ଯୁକ୍ତ୨ ନାମଲେଖା: ଏହିଦିନ ପ୍ରକାଶ ପାଇବ ପ୍ରଥମ ମେରିଷ୍ଟ ଲିଷ୍ଟ

ଭୁବନେଶ୍ୱର, ୧୬।୭(ଅସମାପିକା ସାହୁ): ୨୦୨୪-୨୫ ଶିକ୍ଷାବର୍ଷ ନିମନ୍ତେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀରେ ନାମଲେଖା ପାଇଁ ଗତ ୧୨ତାରିଖରେ ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ପ୍ରଥମ ପର୍ଯାୟ ନାମଲେଖାର ପ୍ରଥମ ମେଧା ତାଲିକା ଆସନ୍ତା ୨୦ତାରିଖରେ ପ୍ରକାଶ ପାଇବ। ଏ ନେଇ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାନୁସାରେ, ଛାତ୍ରୀଛାତ୍ରମାନେ ମନୋନୀତ ହୋଇଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ତଥ୍ୟ ହ୍ବାଟ୍‌ସଆପ୍‌ କିମ୍ବା ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ପାଇପାରିବେ। […] The post ଯୁକ୍ତ୨ ନାମଲେଖା: ଏହିଦିନ ପ୍ରକାଶ ପାଇବ ପ୍ରଥମ ମେରିଷ୍ଟ ଲିଷ୍ଟ appeared first on Dharitri Odia News.

ଯୁକ୍ତ୨ ନାମଲେଖା: ଏହିଦିନ ପ୍ରକାଶ ପାଇବ ପ୍ରଥମ ମେରିଷ୍ଟ ଲିଷ୍ଟ

ଭୁବନେଶ୍ୱର, ୧୬।୭(ଅସମାପିକା ସାହୁ): ୨୦୨୪-୨୫ ଶିକ୍ଷାବର୍ଷ ନିମନ୍ତେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀରେ ନାମଲେଖା ପାଇଁ ଗତ ୧୨ତାରିଖରେ ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ପ୍ରଥମ ପର୍ଯାୟ ନାମଲେଖାର ପ୍ରଥମ ମେଧା ତାଲିକା ଆସନ୍ତା ୨୦ତାରିଖରେ ପ୍ରକାଶ ପାଇବ। ଏ ନେଇ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାନୁସାରେ, ଛାତ୍ରୀଛାତ୍ରମାନେ ମନୋନୀତ ହୋଇଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ତଥ୍ୟ ହ୍ବାଟ୍‌ସଆପ୍‌ କିମ୍ବା ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ପାଇପାରିବେ।

ନାମଲେଖା ପାଇଁ ମନୋନୀତ ହୋଇଥିବା ଛାତ୍ରୀଛାତ୍ର ନିଜର ଇଣ୍ଟିମେସନ୍‌ ଲେଟର ସାମ୍ସ ପୋର୍ଟାଲରୁ ଡାଉନଲୋଡ୍‌ କରିପାରିବେ। ଏହାପରେ ମନୋନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆସନ୍ତା ୨୨ ରୁ ୨୭ ତାରିଖ ମଧ୍ୟରେ ନାମ ଲେଖାଇବେ। ଅଗଷ୍ଟ ୫ତାରିଖରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ଛାତ୍ରୀଛାତ୍ର ୭ ରୁ ୧୦ତାରିଖ ମଧ୍ୟରେ ନାମଲେଖାଇବେ। ଅଗଷ୍ଟ ୨୦ରେ ସ୍ପଟ ନାମଲେଖା ମେଧା ତାଲିକା ପ୍ରକାଶ ପାଇବ। ୨୨ ରୁ ୨୮ ମଧ୍ୟରେ ସ୍ପଟ ନାମଲେଖା ଅନୁଷ୍ଠିତ ହେବ। ତେବେ ଅଗଷ୍ଟ ୧ ରୁ ଯୁକ୍ତ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ। ସୂଚନାଯୋଗ୍ୟ, ରାଜ୍ୟରେ ୨,୩୪୩ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ମୋଟ ୫,୪୮,୩୧୩ ସିଟ୍‌ ରହିଛି। ଚଳିତବର୍ଷ ଯୁକ୍ତ୨ ପ୍ରଥମବର୍ଷ ନାମଲେଖା ପାଇଁ ୪,୭୬,୦୭୪ ଜଣ ଛାତ୍ରୀଛାତ୍ର ଆବେଦନ କରିଛନ୍ତି।

The post ଯୁକ୍ତ୨ ନାମଲେଖା: ଏହିଦିନ ପ୍ରକାଶ ପାଇବ ପ୍ରଥମ ମେରିଷ୍ଟ ଲିଷ୍ଟ appeared first on Dharitri Odia News.