ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ୧୦୮ ଫୁଟ ଉଚ୍ଚତାର ଜାତୀୟ ପତାକା ଉତ୍ତୋଳନ
ଭୁବନେଶ୍ୱର:ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଭବନ ଆଗରେ ଆଜି ୧୦୮ ଫୁଟ ଉଚ୍ଚତାରେ ୨୫ ଫୁଟ ଲମ୍ବ ଓ ୨୪ ଫୁଟ ଓସାରର ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ଏଥିରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ପ୍ରମୁଖ ଯୋଗଦେଇ ସମସ୍ତ ପ୍ରୋଟୋକଲ ଅନୁଯାଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କ୍ୟାମ୍ପସ ପରିସରରେ ଶୈକ୍ଷିକ ବାତାବରଣ ସହ ଏକ ରାଷ୍ଟ୍ରପ୍ରେମରେ ବାନ୍ଧି ହେବା ଜରୁରୀ ବୋଲି କହିଥିଲେ ବାଚସ୍ପତି। ସେ […]

ଭୁବନେଶ୍ୱର:ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରଶାସନିକ ଭବନ ଆଗରେ ଆଜି ୧୦୮ ଫୁଟ ଉଚ୍ଚତାରେ ୨୫ ଫୁଟ ଲମ୍ବ ଓ ୨୪ ଫୁଟ ଓସାରର ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ଏଥିରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ପ୍ରମୁଖ ଯୋଗଦେଇ ସମସ୍ତ ପ୍ରୋଟୋକଲ ଅନୁଯାଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
କ୍ୟାମ୍ପସ ପରିସରରେ ଶୈକ୍ଷିକ ବାତାବରଣ ସହ ଏକ ରାଷ୍ଟ୍ରପ୍ରେମରେ ବାନ୍ଧି ହେବା ଜରୁରୀ ବୋଲି କହିଥିଲେ ବାଚସ୍ପତି। ସେ ନିଜେ ଏହି ବିଶ୍ୱ ବିଦ୍ୟାଳୟର ପୂର୍ବତନ ଛାତ୍ରୀ ହିସାବରେ ବେଶ ଗର୍ବିତ ବୋଲି କହିଛନ୍ତି। ସେପଟେ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଜାତୀୟ ପତାକା ପାଇଁ ସମସ୍ତଙ୍କର ସବୁବେଳେ ସମ୍ମାନ ରହିବା ଏକ ଭାରତୀୟ ହେବାର ପରିଚୟ।