ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା

ପୁରୀ: ଆସନ୍ତା ୭ ତାରିଖରେ ଅନୁଷ୍ଠିତ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ୨ ଦିନ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ୫୩ ବର୍ଷ ପରେ ଏଥର ରଥଯାତ୍ରାରେ ପଡୁଛି ବିରଳ ସଂଯୋଗ । ଏଥର ରଥଯାତ୍ରା ୨ ଦିନିଆ ପଡୁଥିବାରୁ ୭-୮ ତାରିଖ ୨ ଦିନ ଧରି ଟଣାଯିବା ରଥ । ୭ ତାରିଖ ରବିବାର ପଡୁଛି । ତେଣୁ ୮ ତାରିଖ ସୋମବାରକୁ ମଧ୍ୟ ରାଜ୍ୟସ୍ତରୀୟ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ […]

ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା
ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା

ପୁରୀ: ଆସନ୍ତା ୭ ତାରିଖରେ ଅନୁଷ୍ଠିତ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ୨ ଦିନ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ୫୩ ବର୍ଷ ପରେ ଏଥର ରଥଯାତ୍ରାରେ ପଡୁଛି ବିରଳ ସଂଯୋଗ । ଏଥର ରଥଯାତ୍ରା ୨ ଦିନିଆ ପଡୁଥିବାରୁ ୭-୮ ତାରିଖ ୨ ଦିନ ଧରି ଟଣାଯିବା ରଥ । ୭ ତାରିଖ ରବିବାର ପଡୁଛି । ତେଣୁ ୮ ତାରିଖ ସୋମବାରକୁ ମଧ୍ୟ ରାଜ୍ୟସ୍ତରୀୟ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ପୁରୀରେ ଅନୁଷ୍ଠିତ ହୋଇଥିବା ସମନ୍ୱୟ ବୈଠକରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଛୁଟି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଏଥର ରଥଯାତ୍ରା ସଫଳ କରିବାକୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଏନେଇ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ୨ ଉପ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଉପସ୍ଥିତ ଥିଲେ। ପୁଲିସ ଡିଜି ଓ ବିଭିନ୍ନ ବିଭାଗର ଅଧିକାରୀ ବି ବୈଠକରେ ସାମିଲ ହୋଇଥିଲେ। ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଆଦି ବିଭିନ୍ନ ପ୍ରସଙ୍ଗରେ ଏଥିରେ ଆଲୋଚନା ହୋଇଛି।

ଚଳିତ ବର୍ଷ ରଥଯାତ୍ରାରେ ୧୮୦ ପ୍ଲାଟୁନ ପୋଲିସ ମୁତୟନ ହେବେ । ୪ ଅତିରିକ୍ତ ଡିଜି, ୬ ଆଇଜି ଓ ଡିଆଇଜି ପାହ୍ୟା ଅଧିକାରୀ, ୧୯ ଏସପି ପାହ୍ୟା ଅଧିକାରୀ ଓ ଡିଏସପି ପାହ୍ୟାର ୭୫ ଜଣ ଅଧିକାରୀ ମୁତୟନ ହେବେ । ଏଥିସହିତ ରଥଯାତ୍ରାର ସୁପରିଚାଳନା ପାଇଁ ୯୦ ଜଣ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ୯୦ ଜଣ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ, ତହସିଲଦାର, ବିଡିଓ, ପୌର ନିର୍ବାହୀ ଅଧିକାରୀଙ୍କ ସମେତ ୯୦ ଜଣ ଏହି ଦାୟିତ୍ୱରେ ରହିବେ