ଯୁକ୍ତ ୨ ପରୀକ୍ଷା: କର୍ଲାମୁଣ୍ଡା ବ୍ଲକ ଟପ୍ପର ହେଲେ ରଶ୍ମିତା ରଣା

କର୍ଲାମୁଣ୍ଡା/ରିଷିଡା,୨୧।୫(ପ୍ରଦୀପ କୁମାର ସାହୁ/ସୁଶାନ୍ତ କୁମାର ମଲ୍ଲିକ): କଳାହାଣ୍ଡି ଜଲା କର୍ଲାମୁଣ୍ଡା ବ୍ଲକରେ ଯୁକ୍ତ ଦୁଇ କଳା ପରୀକ୍ଷାରେ ବ୍ଲକ ଟପ୍ପର ହୋଇଛନ୍ତି ରଶ୍ମିତା ରଣା। ଏହି ଖବର ପ୍ରକାଶ ପାଇବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ରଶ୍ମିତା ରିଷିଡା ଜେ. କେ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଅଟନ୍ତି। ସେ ୫୧୯ ମାର୍କ ରଖି ବ୍ଲକ ଟପ୍ପର ହୋଇଥିବା ଜଣାପଡିଛି। ରଶ୍ମିତା ରିଷିଡା ନିବାସୀ ରାମ ଚନ୍ଦ୍ର ରଣା ଓ ପଦ୍ମାବତୀ ରଣାଙ୍କ ଝିଅ ଅଟନ୍ତି। […] The post ଯୁକ୍ତ ୨ ପରୀକ୍ଷା: କର୍ଲାମୁଣ୍ଡା ବ୍ଲକ ଟପ୍ପର ହେଲେ ରଶ୍ମିତା ରଣା appeared first on Dharitri Odia News.

ଯୁକ୍ତ ୨ ପରୀକ୍ଷା: କର୍ଲାମୁଣ୍ଡା ବ୍ଲକ ଟପ୍ପର ହେଲେ ରଶ୍ମିତା ରଣା

କର୍ଲାମୁଣ୍ଡା/ରିଷିଡା,୨୧।୫(ପ୍ରଦୀପ କୁମାର ସାହୁ/ସୁଶାନ୍ତ କୁମାର ମଲ୍ଲିକ): କଳାହାଣ୍ଡି ଜଲା କର୍ଲାମୁଣ୍ଡା ବ୍ଲକରେ ଯୁକ୍ତ ଦୁଇ କଳା ପରୀକ୍ଷାରେ ବ୍ଲକ ଟପ୍ପର ହୋଇଛନ୍ତି ରଶ୍ମିତା ରଣା। ଏହି ଖବର ପ୍ରକାଶ ପାଇବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ରଶ୍ମିତା ରିଷିଡା ଜେ. କେ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଅଟନ୍ତି। ସେ ୫୧୯ ମାର୍କ ରଖି ବ୍ଲକ ଟପ୍ପର ହୋଇଥିବା ଜଣାପଡିଛି।

ରଶ୍ମିତା ରିଷିଡା ନିବାସୀ ରାମ ଚନ୍ଦ୍ର ରଣା ଓ ପଦ୍ମାବତୀ ରଣାଙ୍କ ଝିଅ ଅଟନ୍ତି। ତାଙ୍କର ସଫଳତା ପାଇଁ ପ୍ରେସ କ୍ଲବ ସଭାପତି ନରୋତ୍ତମ ସେଲମା ଓ ଅନ୍ୟାନ୍ୟ ବୁଦ୍ଧିଜୀବୀମାନେ ଅଭିନନ୍ଦନ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଏହି ବିଦ୍ୟାଳୟର ୨୩୧ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୩ ଜଣ ପ୍ରଥମ ଶ୍ରେଣୀ,୩୮ ଜଣ ଦ୍ୱିତୀୟ ଶ୍ରେଣୀ ଓ ୯୬ ଜଣ ତୃତୀୟ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

The post ଯୁକ୍ତ ୨ ପରୀକ୍ଷା: କର୍ଲାମୁଣ୍ଡା ବ୍ଲକ ଟପ୍ପର ହେଲେ ରଶ୍ମିତା ରଣା appeared first on Dharitri Odia News.