ରୀ ଆତ୍ମହତ୍ୟା କରୁଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟ ଅନୁସାରେ, ଛାତ୍ରଛାତ୍ରୀ ଆତ୍ମହତ୍ୟା ଘଟଣାରେ ୨୦୨୨ରେ ୨୮ ରାଜ୍ୟ ମଧ୍ୟରୁ ତେଲେଙ୍ଗାନା ୧୧ ତମ ସ୍ଥାନରେ ରହିଥିଲା। ସର୍ବାଧିକ ଛାତ୍ରଛାତ୍ରୀ ଆତ୍ମହତ୍ୟା ଘଟଣାରେ ଟପ୍‌ ୩ରେ ମହାରାଷ୍ଟ୍ର, ତାମିଲନାଡୁ, ଏବଂ ମଧ୍ୟପ୍ରଦେଶ ରହିଥିଲେ।