ଯୁବକଙ୍କୁ ତଣ୍ଟି କାଟି ହତ୍ୟା

ଗତକାଲି ରାତି ପ୍ରାୟ ୯ ଟାରେ ମାଣ୍ଡୋସିଲ ଗାଁ ନିକଟ ଭୁତମୁଣ୍ଡା ରାସ୍ତାରେ କିଛି ଯୁବକ ପିଙ୍କୁଙ୍କୁ ଧରୁଆ ଅସ୍ତ୍ରରେ ଆକ୍ରମଣ କରି ଚାଲି ଯାଇଥିଲେ। ଗୁରୁରତର ଭାବେ ପିଙ୍କୁଙ୍କୁ ସେଠାରେ ଛାଡ଼ି ଯୁବକମାନେ ପଳାଇଥିଲେ।

ଯୁବକଙ୍କୁ ତଣ୍ଟି କାଟି ହତ୍ୟା

ଜଣେ ଯୁବକଙ୍କୁ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବରଗଡ଼ ଜିଲ୍ଲା ପାଇକମାଲ ଥାନା ମାଣ୍ଡୋସିଲ ଗାଁର ପିଙ୍କୁ କୁମାର ସାହୁ(୩୭)।

ପିଙ୍କୁ ନୂଆପଡ଼ା ସହର ତହସିଲ ଅଫିସ ସମ୍ମୁଖରେ ଏକ ହୋଟେଲକୁ ଭଡ଼ାରେ ଚଳାଉଥିଲେ। ସେ ମାଣ୍ଡୋସିଲରୁ ନୂଆପଡ଼ାକୁ ଯିବା ଆସିବା କରୁଥିଲେ। ଗତକାଲି ରାତି ପ୍ରାୟ ୯ ଟାରେ ମାଣ୍ଡୋସିଲ ଗାଁ ନିକଟ ଭୁତମୁଣ୍ଡା ରାସ୍ତାରେ କିଛି ଯୁବକ ପିଙ୍କୁଙ୍କୁ ଧରୁଆ ଅସ୍ତ୍ରରେ ଆକ୍ରମଣ କରି ଚାଲି ଯାଇଥିଲେ। ଗୁରୁରତର ଭାବେ ପିଙ୍କୁଙ୍କୁ ସେଠାରେ ଛାଡ଼ି ଯୁବକମାନେ ପଳାଇଥିଲେ।

ରାତିରେ ପରିବାର ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେଠାରୁ ପିଙ୍କୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ଲୋକ। ସେଠାରେ ଡାକ୍ତର ପିଙ୍କୁଙ୍କୁ ମୃତ ଘୋଷଣା କରିଥିଲେ।