ରାଉରକେଲାରେ ତୁମୁଳକାଣ୍ଡ
ନୂଆ ରେଳ ଲାଇନ ନିର୍ମାଣକୁ ବିରୋଧବେଳେ ରାଉରକେଲାରେ ତୁମୁଳକାଣ୍ଡ। ବନ୍ଧମୁଣ୍ଡାରେ ପୋଲିସ-ଜନତା ଖଣ୍ଡଯୁଦ୍ଧ। ନୂଆ ରେଳ ଲାଇନ୍ ନିର୍ମାଣକୁ ବରକାନି ଅଞ୍ଚଳର ଲୋକ ବିରୋଧ ପ୍ରଦର୍ଶନ କରୁଥିଲେ। ଏତିକିବେଳେ ଜେସିବି ଆଗକୁ ଚାଲି ଆସିବାରୁ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏହାପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି।