ଯୁବକଙ୍କ ଉନ୍ମତ୍ତକାଣ୍ଡ: ଧରି ନିର୍ଧୁମ ଛେଚିଲେ ଲୋକେ
ବଲାଙ୍ଗୀର,୧୫ା୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରୁ ପୁଣି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସହରରେ ଜଣେ ନିଶାସକ୍ତ ଯୁବକ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ ନିଜ ହିତାହିତ ଜ୍ଞାନ ହରାଇ ବାଛୁରୀ ଆଖିକୁ ଫୋଡ଼ିଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷେ ସ୍ଥାନୀୟ ଲୋକେ ସମ୍ପୃକ୍ତ ଯୁବକଙ୍କୁ ଧରି ନିସ୍ତୁକ ମାଡ଼ ମାରିଛନ୍ତି। ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ […] The post ଯୁବକଙ୍କ ଉନ୍ମତ୍ତକାଣ୍ଡ: ଧରି ନିର୍ଧୁମ ଛେଚିଲେ ଲୋକେ appeared first on Dharitri Odia News.
ବଲାଙ୍ଗୀର,୧୫ା୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରୁ ପୁଣି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସହରରେ ଜଣେ ନିଶାସକ୍ତ ଯୁବକ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ ନିଜ ହିତାହିତ ଜ୍ଞାନ ହରାଇ ବାଛୁରୀ ଆଖିକୁ ଫୋଡ଼ିଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଅସନ୍ତୋଷ ପ୍ରକାଶ ପାଇଛି।
ଅନ୍ୟପକ୍ଷେ ସ୍ଥାନୀୟ ଲୋକେ ସମ୍ପୃକ୍ତ ଯୁବକଙ୍କୁ ଧରି ନିସ୍ତୁକ ମାଡ଼ ମାରିଛନ୍ତି। ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛି। ଏପରିକି ପୋଲିସ ଯୁବକଙ୍କୁ ଥନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି।
The post ଯୁବକଙ୍କ ଉନ୍ମତ୍ତକାଣ୍ଡ: ଧରି ନିର୍ଧୁମ ଛେଚିଲେ ଲୋକେ appeared first on Dharitri Odia News.