ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ

କମିଶନରେଟ ପୁଲିସର ସ୍ପେଶାଲ କ୍ରାଇମ୍ ୟୁନିଟ 400 ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଛି। ମାମଲାରେ ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। 

ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ

ରାଜଧାନୀ ଭୁବନେଶ୍ବରରୁ କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ। କମିଶନରେଟ ପୁଲିସର ସ୍ପେଶାଲ କ୍ରାଇମ୍ ୟୁନିଟ 400 ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଛି। ମାମଲାରେ ବ୍ରାଉନ ସୁଗାର ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଏହି ଦୁଇ ଅଭିଯୁକ୍ତଙ୍କ ନାମ ଶିବ ପ୍ରସାଦ ଦାସ ଏବଂ ଜଗବନ୍ଧୁ ଦାସ ବୋଲି ଜଣାପଡିଛି। ଏ ନେଇ ପୁଲିସ କମିଶନର ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି।