ରାଉରକେଲା ବିଧାୟକଙ୍କ ବଢିଲା ଅଡୁଆ, ମିଥ୍ୟା ସତ୍ୟପାଠ ନେଇ ହାଇକୋର୍ଟରେ ମାମଲା

ଭୁବନେଶ୍ୱର ୧୦/୦୬: ରାଉରକେଲା ବିଧାୟକ ସାରଦା ନାୟକଙ୍କ ବଢିଲା ଅଡୁଆ । ତାଙ୍କ ବିରୋଧରେ ହାଇକୋର୍ଟରେ ଦାଏର ହେଲା ନିର୍ବାଚନୀ ମାମଲା । ମାମଲା ଦାୟର କରିଛନ୍ତି ପରାଜିତ ଏନସିପି ପ୍ରାର୍ଥୀ ରାଜ୍ କୁମାର ଯାଦବ । ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ଅଭିଯୋଗ ହୋଇଛି । ସାରଦାଙ୍କ ସଭ୍ୟପଦ ରଦ୍ଦ ଦାବିରେ ଦାୟର ହୋଇଛି ମାମଲା। ସୂଚନା ଥାଉକି, ନିର୍ବାଚନରେ ବିଜୟୀ ହେବା ପରେ ଏବେ ଅଡୁଆରେ ରାଉରକେଲା ବିଧାୟକ ସାରଦା ନାୟକ  । ତାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ଆସିଛି ସାଂଘାତିକ ଅଭିଯୋଗ । ନିର୍ବାଚନ ପୂର୍ବରୁ ସାରଦା ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ପରାଜିତ ଏନସିପି ପ୍ରାର୍ଥୀ ।

ରାଉରକେଲା ବିଧାୟକଙ୍କ ବଢିଲା ଅଡୁଆ, ମିଥ୍ୟା ସତ୍ୟପାଠ ନେଇ ହାଇକୋର୍ଟରେ ମାମଲା

ଭୁବନେଶ୍ୱର ୧୦/୦୬: ରାଉରକେଲା ବିଧାୟକ ସାରଦା ନାୟକଙ୍କ ବଢିଲା ଅଡୁଆ । ତାଙ୍କ ବିରୋଧରେ ହାଇକୋର୍ଟରେ ଦାଏର ହେଲା ନିର୍ବାଚନୀ ମାମଲା । ମାମଲା ଦାୟର କରିଛନ୍ତି ପରାଜିତ ଏନସିପି ପ୍ରାର୍ଥୀ ରାଜ୍ କୁମାର ଯାଦବ । 

ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ଅଭିଯୋଗ ହୋଇଛି । ସାରଦାଙ୍କ ସଭ୍ୟପଦ ରଦ୍ଦ ଦାବିରେ ଦାୟର ହୋଇଛି ମାମଲା। 

ସୂଚନା ଥାଉକି, ନିର୍ବାଚନରେ ବିଜୟୀ ହେବା ପରେ ଏବେ ଅଡୁଆରେ ରାଉରକେଲା ବିଧାୟକ ସାରଦା ନାୟକ  । ତାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ଆସିଛି ସାଂଘାତିକ ଅଭିଯୋଗ । ନିର୍ବାଚନ ପୂର୍ବରୁ ସାରଦା ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ପରାଜିତ ଏନସିପି ପ୍ରାର୍ଥୀ ।