‘ରସାୟନ ବିଜ୍ଞାନରେ ଅଗ୍ରଗତି’ ଉପରେ ଜାତୀୟ ଆଲୋଚନାଚକ୍ର
ଭୁବନେଶ୍ୱର: ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟରେ ‘ରସାୟନ ବିଜ୍ଞାନରେ ଅଗ୍ରଗତି’ ଉପରେ ଓସିଏସର ବାର୍ଷିକ ସମ୍ମିଳନୀ ଏବଂ ଜାତୀୟ ଆଲୋଚନାଚକ୍ର ଉଦଯାପିତ ହୋଇଛି । ଏହି ତିନି ଦିନିଆ କାର୍ଯ୍ଯକ୍ରମରେ ଅନେକ ବୈଷୟିକ ଅଧିବେଶନ ଏବଂ ଆଇଆଇଟି, ଏନଆଇଟି, ଆଇଆଇଏସଆର ଏବଂ ବିଏଆରସି ଭଳି ପ୍ରତିଷ୍ଠିତ ଅନୁଷ୍ଠାନର ବିଶିଷ୍ଟ ପ୍ରତିନିଧିଙ୍କ ଦ୍ୱାରା ମୁଖ୍ଯ ବକ୍ତବ୍ଯ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ଯକ୍ରମ କେବଳ ଉଦୀୟମାନ ଗବେଷକମାନଙ୍କ ଅଭିନବ ଅବଦାନ ଉପରେ ଆଲୋକପାତ କରାଯାଇଥିଲା ଯାହା ପରବର୍ତ୍ତୀ ପିଢ଼ିର […]

ଭୁବନେଶ୍ୱର: ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟରେ ‘ରସାୟନ ବିଜ୍ଞାନରେ ଅଗ୍ରଗତି’ ଉପରେ ଓସିଏସର ବାର୍ଷିକ ସମ୍ମିଳନୀ ଏବଂ ଜାତୀୟ ଆଲୋଚନାଚକ୍ର ଉଦଯାପିତ ହୋଇଛି । ଏହି ତିନି ଦିନିଆ କାର୍ଯ୍ଯକ୍ରମରେ ଅନେକ ବୈଷୟିକ ଅଧିବେଶନ ଏବଂ ଆଇଆଇଟି, ଏନଆଇଟି, ଆଇଆଇଏସଆର ଏବଂ ବିଏଆରସି ଭଳି ପ୍ରତିଷ୍ଠିତ ଅନୁଷ୍ଠାନର ବିଶିଷ୍ଟ ପ୍ରତିନିଧିଙ୍କ ଦ୍ୱାରା ମୁଖ୍ଯ ବକ୍ତବ୍ଯ ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ଯକ୍ରମ କେବଳ ଉଦୀୟମାନ ଗବେଷକମାନଙ୍କ ଅଭିନବ ଅବଦାନ ଉପରେ ଆଲୋକପାତ କରାଯାଇଥିଲା ଯାହା ପରବର୍ତ୍ତୀ ପିଢ଼ିର ବିଦ୍ୱାନମାନଙ୍କୁ ପ୍ରେରଣା ଏବଂ ଉତ୍ସାହିତ କରିବା ସହିତ ରସାୟନ ବିଜ୍ଞାନରେ ଗବେଷଣା ଏବଂ ବିକାଶର ଆହ୍ୱାନକୁ ପ୍ରୋତ୍ସାହିତ କରିବ ବୋଲି ଅଂଶଗ୍ରହଣକାରୀ ମାନେ ମତବ୍ୟକ୍ତ କରିଛନ୍ତି