ଯୁବତୀଙ୍କୁ ବଳାତ୍କାର: ନ୍ୟାୟ ନ ମିଳିଲେ ଆତ୍ମାହୁତି ଚେତାବନୀ

ଲାଞ୍ଜିଗଡ଼,୧ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅଞ୍ଚଳର ଜଣେ ୧୮ବର୍ଷୟ ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଅଭିଯୁକ୍ତ ବିଜେପୁର ଗ୍ରାମର ଶିବ ନାଏକ(୫୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଯୁବତୀ ଜଣକ ଶୁକ୍ରବାର ସକାଳେ ଦୋକାନକୁ ସୌଦା ଆଣିବା ପାଇଁ ଯାଉଥିବା ବେଳେ ଶିବ ତାଙ୍କ ମୁହଁକୁ ଚାପିଧରି ନିକଟସ୍ଥ ଏକ ଭଙ୍ଗା ଘରକୁ ନେଇ ବଳାତ୍କାର କରିଥିଲେ। ଏ ନେଇ ପୀଡିତା ଶନିବାର ସକାଳେ ବିଜେପୁର ଥାନାରେ ଲିଖିତ […] The post ଯୁବତୀଙ୍କୁ ବଳାତ୍କାର: ନ୍ୟାୟ ନ ମିଳିଲେ ଆତ୍ମାହୁତି ଚେତାବନୀ appeared first on Dharitri Odia News.

ଯୁବତୀଙ୍କୁ ବଳାତ୍କାର: ନ୍ୟାୟ ନ ମିଳିଲେ ଆତ୍ମାହୁତି ଚେତାବନୀ

ଲାଞ୍ଜିଗଡ଼,୧ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅଞ୍ଚଳର ଜଣେ ୧୮ବର୍ଷୟ ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଅଭିଯୁକ୍ତ ବିଜେପୁର ଗ୍ରାମର ଶିବ ନାଏକ(୫୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଯୁବତୀ ଜଣକ ଶୁକ୍ରବାର ସକାଳେ ଦୋକାନକୁ ସୌଦା ଆଣିବା ପାଇଁ ଯାଉଥିବା ବେଳେ ଶିବ ତାଙ୍କ ମୁହଁକୁ ଚାପିଧରି ନିକଟସ୍ଥ ଏକ ଭଙ୍ଗା ଘରକୁ ନେଇ ବଳାତ୍କାର କରିଥିଲେ। ଏ ନେଇ ପୀଡିତା ଶନିବାର ସକାଳେ ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପରେ ପୋଲିସ ଟିମ୍‌ ଗାଁକୁ ଯାଇ ଅଭିଯୁକ୍ତ ଶିବଙ୍କୁ ଗିରଫ କରିଥିଲା।

ଅନ୍ୟପକ୍ଷରେ ପୀଡିତାଙ୍କ ଗତ ମାସରେ ନିର୍ବନ୍ଧ ହୋଇଥିବାରୁ ସେ ଅଞ୍ଚଳରେ ମୁଣ୍ଡ ଟେକି ଚାଲିବା କଷ୍ଟକର ହୋଇପଡିଛି। ଏଣୁ ତାଙ୍କ ଜୀବନ ସହ ଖେଳିଥିବା ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ପୀଡିତା ଦାବି କରିଛନ୍ତି। ନ୍ୟାୟ ନ ମିଳିଲେ ସେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏ ନେଇ ବିଜେପୁର ଥାନାରେ ଏକ ମାମଲା (ନଂ.୭/୨୫) ରୁଜୁ କରାଯାଇ ଅଭିଯୁକ୍ତ ଶିବଙ୍କୁ ଶନିବାର ସାରେ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ବିଶ୍ବମ୍ବର କହଁର ପ୍ରକାଶ କରିଛନ୍ତି I

The post ଯୁବତୀଙ୍କୁ ବଳାତ୍କାର: ନ୍ୟାୟ ନ ମିଳିଲେ ଆତ୍ମାହୁତି ଚେତାବନୀ appeared first on Dharitri Odia News.