ରାକ୍ଷୀ ଦୋକାନକୁ ନେଇ ଜନଅସନ୍ତୋଷ

ବାସୁଦେବପୁର : ଆଗକୁ ଆସୁଛି ରାକ୍ଷୀ ପୁର୍ଣ୍ଣିମା । ଏହାର ସୁଯୋଗରେ ବିନା ସ୍ୱୀକୃତିରେ ରାକ୍ଷୀ ଷ୍ଟଲ ପାଇଁ ଚାଲିଛି ଏକ ପ୍ରକାରର ବ୍ୟାପାରିକ ଦୈାଡ । ଏହାର ସୁଯୋଗରେ ସାଧାରଣ ଜନତାଙ୍କ ବ୍ୟବହୃତ ସ୍ଥାନରେ ଷ୍ଟଲ ଖୋଲାଯିବାକୁ ନାପସନ୍ଦ କରାଯାଇଛି । ଯାହାକୁ ସଠିକ ଢଙ୍ଗରେ ଗ୍ରହଣ କରି ପାରୁନାହାନ୍ତି ବାସୁଦେବପୁରର ସାଧାରଣ ଜନତା । ବାସୁଦେବପୁର ସହରର ନୀଳମଣି ମାର୍କେଟ କଂପ୍ଲେକ୍ସ ଠାରେ ନୂଆକରି ଖୋଲା ଯାଇଥିବା ରାକ୍ଷୀ ଷ୍ଟଲ ଖୋଲା ଯିବାକୁ  ନେଇ […]

ରାକ୍ଷୀ ଦୋକାନକୁ ନେଇ ଜନଅସନ୍ତୋଷ

ବାସୁଦେବପୁର : ଆଗକୁ ଆସୁଛି ରାକ୍ଷୀ ପୁର୍ଣ୍ଣିମା । ଏହାର ସୁଯୋଗରେ ବିନା ସ୍ୱୀକୃତିରେ ରାକ୍ଷୀ ଷ୍ଟଲ ପାଇଁ ଚାଲିଛି ଏକ ପ୍ରକାରର ବ୍ୟାପାରିକ ଦୈାଡ । ଏହାର ସୁଯୋଗରେ ସାଧାରଣ ଜନତାଙ୍କ ବ୍ୟବହୃତ ସ୍ଥାନରେ ଷ୍ଟଲ ଖୋଲାଯିବାକୁ ନାପସନ୍ଦ କରାଯାଇଛି । ଯାହାକୁ ସଠିକ ଢଙ୍ଗରେ ଗ୍ରହଣ କରି ପାରୁନାହାନ୍ତି ବାସୁଦେବପୁରର ସାଧାରଣ ଜନତା । ବାସୁଦେବପୁର ସହରର ନୀଳମଣି ମାର୍କେଟ କଂପ୍ଲେକ୍ସ ଠାରେ ନୂଆକରି ଖୋଲା ଯାଇଥିବା ରାକ୍ଷୀ ଷ୍ଟଲ ଖୋଲା ଯିବାକୁ  ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସାଧାରଣ ଜନତା ତଥା ଦୁଇଚକିଆ ଯାନ ପାଇଁ ପାର୍କିଂସ୍ଥଳ ଭାବରେ ବ୍ୟବହୃତ ସ୍ଥାନକୁ କିପରି ଭାବରେ ବ୍ୟବସାୟିକ ପ୍ରତିଷ୍ଠାନକୁ ଅନୁମତି ମିଳିପାରିଲା ସେନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ସ୍ଥାନୀୟ ପୈାରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧାଂଶୁ ସ୍ୱାଇଁ ସ୍ପଷ୍ଟ ଭାବରେ କୁହନ୍ତି, ସାଧାରଣ ଜନତାଙ୍କ ବ୍ୟବହାର ସ୍ଥାନରୁ ଖୁବଶିଘ୍ର ଏହାକୁ ଉଚ୍ଛେଦ କରାଯିବ । ମାତ୍ର ଏନେଇ ସଂପୃକ୍ତ ବ୍ୟବସାୟୀଙ୍କ କୈାଣସି ପ୍ରକାରର ପ୍ରତିକ୍ରିୟା ମିଳିପାରିନାହିଁ ।