ରକ୍ତ ରଞ୍ଜିତ ହେଲା ଶୁଳିଆ ପୀଠ

ଦେଓଗାଁ,୧୫।୧(କୃଷ୍ଣପ୍ରସାଦ ପାଣିଗ୍ରାହୀ):ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଖଇରଗୁରା ଏବଂ କୁମୁରିଆସ୍ଥିତ ବଡ଼ଖଳା, ସାନଖଳା ଓ ନୂଆଖଳାରେ ମଙ୍ଗଳବାର ଶୁଳିଆ ଯାତ୍ରା ଆରମ୍ଭ ହୋଇଯାଇଛି। ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଉଭୟ ଖଳାରେ ମାନସିକଧାରୀ ପଶୁ ପକ୍ଷୀ ବଳି ଦେଇଛନ୍ତି। ଫଳରେ ଶୁଳିଆ ପୀଠ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ରକ୍ତ ରଞ୍ଜିତ ହୋଇପଡିଛି। ଏପରିକି ଶୁଳିଆ ଯାତ୍ରା ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତଙ୍କ ସମାଗମ ବଢିଚାଲିଛି। ବଲାଙ୍ଗୀର […] The post ରକ୍ତ ରଞ୍ଜିତ ହେଲା ଶୁଳିଆ ପୀଠ appeared first on Dharitri Odia News.

ରକ୍ତ ରଞ୍ଜିତ ହେଲା ଶୁଳିଆ ପୀଠ

ଦେଓଗାଁ,୧୫।୧(କୃଷ୍ଣପ୍ରସାଦ ପାଣିଗ୍ରାହୀ):ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଖଇରଗୁରା ଏବଂ କୁମୁରିଆସ୍ଥିତ ବଡ଼ଖଳା, ସାନଖଳା ଓ ନୂଆଖଳାରେ ମଙ୍ଗଳବାର ଶୁଳିଆ ଯାତ୍ରା ଆରମ୍ଭ ହୋଇଯାଇଛି। ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଉଭୟ ଖଳାରେ ମାନସିକଧାରୀ ପଶୁ ପକ୍ଷୀ ବଳି ଦେଇଛନ୍ତି। ଫଳରେ ଶୁଳିଆ ପୀଠ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ରକ୍ତ ରଞ୍ଜିତ ହୋଇପଡିଛି। ଏପରିକି ଶୁଳିଆ ଯାତ୍ରା ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତଙ୍କ ସମାଗମ ବଢିଚାଲିଛି।

ବଲାଙ୍ଗୀର ବିଧାୟକ ବିଧାୟକ ନରସିଂହ ମିଶ୍ର, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର, ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେର, ରୀନା ମେହେର, ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀଙ୍କ ସମେତ ନେତୃବୃନ୍ଦ ପହଞ୍ଚି ଶୁଳିଆଦେବତାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ପ୍ରଶାସନ ପକ୍ଷରୁ ଯାତ୍ରାଖଳାରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶାଳ, ତୁଷୁରା ତହସିଲଦାର କର୍ଣ୍ଣ ମଲ୍ଲିକ, ପୁଇଁତଲା ଅତିରିକ୍ତ ତହସିଲଦାର ଦିଲୀପ ପାତ୍ର ଓ ଏସ୍‌ଡିପିଓ ତୋଫାନ ବାଗଙ୍କ ପ୍ରମୁଖ ଉପସ୍ଥିତ ରହିଛନ୍ତି। ଏପରିକି ଯାତ୍ରାରେ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଦୁଇ ପ୍ଳାଟୁନ ପୋଲିସ ଫୋର୍ସ ସମେତ ଦେଓଗାଁ, ତୁଷୁରା ପୋଲିସ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି।

The post ରକ୍ତ ରଞ୍ଜିତ ହେଲା ଶୁଳିଆ ପୀଠ appeared first on Dharitri Odia News.