ପୁଅର ମୃତ୍ୟୁ ଖବର ଶୁଣି ଟଳି ପଡ଼ିଲା ମାଆ, ଗୋଟିଏ ଜୁଇରେ ଜଳିଲେ ମାଆ-ପୁଅ

କନ୍ଧମାଳ : ଗୋଟିଏ ଜୁଇରେ ଜଳିଲା ମାଆ – ପୁଅଙ୍କ ଚିତା। ପୁଅର ମୃତ୍ୟୁ ଖବର ଶୁଣି ଟଳି ପଡ଼ିଲେ ମାଆ। ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରାଞ୍ଜୀଣି ଗାଁରେ। ଦୁଇ ମୃତକ ହେଲେ ସୁଶାନ୍ତ ହରିପାଳ ଓ ମାଆ ପୋଇନ ହରିପାଳ। ସୂଚନା ମୁତାବକ, ସୁଶାନ୍ତ ହରିପାଳ ଗତକାଲି କୌଣସି କାରଣରୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ […] The post ପୁଅର ମୃତ୍ୟୁ ଖବର ଶୁଣି ଟଳି ପଡ଼ିଲା ମାଆ, ଗୋଟିଏ ଜୁଇରେ ଜଳିଲେ ମାଆ-ପୁଅ appeared first on KNews Odisha.

ପୁଅର ମୃତ୍ୟୁ ଖବର ଶୁଣି ଟଳି ପଡ଼ିଲା ମାଆ, ଗୋଟିଏ ଜୁଇରେ ଜଳିଲେ ମାଆ-ପୁଅ
funeral fire

କନ୍ଧମାଳ : ଗୋଟିଏ ଜୁଇରେ ଜଳିଲା ମାଆ – ପୁଅଙ୍କ ଚିତା। ପୁଅର ମୃତ୍ୟୁ ଖବର ଶୁଣି ଟଳି ପଡ଼ିଲେ ମାଆ। ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରାଞ୍ଜୀଣି ଗାଁରେ। ଦୁଇ ମୃତକ ହେଲେ ସୁଶାନ୍ତ ହରିପାଳ ଓ ମାଆ ପୋଇନ ହରିପାଳ। ସୂଚନା ମୁତାବକ, ସୁଶାନ୍ତ ହରିପାଳ ଗତକାଲି କୌଣସି କାରଣରୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

ଚିକିତ୍ସାଧୀନ ଅବସ୍ଥାରେ ଆଜି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଥିଲା। ହରିପାଳଙ୍କର ମୃତ୍ୟୁ ଘଟିଥିବା ଜାଣିବା ପରେ ତାଙ୍କ ମା ପୋଇନ ହରିପାଳଙ୍କ ମୃତ୍ୟୁ ଘଟିଥିଲା। ହୃଦଘାତରେ ସେ ଟଳି ପଡ଼ିଥିଲେ ବୋଲି କୁହାଯାଉଛି। ଗୋଟିଏ ଜୁଇରେ ଜଳିଥିଲା ଉଭୟ ମାଆ ଓ ପୁଅଙ୍କ ଚିତା। ତେବେ ସୁଶାନ୍ତ କାହିଁକି ବିଷ ପିଇ ଆତ୍ମହତ୍ୟା କଲେ ଓ ତାଙ୍କ ମାଆଙ୍କର କେମିତି ମୃତ୍ୟୁ ଘଟିଲା ସେ ନେଇ ପୋଲିସ ତଦନ୍ତ କରୁଛି।

The post ପୁଅର ମୃତ୍ୟୁ ଖବର ଶୁଣି ଟଳି ପଡ଼ିଲା ମାଆ, ଗୋଟିଏ ଜୁଇରେ ଜଳିଲେ ମାଆ-ପୁଅ appeared first on KNews Odisha.