ଯୁବକଙ୍କ ଉପରକୁ ଡେଇଁ ପଡ଼ିଲା ବାଘ, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି । ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ବାଘ ଜଣେ ଯୁବକଙ୍କ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି। ପ୍ରଥମେ ଲାଗୁଛି ଯେ ବାଘ ଉକ୍ତ ଯୁବକଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି। ପରବର୍ତ୍ତୀ ମୁହୂର୍ତ୍ତରେ ବାଘଟି ତାଙ୍କ ସହିତ ଖେଳୁଥିବା ଜଣାପଡ଼ୁଛି। ଜଣେ ବ୍ୟକ୍ତି ବାଘକୁ ନିୟନ୍ତ୍ରଣ […] The post ଯୁବକଙ୍କ ଉପରକୁ ଡେଇଁ ପଡ଼ିଲା ବାଘ, ଭିଡିଓ ଦେଖିଲେ… appeared first on Dharitri Odia News.
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି । ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ବାଘ ଜଣେ ଯୁବକଙ୍କ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି। ପ୍ରଥମେ ଲାଗୁଛି ଯେ ବାଘ ଉକ୍ତ ଯୁବକଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି।
ପରବର୍ତ୍ତୀ ମୁହୂର୍ତ୍ତରେ ବାଘଟି ତାଙ୍କ ସହିତ ଖେଳୁଥିବା ଜଣାପଡ଼ୁଛି। ଜଣେ ବ୍ୟକ୍ତି ବାଘକୁ ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ ସେଠାରେ ପହଞ୍ଚୁଛନ୍ତି। ମାତ୍ର ବାଘ ଖେଳୁଥିବା ଦେଖି ସେ ସେଠାରୁ ଚାଲି ଯାଉଛନ୍ତି।
ପ୍ରଥମେ ଲାଗୁଛି ଯେ, ବାଘ ସାଂଘାତିକ ଆକ୍ରମଣ କରୁଛି। ସେଠାରେ ଉପସ୍ଥିତ ଥିବା ବ୍ୟକ୍ତି ବାଘକୁ ଧରିବା ମାତ୍ରେ ତଳେ ପଡ଼ିଯାଉଛନ୍ତି।
ଏହି ଭିଡିଓ ଇନଷ୍ଟାଗ୍ରାମ ଆକାଉଣ୍ଟ @nouman.hassan1ରେ ଶେୟାର କରାଯାଇଛି ।
The post ଯୁବକଙ୍କ ଉପରକୁ ଡେଇଁ ପଡ଼ିଲା ବାଘ, ଭିଡିଓ ଦେଖିଲେ… appeared first on Dharitri Odia News.