ରାଜଧାନୀରେ ବାଣଫୁଟା ମନା, କଟକଣା ଜାରିକଲେ ସରକାର

ନୂଆଦିଲ୍ଲୀ,୧୪ା୧୦: ରାଜଧାନୀ ଦିଲ୍ଲୀ ଏନ୍‌ସିଆର୍‌ରେ ବାଣ ପ୍ରସ୍ତୁତି ସହ ବିକ୍ରି ଓ ଫୁଟାଇବା ମନା। ୨୦୨୫ ଜାନୁଆରୀ ୧ ଯାଏ କଟକଣା ଜାରି କରିଛନ୍ତି ସରକାର। ଅନ୍‌ଲାଇନ୍‌ ବିକ୍ରି ଉପରେ ମଧ୍ୟ କଟକଣା ଲଗାଇଛନ୍ତି ସରକାର। ରବିବାର ଦିଲ୍ଲୀ ପୋଲିସ କହିଛି ଯେ, ସେମାନେ ୧,୩୨୩ କିଲୋଗ୍ରାମ ବେଆଇନ ବାଣ ଜବତ କରିଛନ୍ତି। ଏକ କୋଠରିରୁ ଏହି ବାଣ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ତିନି ଜଣଙ୍କୁ ଦିଲ୍ଲୀ-ଏନ୍‌ସିଆର ଅଞ୍ଚଳରୁ ଗିରଫ କରାଯାଇଛି। ଗତ ମାସରେ ସରକାର […] The post ରାଜଧାନୀରେ ବାଣଫୁଟା ମନା, କଟକଣା ଜାରିକଲେ ସରକାର appeared first on Dharitri Odia News.

ରାଜଧାନୀରେ ବାଣଫୁଟା ମନା, କଟକଣା ଜାରିକଲେ ସରକାର

ନୂଆଦିଲ୍ଲୀ,୧୪ା୧୦: ରାଜଧାନୀ ଦିଲ୍ଲୀ ଏନ୍‌ସିଆର୍‌ରେ ବାଣ ପ୍ରସ୍ତୁତି ସହ ବିକ୍ରି ଓ ଫୁଟାଇବା ମନା। ୨୦୨୫ ଜାନୁଆରୀ ୧ ଯାଏ କଟକଣା ଜାରି କରିଛନ୍ତି ସରକାର। ଅନ୍‌ଲାଇନ୍‌ ବିକ୍ରି ଉପରେ ମଧ୍ୟ କଟକଣା ଲଗାଇଛନ୍ତି ସରକାର।

ରବିବାର ଦିଲ୍ଲୀ ପୋଲିସ କହିଛି ଯେ, ସେମାନେ ୧,୩୨୩ କିଲୋଗ୍ରାମ ବେଆଇନ ବାଣ ଜବତ କରିଛନ୍ତି। ଏକ କୋଠରିରୁ ଏହି ବାଣ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ତିନି ଜଣଙ୍କୁ ଦିଲ୍ଲୀ-ଏନ୍‌ସିଆର ଅଞ୍ଚଳରୁ ଗିରଫ କରାଯାଇଛି।

ଗତ ମାସରେ ସରକାର ଆସନ୍ତା ଶୀତଋତୁରେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀରେ ବାଣ ତିଆରି, ବିକ୍ରି ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢୁଥିବାରୁ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

The post ରାଜଧାନୀରେ ବାଣଫୁଟା ମନା, କଟକଣା ଜାରିକଲେ ସରକାର appeared first on Dharitri Odia News.