ରତ୍ନଭଣ୍ଡାର ଖୋଲିବା ନେଇ ଆଜି ଆସିପାରେ ଏସଓପି !
ଭୁବନେଶ୍ୱର : ୧୪ ତାରିଖରେ ଖୋଲିବ ମହାପ୍ରଭୁଙ୍କର ରତ୍ନ ଭଣ୍ଡାର I ଏନେଇ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ସମସ୍ତ ପ୍ରସ୍ତୁତି ସରିଛି I ଆଜି ଏହି ଏସଓପି ଉପରେ ମୋହର ବାଜିବାର ସମ୍ଭାବନା ରହିଛି। ଚାବିରେ ନ ଖୋଲିଲେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭଙ୍ଗାଯିବ ତାଲା, ଗଣତିମଣତି ପାଇଁ ସ୍ବତନ୍ତ୍ର ବଣିଆ ଚିହ୍ନଟ ହେବେ। ଗଣତି ମଣତି ବେଳେ ମହାପ୍ରଭୁଙ୍କ ନୀତିକାନ୍ତି ଓ ଦର୍ଶନ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି। ରତ୍ନଭଣ୍ଡାର ଖୋଲିବା ନେଇ […]

ଭୁବନେଶ୍ୱର : ୧୪ ତାରିଖରେ ଖୋଲିବ ମହାପ୍ରଭୁଙ୍କର ରତ୍ନ ଭଣ୍ଡାର I ଏନେଇ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ସମସ୍ତ ପ୍ରସ୍ତୁତି ସରିଛି I ଆଜି ଏହି ଏସଓପି ଉପରେ ମୋହର ବାଜିବାର ସମ୍ଭାବନା ରହିଛି। ଚାବିରେ ନ ଖୋଲିଲେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭଙ୍ଗାଯିବ ତାଲା, ଗଣତିମଣତି ପାଇଁ ସ୍ବତନ୍ତ୍ର ବଣିଆ ଚିହ୍ନଟ ହେବେ। ଗଣତି ମଣତି ବେଳେ ମହାପ୍ରଭୁଙ୍କ ନୀତିକାନ୍ତି ଓ ଦର୍ଶନ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି। ରତ୍ନଭଣ୍ଡାର ଖୋଲିବା ନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜ୍ୟୋର୍ ବା SOP ନିର୍ଦ୍ଧାରଣ କରାଯିବ। ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସରକାର ଏହା ଉପରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ ଓ ତାହା ଲୋକଙ୍କୁ ଜଣାଯିବ।
ରତ୍ନ ଭଣ୍ଡାର ଖୋଲିବା ସମୟରେ ପ୍ରତ୍ୟେକଟି ଦିଗକୁ ଡିଜିଟାଲ ଡକୁମେଣ୍ଟେସନ୍ କରିବାକୁ ଉଭୟ ଆଇନମନ୍ତ୍ରୀ ଓ ତଦାରଖ କମିଟି ନିଷ୍ପତ୍ତି ନେଇଛନ୍ତି। ୧୯୭୮ ମସିହାର ରତ୍ନ ଗଣତି ରିପୋର୍ଟ ଆଧାରରେ ରତ୍ନ ଗଣତି ହେବ। ପ୍ରଥମେ ରତ୍ନଭଣ୍ଡାର ଖୋଲାଯିବ, ରତ୍ନଭଣ୍ଡାର ଭିତରେ ଥିବା ସିନ୍ଦୁକ ଓ ଅନ୍ୟାନ୍ୟ ବସ୍ତୁ ବାହାରକୁ ଅଣାଯିବ ଏହା ପରେ ଗଣତିମଣତି କରାଯିବ।