ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା, ଜଙ୍ଗଲରୁ ୪ ଅପରାଧୀଙ୍କୁ ଧରିଲା ପୋଲିସ

ବ୍ରହ୍ମପୁର ୨୫/୧୦: ସୁଶାନ୍ତ ନାହାକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା । ୪ ଅପରାଧୀଙ୍କୁ ଗିରଫ କରିଛି ଗୋଳନ୍ଥରା ପୋଲିସ । ଗତ ୧୧ ତାରିଖରେ ରଙ୍ଗିପୁର ନିକଟ ଇଟା ଫ୍ୟାକ୍ଟ୍ରିରୁ ଘରକୁ ଫେରିବା ବେଳେ ସୁଶାନ୍ତଙ୍କୁ ୪ ଜଣ ଦୁର୍ବୃତ୍ତ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିଲେ । ଏ ସଂପର୍କରେ ସୁଶାନ୍ତଙ୍କ ପତ୍ନୀ ସନ୍ତୋଷିନୀ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ଖରିଆଗୁଡା ଜଙ୍ଗଲରୁ ୪ ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ।  