ବର୍ଷାଦିନେ ଘରେ ହେଉଛନ୍ତି କି ପୋକ, ଆପଣାନ୍ତୁ ଏହି ଉପାୟ
ବର୍ଷାଦିନେ ସାଧାରଣତଃ କୀଟପତଙ୍ଗଙ୍କ ସଂଖ୍ୟା ବହୁତ ବଢ଼ିଯାଏ। ତେବେ ଘରକୁ ଏମାନଙ୍କଠାରୁ ସୁରକ୍ଷିତ ରଖିବାକୁ ହେଲେ କିଭଳି ପ୍ରତିକାର କରିବେ ଜାଣିରଖନ୍ତୁ… -ବର୍ଷାଦିନେ ଘର ଭିତରକୁ କୀଟପତଙ୍ଗଠାରୁ ସୁରକ୍ଷା ଦେବା ପାଇଁ ଏକ ଘରୋଇ ସ୍ପ୍ରେ ତିଆରି କରନ୍ତୁ। ଏଥିପାଇଁ ଏକ ପାତ୍ରରେ ପ୍ରଥମେ ପାଣି ଗରମ କରନ୍ତୁ। ସେଥିରେ ଲବଙ୍ଗ ପକାଇ କିଛି ସମୟ ଫୁଟାନ୍ତୁ। ପାଣିର ରଙ୍ଗ ବଦଳିଗଲା ପରେ ସେଥିରେ ୧ ଚାମଚ ବେକିଂ ସୋଡ଼ା ଓ ତେଜପତ୍ର ପକାଇ ଫୁଟାନ୍ତୁ। ଏବେ […] The post ବର୍ଷାଦିନେ ଘରେ ହେଉଛନ୍ତି କି ପୋକ, ଆପଣାନ୍ତୁ ଏହି ଉପାୟ appeared first on Dharitri Odia News.
ବର୍ଷାଦିନେ ସାଧାରଣତଃ କୀଟପତଙ୍ଗଙ୍କ ସଂଖ୍ୟା ବହୁତ ବଢ଼ିଯାଏ। ତେବେ ଘରକୁ ଏମାନଙ୍କଠାରୁ ସୁରକ୍ଷିତ ରଖିବାକୁ ହେଲେ କିଭଳି ପ୍ରତିକାର କରିବେ ଜାଣିରଖନ୍ତୁ…
-ବର୍ଷାଦିନେ ଘର ଭିତରକୁ କୀଟପତଙ୍ଗଠାରୁ ସୁରକ୍ଷା ଦେବା ପାଇଁ ଏକ ଘରୋଇ ସ୍ପ୍ରେ ତିଆରି କରନ୍ତୁ। ଏଥିପାଇଁ ଏକ ପାତ୍ରରେ ପ୍ରଥମେ ପାଣି ଗରମ କରନ୍ତୁ। ସେଥିରେ ଲବଙ୍ଗ ପକାଇ କିଛି ସମୟ ଫୁଟାନ୍ତୁ। ପାଣିର ରଙ୍ଗ ବଦଳିଗଲା ପରେ ସେଥିରେ ୧ ଚାମଚ ବେକିଂ ସୋଡ଼ା ଓ ତେଜପତ୍ର ପକାଇ ଫୁଟାନ୍ତୁ। ଏବେ ଏହାକୁ ଥଣ୍ଡାକରି ଏକ ସ୍ପ୍ରେ ବୋତଲରେ ରଖନ୍ତୁ। ଏହାକୁ ଘରର ବିଭିନ୍ନ ସ୍ଥାନରେ ସ୍ପ୍ରେ କରି ଦିଅନ୍ତୁ।
-କୀଟ ହେଉଥିବା ସ୍ଥାନରେ ଧଳା ଭିନେଗାର ପକାନ୍ତୁ। ପୋକ ହେବେ ନାହିଁ।
-କୀଟପତଙ୍ଗ ଦୂରେଇବା ପାଇଁ ସେହି ସ୍ଥାନରେ ଲୁଣ ପକାନ୍ତୁ। ଏହା ପ୍ରଭାବରେ ପୋକମାନଙ୍କ ସଂଖ୍ୟା କମ୍ ହୋଇଯିବ।
-ଲେମ୍ବୁରସ ସ୍ପ୍ରେ କରିବା ଫଳରେ ପୋକ ଆସିବେ ନାହିଁ।
-ଘରୁ ପୋକ ବାହାରକରିବା ପାଇଁ ରସୁଣ ମଧ୍ୟ ବେଶ୍ ଉପାଦେୟ। ଏଥିପାଇଁ ରସୁଣକୁ ଛେଚି ପାଣିରେ ମିଶାନ୍ତୁ। ଏହାକୁ ପୋକ ଆସୁଥିବା ସ୍ଥାନରେ ପକାନ୍ତୁ।
The post ବର୍ଷାଦିନେ ଘରେ ହେଉଛନ୍ତି କି ପୋକ, ଆପଣାନ୍ତୁ ଏହି ଉପାୟ appeared first on Dharitri Odia News.