ଯୁବକଙ୍କୁ ଛୁରା ମାଡ, ଗୁରୁତର ଅବସ୍ଥାରେ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର
ବାଉଁଶୁଣୀ,୧।୬(ଦେବାଶିଷ ନେପାକ): ଶନିବାର ବାଦୀକଟା ଗ୍ରାମରେ ଛୁରା ମାଡରେ ଗୁରୁତର ହୋଇ ବାଉଁଶୁଣୀ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଯୁବକଙ୍କୁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନାନୁଯାୟୀ, ବାଉଁଶୁଣୀ ଥାନା ବାଦୀକଟା ଗ୍ରାମର ବାଳକୃଷ୍ଣ ମହାକୁଡ ନିଜ ଘରେ ଏକୁଟିଆ ଥିବା ବେଳେ କିଛି ଦୁର୍ବୃତ୍ତ ବିଳମ୍ବିତ ରାତିରେ ତାଙ୍କ ଘରେ ପଶି ତାଙ୍କ ପେଟକୁ ଛୁରା ମାଡ କରି ଘରେ ଥିବା ଟଙ୍କା ଲୁଟି ଲୁଟି ନେଇଥିଲେ। ଫଳରେ ବାଳକୃଷ୍ଣ ଗୁରୁତର ଆହତ ହୋଇଥିଲେ […] The post ଯୁବକଙ୍କୁ ଛୁରା ମାଡ, ଗୁରୁତର ଅବସ୍ଥାରେ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର appeared first on Dharitri Odia News.
ବାଉଁଶୁଣୀ,୧।୬(ଦେବାଶିଷ ନେପାକ): ଶନିବାର ବାଦୀକଟା ଗ୍ରାମରେ ଛୁରା ମାଡରେ ଗୁରୁତର ହୋଇ ବାଉଁଶୁଣୀ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଯୁବକଙ୍କୁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନାନୁଯାୟୀ, ବାଉଁଶୁଣୀ ଥାନା ବାଦୀକଟା ଗ୍ରାମର ବାଳକୃଷ୍ଣ ମହାକୁଡ ନିଜ ଘରେ ଏକୁଟିଆ ଥିବା ବେଳେ କିଛି ଦୁର୍ବୃତ୍ତ ବିଳମ୍ବିତ ରାତିରେ ତାଙ୍କ ଘରେ ପଶି ତାଙ୍କ ପେଟକୁ ଛୁରା ମାଡ କରି ଘରେ ଥିବା ଟଙ୍କା ଲୁଟି ଲୁଟି ନେଇଥିଲେ। ଫଳରେ ବାଳକୃଷ୍ଣ ଗୁରୁତର ଆହତ ହୋଇଥିଲେ l ଏ ଘଟଣା ଜାଣିବା ପରେ ସମ୍ପର୍କୀୟ ଓ ଗ୍ରାମବାସୀ ବାଳକୃଷ୍ଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବାଉଁଶୁଣୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅବସ୍ଥା ଗୁରୁତର ଥିବାରୁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଛୁରା ମାଡ କାରଣ ଓ ଆକ୍ରମଣକାରୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ପାରିନାହିଁ। ଘଟଣାସ୍ଥଳରେ ବାଉଁଶୁଣୀ ଥାନା ପୋଲିସ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି।
The post ଯୁବକଙ୍କୁ ଛୁରା ମାଡ, ଗୁରୁତର ଅବସ୍ଥାରେ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର appeared first on Dharitri Odia News.